Advertisment

କାର ଉପରକୁ ରୁଷ ସେନାର ଗୁଳିମାଡ଼: ୨ ମୃତ, ଏଯାଏ ଗଲାଣି ୨୮ ଛୋଟ ପିଲାଙ୍କ ଜୀବନ

କିଭ୍‌: ୟୁକ୍ରେନରେ ଦମନଲୀଳା ଚଳାଇଥିବା ରୁଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ପୂର୍ବରୁ ବିଭିନ୍ନ ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ ରୁଷ ବୋମା ବର୍ଷଣ କରିଥିଲା। ହେଲେ ଆଜି ରୁଷ ସେନା ସାଧାରଣ ଲୋକମାନେ ଯାଉଥିବା କାର୍‌ ଉପରକୁ ଗୁଳି ମାଡ଼ କରିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କିଭ୍‌ର ବୁଚା ଜିଲ୍ଲାରେ କିଛି ଲୋକ କାର୍‌ରେ ଯାଉଥିଲେ। ଏହି ସମୟରେ ରୁଷ ସେନା […]

author-image
Hemant Lenka
କାର ଉପରକୁ ରୁଷ ସେନାର ଗୁଳିମାଡ଼: ୨ ମୃତ, ଏଯାଏ ଗଲାଣି ୨୮ ଛୋଟ ପିଲାଙ୍କ ଜୀବନ

attack

କିଭ୍‌: ୟୁକ୍ରେନରେ ଦମନଲୀଳା ଚଳାଇଥିବା ରୁଷ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ପୂର୍ବରୁ ବିଭିନ୍ନ ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ ରୁଷ ବୋମା ବର୍ଷଣ କରିଥିଲା। ହେଲେ ଆଜି ରୁଷ ସେନା ସାଧାରଣ ଲୋକମାନେ ଯାଉଥିବା କାର୍‌ ଉପରକୁ ଗୁଳି ମାଡ଼ କରିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କିଭ୍‌ର ବୁଚା ଜିଲ୍ଲାରେ କିଛି ଲୋକ କାର୍‌ରେ ଯାଉଥିଲେ। ଏହି ସମୟରେ ରୁଷ ସେନା ହଠାତ୍‌ ଉକ୍ତ କାର ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ୧୭ ବର୍ଷୀୟ ଝିଅଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ୧୦ ଦିନ ହେଲା ରୁଷ କରୁଥିବା ଆକ୍ରମଣରେ ୨୮ ଜଣ ଛୋଟ ପିଲା ପ୍ରାଣ ହରାଇଥିବା ୟୁକ୍ରେନ ସରକାର ଦାବି କରିଛନ୍ତି। ସେହିପରି ୮୪୦ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ୟୁକ୍ରେନର ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଓଲେକସିୟା ଡାନଲୋଭ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରୁ ମହିଳା ଓ ଛୋଟ ପିଲାଙ୍କୁ ସୁରକ୍ଷା ବାହାରକୁ ଯିବା ପାଇଁ ରୁଷ ସେନା ଅନୁମତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ମାନବୀୟ କରିଡର ଉପରେ ଉଠୁଥିବା ପ୍ରଶ୍ନ ଏବେ ସବୁଠାରୁ ବଡ଼ ପ୍ରଶ୍ନ ବୋଲି ମଧ୍ୟ ସେ କହିଛନ୍ତି।

Advertisment
Russia-Ukraine War