Advertisment

କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ, ଅନେକ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ଆଇଏସ୍‌-କେ ଆତଙ୍କୀ ସଂଗଠନ ପକ୍ଷରୁ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବନ୍ଧୁକ ମୁନରେ ଆଫଗାନରେ କ୍ଷମତା ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟ ସିରିଜ୍‌ ବିସ୍ଫୋରଣରେ ବ୍ୟାପକ କ୍ଷତି ସହିଛି। ବିସ୍ଫୋରଣରେ ସଂଗଠନର ୨୮ ଜଣ ସଦସ୍ୟ ନିହତ ହୋଇଥିବା ବେଳେ ୩୦ରୁ ଅଧିକ ଏବେ ବି ଜୀବନ ମରଣର ସହ ସଂଘର୍ଷ କରୁଛନ୍ତି। ଗୁରୁବାର କାବୁଲରେ ୪ଟି ସିରିଜ୍‌ ବିସ୍ଫୋରଣ ହୋଇଥିବା ବେଳେ ୧୦୦ରୁ ଅଧିକ […]

author-image
Hemant Lenka
ଅଦ୍ୟତନ ହୋଇଛି
କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ, ଅନେକ ଆହତ

Kabul

କାବୁଲ: ଆଫଗାନିସ୍ତାନର କାବୁଲରେ ଆଇଏସ୍‌-କେ ଆତଙ୍କୀ ସଂଗଠନ ପକ୍ଷରୁ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବନ୍ଧୁକ ମୁନରେ ଆଫଗାନରେ କ୍ଷମତା ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟ ସିରିଜ୍‌ ବିସ୍ଫୋରଣରେ ବ୍ୟାପକ କ୍ଷତି ସହିଛି। ବିସ୍ଫୋରଣରେ ସଂଗଠନର ୨୮ ଜଣ ସଦସ୍ୟ ନିହତ ହୋଇଥିବା ବେଳେ ୩୦ରୁ ଅଧିକ ଏବେ ବି ଜୀବନ ମରଣର ସହ ସଂଘର୍ଷ କରୁଛନ୍ତି।

Advertisment

ଗୁରୁବାର କାବୁଲରେ ୪ଟି ସିରିଜ୍‌ ବିସ୍ଫୋରଣ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏୟାରପୋର୍ଟ ବାହାରର ସୁରକ୍ଷା ଦାୟିତ୍ୱ ତାଲିବାନ ପକ୍ଷରୁ ସହଯୋଗୀ ହକ୍କାନୀ ନେଟୱର୍କକୁ ଦିଆଯାଇଥିଲା। କିନ୍ତୁ ତାଲିବାନର ପରମଶତ୍ରୁ ଆଇଏସ୍‌-କେର ସଦସ୍ୟମାନେ ସୁରକ୍ଷା ବଳୟକୁ ଭେଦ କରି ଏୟାରପୋର୍ଟ ନିକଟରେ ହମଲା କରିବାକୁ ସକ୍ଷମ ହୋଇଛନ୍ତି।

ଏଥିରେ ଏଯାଏ ୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଆମେରିକା ସେନା, ଛୋଟ ପିଲା ଓ ମହିଳା ବି ରହିଛନ୍ତି।

Advertisment

ଘଟଣାକୁ ଦୃଢ଼ ନିନ୍ଦା କରି ତାଲିବାନର ଜଣେ ସଦସ୍ୟ କହିଛନ୍ତି, କାବୁଲ ବିସ୍ଫୋରଣରେ ୨୮ ଜଣ ତାଲିବାନୀ ପ୍ରାଣ ହରାଇଛନ୍ତି। ସେମାନେ ଏୟାରପୋର୍ଟରେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ଏପରି ଘଟଣା ଘଟିଛି। ଏଥିସହ ୩୦ରୁ ଅଧିକ ସଦସ୍ୟ ଆହତ ହୋଇଛନ୍ତି।

ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ଆହୁରି ଆକ୍ରମଣର ଆଶଙ୍କା ଥିବାରୁ କାବୁଲ ଏୟାରପୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍‌ କରି ଦିଆଯାଇଛି। ଆମେରିକାର ୧୩ ଜଣ ସଦସ୍ୟ ପ୍ରାଣ ହରାଇଥିବା ବେଳେ ବିସ୍ଫୋରଣ ଯୋଗୁ ଆମେ ଅଧିକ କ୍ଷତି ସହିଛୁ। କୌଣସି ବି ପରିସ୍ଥିତିରେ ସେନା ପ୍ରତ୍ୟାହାର ସମୟ ସୀମା ଅଗଷ୍ଟ ୩୧ରୁ ବୃଦ୍ଧି କରାଯିବ ନାହିଁ ବୋଲି ସଦସ୍ୟ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ଭୟଙ୍କର ବିସ୍ଫୋରଣ ସତ୍ତ୍ୱେ ଏବେ ବି ଏୟାରପୋର୍ଟର ପାଚେରୀ ନିକଟରେ ହଜାର ହଜାର ଲୋକ ଉଦ୍ଧାର ହେବା ଆଶାରେ ଅପେକ୍ଷା କରି ରହିଛନ୍ତି। ଚାରିଆଡ଼େ କେବଳ ଭୟର ବାତାବରଣ। ଆକ୍ରମଣ ଆଶଙ୍କା ଥିଲେ ହେଁ ଲୋକମାନେ ଉପାୟଶୂନ୍ୟ ଭାବେ ଉଦ୍ଧାର ହେବାକୁ ଚାତକ ଭଳି ଚାହିଁ ରହିଛନ୍ତି।

ଗୁରୁବାର ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଥିଲା ଆଜି ସେହିଠାରେ ହିଁ ଲୋକମାନେ ଭିଡ଼ କରିଛନ୍ତି। ବିସ୍ଫୋରଣ ପରେ ଆଜିଠାରୁ ପୁଣି କାବୁଲ ଏୟାରପୋର୍ଟରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଇତି ମଧ୍ୟରେ ସ୍ପେନ ଏୟାରଲିଫ୍ଟ କାମ ଶେଷ କରିଥିବା ବେଳେ ଆଉ କିଛି ଘଣ୍ଟା ମଧ୍ୟରେ ବ୍ରିଟେନ ମଧ୍ୟ ଉଦ୍ଧାର କାର୍ଯ୍ୟ ଶେଷ କରିବ ବୋଲି କହିଛି।