Advertisment

ଶୁକ୍ରବାର ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଗଲା ୩୦ ଜଣଙ୍କ ଜୀବନ

ପେଶାୱର: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ମିଳିଥିବା ସୂଚନା ଅନୁଯାୟୀ, କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। […]

ଶୁକ୍ରବାର ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଗଲା ୩୦ ଜଣଙ୍କ ଜୀବନ

Pakistan

Advertisment

ପେଶାୱର: ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। ଶୁକ୍ରବାର ପାଇଁ ମସଜିଦରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଏହି ସମୟରେ କେହି ବିସ୍ଫୋରଣ କରିଛି। ମସଜିଦର ମୁଖ୍ୟ ପ୍ରାର୍ଥନା ସ୍ଥଳରେ ବିସ୍ଫୋରଣ ଘଟିଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

ପ୍ରଶାସନ କହିଛି ଯେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ସେହିପରି ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି। ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

Advertisment

ଅନ୍ୟପକ୍ଷରେ କ୍ୟାପିଟାଲ ସିଟି ପୁଲିସ ଅଫିସର ଇଜାଜ ଏହସାନ କହିଛନ୍ତି, ପ୍ରଥମେ ଦୁଇ ଜଣ ଆକ୍ରମଣକାରୀ ମସଜିଦ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ପୁଲିସ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ। ତେବେ ଆକ୍ରମକାରୀମାନେ ସେଠାରୁ ଖସି ଯାଇଥିଲେ। ଏହାର କିଛି ସମୟ ପରେ ହିଁ ମସଜିଦ ଭିତରେ ବିସ୍ଫୋରଣ ହୋଇଥିଲା ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe