/odisha-reporter/media/post_attachments/uploads/2022/10/890.jpg)
890
ବ୍ୟାଙ୍ଗକକ: ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳର ଏକ ଶିଶୁ ଯତ୍ନ ସେଣ୍ଟରେ(ଡେ-କେୟାର୍ ସେଣ୍ଟର୍) ଆଖିବୁଜା ଗୁଳିଚାଳନା ଘଟି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବନ୍ଧୁକଧାରୀ ଅତି ନିର୍ମମଭାବେ ଗୁଳିଚାଳନା କରିବା ପରେ ନିଜକୁ ଗୁଳି କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧାର ଗୁଳି ମାଡ଼ରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ଆର୍ଚନ କ୍ରାଈଟଙ୍ଗ ପୁଲିସର ମୁଖପାତ୍ର କହିଛନ୍ତି। ଏହି ଘଟଣାରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ି ନାହିଁ। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୨୩ଜଣ ପିଲା ବୋଲି ନଙ୍ଗ୍ ବୁଆ ଲମ୍ଫୁ ପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ମୃତ ବ୍ୟକ୍ତିଙ୍କ ମଧ୍ୟରେ ପିଲା ଓ ପ୍ରାପ୍ତ ବୟସ୍କ ଅଛନ୍ତି। ବନ୍ଧୁକଧାରୀଜଣକ ଆଗରୁ ପୁଲିସ ଅଧିକାରୀ ଥିଲେ। ନିକଟ ଅତୀତରେ ତାଙ୍କୁ ବରଖାସ୍ତ କରାଯାଇଥିଲା ବୋଲି ଥାଇଲାଣ୍ଡ୍ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଆକ୍ରମଣକାରୀ ପିଲା ଓ ପ୍ରାପ୍ତ ବୟସ୍କଙ୍କୁ ଗୁଳି ମାରିବା ସହ ଛୁରି ଭୁସିଛନ୍ତି। ଥାଇଲାଣ୍ଡରେ ବନ୍ଧୁକ ମାଲିକାନା ହାର ଅଧିକ ରହିଛି। କିନ୍ତୁ ଲୋକଙ୍କ ପାଖରେ ଥିବା ବେଆଇନ ଅସ୍ତ୍ରଶସ୍ତ୍ର ସବୁ ସରକାରୀ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
