bangladesh-violence-during-
ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ବାଂଲାଦେଶର ଚିତ୍ତାଗୋଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ ହୋଇଥିଲା। ଏହି ଅବସରରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଟିୟର ଗ୍ୟାସ ଏବଂ ରବର ଗୁଳି ଚଳାଇଥିଲା। ପୁଲିସ ଅଧିକାରୀ ରଫିକୁଲ ଇସଲାମ କହିଛନ୍ତି ଯେ, ଆନ୍ଦୋଳନକାରୀ ଥାନା ଭିତରକୁ ହଠାତ ପଶି ଆସିଥିଲେ। ଏହାପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଟିୟର ଗ୍ୟାସ ଏବଂ ରବର ଗୁଳି ଚଳାଇଥିଲା ବୋଲି ସେ କହିଛନ୍ତି।
ଚିତ୍ତାଗୋଙ୍ଗରେ ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ହେଫାଜାଟ-ଏ-ଇସଲାମ ବାଂଲାଦେଶ ସଂଗଠନର ସଦସ୍ୟ। ବାଂଲାଦେଶର ଏହି ସଂଗଠନ ଏକ କଟ୍ଟର ଇସଲାମିକ ଗୋଷ୍ଠୀ। ମୋଦି ଭାରତରେ ହିନ୍ଦୁତ୍ୱ ଏଜେଣ୍ଡାକୁ ପ୍ରାଥମିକତା ଦେଉଛନ୍ତି ବୋଲି ଅଭିଯୋଗ କରି ଏହି ଗ୍ରୁପ ବିରୋଧ କରିଥିଲା।
ଚିତ୍ତାଗୋଙ୍ଗରର ହାଥାଜାରୀ ଅଞ୍ଚଳର ପ୍ରଶାସିନକ ଅଧିକାରୀ ରୁହୁଲ ଅମିନ କହିଛନ୍ତି ହେଫାଜାଟର ୧,୫୦୦ ସମର୍ଥକ ମୋଦି ବିରୋଧୀ ସ୍ଲୋଗାନ ଦେଇ ଥାନା ଭିତରକୁ ହଠାତ୍ ଧସେଇ ପଶିଥିଲେ। ଏହାପରେ ଉପସ୍ଥିତ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଆଉ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଗୁଳି ଚଳାଇଥିଲା। ଏଥିରେ ଆହତ ହୋଇ ଚିତ୍ତାଗୋଙ୍ଗ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଇନ୍ସପେକ୍ଟର ଆଲାଉଦ୍ଦିନ ତାଲୁକ। ସେ କହିଛନ୍ତି "ଏଯାବତ ଚାରୋଟି ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ତିନିଜଣ ମଦ୍ରାସା ଛାତ୍ର ଏବଂ ଅନ୍ୟ ଜଣେ ଦରଜୀ।" ତେବେ କିଏ ଗୁଳି ଚଳାଇଥିଲେ ସେ ବାବଦରେ ଏହି ଅଧିକାରୀ ଜଣଙ୍କ କିଛି କହି ନାହାନ୍ତି।
ସୂଚନାଯୋଗ୍ୟ, ହାଥାଜରୀ ବାଂଲାଦେଶର ଅନ୍ୟତମ ବୃହତ୍ତମ ମଦ୍ରାସା। ହେଫାଜାଟରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ୨୦୧୦ରେ ଏହି ମଦ୍ରାସା ତିଆରି ହୋଇଥିଲା। ଏହା ବଂଲାଦେଶର ସର୍ବବୃହତ କଟ୍ଟରପନ୍ଥୀ ଇସଲାମିକ ଗୋଷ୍ଠୀ।
ସୂଚନାଯୋଗ୍ୟ, ଦୁଇ ଦିନିଆ ଐତିହାସିକ ଗସ୍ତ ଅବସରରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଡ. ଏ.କେ. ଅବଦୁଲ ମୋମେନ ମୋଦିଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ଉଭୟ ଦେଶ ମଧ୍ୟରେ ଗଭୀର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଆଲୋଚନା କରିବା ସହିତ ଦୁଇ ଦେଶର ସାର୍ବଭୌମତ୍ୱ, ସମାନତା, ପାରସ୍ପରିକ ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ ବ୍ୟାପକ ଓ ରଣନୈତିକ ଭାଗିଦାରୀ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳର ବିରୋଧୀଦଳ ନେତାଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଥିଲେ ମୋଦି। ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/bangladesh-violence-during-.jpg)