Advertisment

ବଡ଼ ଦାବି କଲା ୟୁକ୍ରେନ୍, ଯୁଦ୍ଧରେ ମରିଛନ୍ତି ୪୫୦୦ ରୁଷ୍ ସେନା

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ରୁଷ୍ ଘନଘନ ଆକ୍ରମଣ କରୁଛି। କିନ୍ତୁ ଏହି ଯୁଦ୍ଧ ରୁଷକୁ ମଧ୍ୟ ବହୁତ ମହଙ୍ଗା ପଡ଼ିଛି। ୟୁକ୍ରେନର ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଏହି ଦାବି କରିଛନ୍ତି। ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି। ଅନ୍ୟପଟେ ରୁଷର ରାଜଧାନୀ ମସ୍କୋ କୌଣସି କ୍ଷତି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଡ଼ ଦାବି କଲା ୟୁକ୍ରେନ୍, ଯୁଦ୍ଧରେ ମରିଛନ୍ତି ୪୫୦୦ ରୁଷ୍ ସେନା

ukraine

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ରୁଷ୍ ଘନଘନ ଆକ୍ରମଣ କରୁଛି। କିନ୍ତୁ ଏହି ଯୁଦ୍ଧ ରୁଷକୁ ମଧ୍ୟ ବହୁତ ମହଙ୍ଗା ପଡ଼ିଛି। ୟୁକ୍ରେନର ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଏହି ଦାବି କରିଛନ୍ତି। ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି।

Advertisment

ଅନ୍ୟପଟେ ରୁଷର ରାଜଧାନୀ ମସ୍କୋ କୌଣସି କ୍ଷତି ହୋଇନଥିବା କହିଛି। ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ୟୁକ୍ରେନର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୧୧୧୫ ୟୁକ୍ରେନ୍ ନାଗରିକ ରୁଷ୍ ଆକ୍ରମଣରେ ଆଘାତପ୍ରାପ୍ତ ହୋଇଛନ୍ତି। ଏଥିରେ ୩୩ ଜଣ ଶିଶୁ ମଧ୍ୟ ସାମିଲ୍ ଅଛନ୍ତି। ୟୁକ୍ରେନ୍ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ରୁଷ୍ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରିଛି ଏବଂ ମହିଳା ତଥା ପିଲାମାନଙ୍କୁ ଯୁଦ୍ଧରେ ବ୍ୟବହାର କରିଛି।

ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷର ସେନା ବେଲାରୁଷର ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା। ଏହାବ୍ୟତୀତ ରୁଷ୍ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଆଧିପତ୍ୟ ଥିବା ଅଞ୍ଚଳ ଓ କ୍ରିମିଆ ଦେଇ ମଧ୍ୟ ରୁଷୀୟ ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରିଥିଲେ। ଏପରିକି ରୁଷୀୟ ସେନା ମଧ୍ୟ ଛଦ୍ମବେଶରେ ଲୁଚି ଆକ୍ରମଣ କରିଥିବା ୟୁକ୍ରେନ ସେନା ତା’ର ଅଫିସିଆଲ ଫେସବୁକ ପେଜରେ କହିଛି।

Advertisment

ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ କରିଛି। ରୁଷର ସୈନିକମାନେ ୟୁକ୍ରେନ୍ ସେନାର ପୋଷାକ ପିନ୍ଧି ୟୁକ୍ରେନ୍ ସୀମାରେ ପ୍ରବେଶ କରିଥିଲେ। ସେମାନେ ପୁଲିସ ଓ ରାଜ୍ୟର ଜରୁରୀକାଳୀନ ସେବାକୁ ବ୍ୟବହାର କରୁଛନ୍ତି। ଡାକ୍ତରଖାନାରୁ ଚୋରି ହୋଇଥିବା ଆମ୍ବୁଲାନ୍ସକୁ ମଧ୍ୟ ସେମାନେ ବ୍ୟବହାର କରୁଛନ୍ତି। ରୁଷ ସମର୍ଥିତ ଆତଙ୍କବାଦୀମାନେ ଶିଶୁମାନଙ୍କର ପାଇଁନ ନିର୍ମିତ ଶିବିର ଓ ସ୍କୁଲକୁ କବଜାକୁ କରି ନେଇଛନ୍ତି।

ତେବେ ୟୁକ୍ରେନ୍ କହିଛି ଯେ ଆମର ସ୍ଥିତି ଦୃଢ଼ ରହିଛି ଏବଂ ସେମାନେ ରୁଷର କ୍ଷତି କରିବା ଜାରି ରଖିଛନ୍ତି। କିଭଠାରୁ ୧୨୮ କିଲୋମିଟର ଦୂର ଚେରନିହିଭରେ ରୁଷିଆର ସେନାକୁ ବ୍ୟାପକ କ୍ଷତି ପହଞ୍ଚାଇଥିବା ୟୁକ୍ରେନ କହିଛି।