Advertisment

କାନାଡ଼ା: ବସ୍‌ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ: କାନାଡ଼ାର ଟରାଣ୍ଟୋରେ ବସ୍‌ ଦୁର୍ଘଟଣା ଘଟି ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। କାନାଡ଼ାର ଆଞ୍ଚଳିକ ସମୟ ଶନିବାର ୩ଟା୪୫ରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ୨ ଜଣଙ୍କୁ ହସପିଟାଲରା ଭର୍ତ୍ତି କରାଯା‌ଇଛି।  କାନାଡ଼ା ଗଣମାଧ୍ୟମ CP24 ଅନୁଯାୟୀ ଛାତ୍ରମାନଙ୍କୁ ନେଇ ଏକ ବସ୍‌ ଯାତ୍ରା କରୁଥିବା ବେଳେ ଓଣ୍ଟାରିଓ ନିକଟରେ ଏକ ଟ୍ରାକ୍ଟର-ଟ୍ରେଲର ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ମୃତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ହରପ୍ରୀତି ସିଂ, ଜସପିନ୍ଦର […]

author-image
Tapas Behera
ଅଦ୍ୟତନ ହୋଇଛି
କାନାଡ଼ା: ବସ୍‌ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ

accident

ନୂଆଦିଲ୍ଲୀ: କାନାଡ଼ାର ଟରାଣ୍ଟୋରେ ବସ୍‌ ଦୁର୍ଘଟଣା ଘଟି ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। କାନାଡ଼ାର ଆଞ୍ଚଳିକ ସମୟ ଶନିବାର ୩ଟା୪୫ରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ୨ ଜଣଙ୍କୁ ହସପିଟାଲରା ଭର୍ତ୍ତି କରାଯା‌ଇଛି।  କାନାଡ଼ା ଗଣମାଧ୍ୟମ CP24 ଅନୁଯାୟୀ ଛାତ୍ରମାନଙ୍କୁ ନେଇ ଏକ ବସ୍‌ ଯାତ୍ରା କରୁଥିବା ବେଳେ ଓଣ୍ଟାରିଓ ନିକଟରେ ଏକ ଟ୍ରାକ୍ଟର-ଟ୍ରେଲର ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ମୃତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ହରପ୍ରୀତି ସିଂ, ଜସପିନ୍ଦର ସିଂ, କର୍ଣ୍ଣପାଲ ସିଂ, ମୋହିତ ଚୌହାନ୍‌ ଏବଂ ପୱନ୍‌ କୁମାର। ଏମାନଙ୍କର ବୟସ ୨୧ରୁ୨୪ ମଧ୍ୟରେ ହେବ। ୫ ଭାରୀତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍‌ କରି ଜଣାଇଛନ୍ତି।
https://twitter.com/Ajaybis/status/1503162117209280513?s=20&t=hwGlTt_CNdgZK9RR1FF5Zw

Advertisment

ତେବେ କାନାଡ଼ାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦୁର୍ଘଟଣାରେ ଶିକାର ହୋଇଥିବା ଛାତ୍ରମାନଙ୍କର ସମସ୍ତ  ଆବଶ୍ୟକ ସହାୟତା ବ୍ୟବସ୍ଥା କରାଯାଥିଉଥିବା ସେ ଟ୍ୱିଟ୍‌ କରିଛନ୍ତି। ୫ ଛାତ୍ରଙ୍କ ମୃତ୍ୟୁକୁ ନେଇ ସେ ଦୁ‍ଖ ପ୍ରକାଶ କରିଛନ୍ତି। ତେବେ ଆହତମାନଙ୍କର ଚିକିତ୍ସା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ଯୋଗାଇଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି କାଡ଼ାଡ଼ାରେ ଥିବା ଭାତୀୟ ଦୂତାବାସ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି। ମୃତ ଛାତ୍ରଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଦୂତାବାସ। ତେବେ ଆହତ ଛାତ୍ରମାନଙ୍କର ଚିକତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Advertisment