/odisha-reporter/media/post_attachments/uploads/2023/01/crash1.jpg)
crash1
କାଠମାଣ୍ତୁ: ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଏଯାଏ ୪୨ ଜଣଙ୍କ ମୃତଦେହ ମିଳିଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାରଯାଉଛି। କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ହାର ନ ମାନି ଧ୍ୱଂସ ହୋଇଯାଇଥିବା ବିମାନ ତଳ ଜୀବନ ସନ୍ଧାନରେ ରହିଛନ୍ତି। ବିମାନରେ ଥିବା ମୋଟ ୭୨ ଜଣଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିବା ଖବର ମିଳିଛି।
ୟେତି ଏୟାରଲାଇନ୍ସର ଏହି ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିବା ବେଳେ ଲ୍ୟାଣ୍ଡିଂର ୫ ମିନିଟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ଏହି ୬୮ ଜଣଙ୍କ ମଧ୍ୟରେ ୨ ଜଣ ଛୋଟ ପିଲାଙ୍କ ସମେତ ୫୩ ନେପାଳୀ, ୫ ଭାରତୀୟ, ୪ ରୁଷିଆନ, ଜଣେ ଆୟର୍ଲ୍ୟାଣ୍ଡର, ୨ ଜଣ କୋରିଆର, ଆର୍ଜେଣ୍ଟିନାର ଜଣେ ଓ ଜଣେ ଫ୍ରାନ୍ସ ନାଗରିକ ଥିଲେ ବୋଲି ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ୟେତି ଏୟାରଲାଇନ୍ସ କହିଛି ଯେ ୯ଏନ-ଏନସି ଏଟିଆର-୭୨ ବିମାନଟି ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ଏହା ପୋଖରା ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା।
କାଠମାଣ୍ତୁରୁ ପୋଖରା ଯିବା ପାଇଁ ୨୫ ମିନିଟ ସମୟ ଲାଗେ। ବିମାନଟି ୨୦ ମିନିଟ ଯାଏ ଠିକ ଠାକ ଥିଲା। ଏଥିସହ ପୋଖରା ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ କ୍ରାଶ କରି ଯାଇଥିଲା ବୋଲି ଏୟାରଲାଇନ୍ସ କହିଛି।
ଘଟଣା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହାଲ ପ୍ରଚଣ୍ଡ ଦୁର୍ଘଟଣା ପରେ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ନେପାଳ ଗୃହମନ୍ତ୍ରୀ ରବି ଲାମିଚାନେ ମଧ୍ୟ ଉପସ୍ଥିତ ରହିଥିଲେ। ସେହିପରି ଉଦ୍ଧାର କାର୍ଯ୍ୟରେ ସେନା ବାହିନୀ ମଧ୍ୟ ସାମିଲ ହୋଇଛନ୍ତି।
नेपाल में बड़ा विमान हादसा! काठमांडू से पोखरा पहुंची फ्लाइट एयरपोर्ट के रनवे पर क्रैश। प्लेन पूरा जलकर खाक हो गया। विमान में 68 यात्री और 4 क्रू मेंबर सवार थे।अब तक कुल 35 लोगों की मौत!#Nepal#YetiAirlinespic.twitter.com/ZGuid44Rfo
— Shweta Bhattacharya (@spbhattacharya) January 15, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
