Advertisment

ଜଘନ୍ୟ: ଛେଳିକୁ ଗଣଧର୍ଷଣ ପରେ ହତ୍ୟା

ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଥା କହି ପାରୁ ନଥିବା ପଶୁଙ୍କୁ ସହ ଏପରି କାଣ୍ଡ ଘଟାଇ ପାରନ୍ତି? ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ପାକିସ୍ତାନର ଓକାରା ଠାରେ ଏପରି ଏକ ଜଘନ୍ୟକାଣ୍ଡ ଘଟିଛି। ୫ ଜଣ ଯୁବକ ଗୋଟିଏ ଛେଳିକୁ ଟେକି ନେଇ ଗଣ ଧର୍ଷଣ କରିଛନ୍ତି। ଏହାପରେ ଯୌନ ପିପାଷୁମାନେ ଏତେ ନିଷ୍ଠୁର ହୋଇ ଯାଇଥିଲେ ଯେ ସେମାନେ ଛେଳିଟିକୁ […]

ଜଘନ୍ୟ: ଛେଳିକୁ ଗଣଧର୍ଷଣ ପରେ ହତ୍ୟା

Goat

Advertisment

ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଥା କହି ପାରୁ ନଥିବା ପଶୁଙ୍କୁ ସହ ଏପରି କାଣ୍ଡ ଘଟାଇ ପାରନ୍ତି? ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ପାକିସ୍ତାନର ଓକାରା ଠାରେ ଏପରି ଏକ ଜଘନ୍ୟକାଣ୍ଡ ଘଟିଛି।

Advertisment

୫ ଜଣ ଯୁବକ ଗୋଟିଏ ଛେଳିକୁ ଟେକି ନେଇ ଗଣ ଧର୍ଷଣ କରିଛନ୍ତି। ଏହାପରେ ଯୌନ ପିପାଷୁମାନେ ଏତେ ନିଷ୍ଠୁର ହୋଇ ଯାଇଥିଲେ ଯେ ସେମାନେ ଛେଳିଟିକୁ ଭୟଙ୍କର ନିର୍ଯାତନା ଦେବା ସହ ଅତ୍ୟନ୍ତ ବୀଭତ୍ସ ଢଙ୍ଗରେ ହତ୍ୟା ମଧ୍ୟ କରିଛନ୍ତି। ଏହାକୁ ନେଇ ଦେଶ ତମାମ ବିବାଦ ଦେଖାଦେଇଛି। ନିରୀହ ପଶୁ ସହ ଏଭଳି ଘଟଣାକୁ ସମସ୍ତେ କଡ଼ାଭାଷାରେ ନିନ୍ଦା କରିଛନ୍ତି।

ରିପୋର୍ଟ ଅନୁସାର, ପାକିସ୍ତାନର ଓକାରା ଅଞ୍ଚଳରେ ଜଣେ ଶ୍ରମିକଙ୍କ ପାଖରେ ଛେଳିଟି ରହିଥିଲା। ତା’କୁ ୫ ଜଣ ଯୁବକ ପ୍ରଥମେ ଅପହରଣ କରି ନେଇଥିଲେ। ଏହାପରେ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଛେଳିଟିକୁ ଅକଥନୀୟ ନିର୍ଯାତନା ଦେଇଥିଲେ। ନିର୍ଯାତନାରେ ସେମାନଙ୍କ ମନ ଭରି ନଥିଲା। ସେମାନେ ଏତେ ଅତ୍ୟନ୍ତ ନିଷ୍ଠୁର ଓ ତଳକୁ ଖସି ଯାଇଥିଲେ ଯେ ଛେଳିଟିକୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ଏତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା। ଗଣ ଧର୍ଷଣ ପରେ ସେମାନେ ଛେଳିଟିକୁ ପିଟିବା ସହ ପୁଣି ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲେ।

Advertisment

ଶେଷରେ ଏହି ନିରୀହ ଜୀବଟିକୁ ହତ୍ୟା ମଧ୍ୟ କରିଥିଲେ। ଘଟଣା ପରେ ବେଶ ଆରାମରେ ୫ ଜଣ ଯାକ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ଚାଲି ଯାଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୂରା ଦେଶରେ ଓ ସୋଶାଲ ମିଡିଆରେ ବିବାଦ ଦେଖାଯାଇଛି।
ଘଟଣାକୁ ନେଇ ଲୋକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି।

ନିକଟରେ ଇମ୍ରାନ ଯୌନ ନିର୍ଯାତନା ବାବଦରେ ବୟାନ ଦେବା ସହ ମହିଳାମାନେ ମୁସଲିମ ସଂପ୍ରଦାୟରେ ପ୍ରଚଳିତ ପୂର୍ଣ୍ଣ କପଡ଼ା ଖଚିତ ଡ୍ରେସ ବା ଆବାୟା ପିନ୍ଧିବାକୁ କହିଥିଲେ। ତେଣୁ ସୋଶାଲ ମିଡିଆ ବ୍ୟବହାରକାରୀ ଇମ୍ରାନ ଖାନ୍‌ଙ୍କୁ ଛେଳିକୁ ମଧ୍ୟ ଆବାୟା ପିନ୍ଧିବା ଦରକାର କି ବୋଲି ପ୍ରଶ୍ନ କରିଛନ୍ତି।

ଜଣେ ଟ୍ୱିଟର ବ୍ୟବହାରକାରୀ ପଚାରିଛନ୍ତି ଯେ କ’ଣ ଉଲ୍ଲଗ୍ନ ହୋଇ ବୁଲୁଥିବା ପଶୁମାନଙ୍କ ପ୍ରଭାବ ପୁରୁଷଙ୍କ ଉପରେ ପଡ଼ୁଛି? ଏବେ ସୁନ୍ଦର ପ୍ରଧାନମନ୍ତ୍ରୀ ବୋଧେ ଛେଳିମାନଙ୍କୁ ସେମାନଙ୍କ ଶରୀର ଘୋଡ଼ାଇ ରଖିବାକୁ ପରାମର୍ଶଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe