Advertisment

ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି

ୱାଶିଂଟନ୍‌: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର ପେନ୍‌ସିଲ୍‌ଭାନିଆରେ। କୁହାଯାଉଛି ଯେ, ବରଫ ଝଡ ଲାଗି ଜାତୀୟ ରାଜପଥରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ପେନ୍‌ସିଲଭାନିଆର ସୁଇଲକିଲ୍‌ ରାଜ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚାରିଆଡେ ଏହାକୁ […]

ଅଦ୍ୟତନ ହୋଇଛି
ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି

Accident

Advertisment

ୱାଶିଂଟନ୍‌: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର ପେନ୍‌ସିଲ୍‌ଭାନିଆରେ।

Advertisment

କୁହାଯାଉଛି ଯେ, ବରଫ ଝଡ ଲାଗି ଜାତୀୟ ରାଜପଥରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ପେନ୍‌ସିଲଭାନିଆର ସୁଇଲକିଲ୍‌ ରାଜ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚାରିଆଡେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଗୋଟିଏ ପରେ ଗୋଟିଏ ଗାଡି ପରସ୍ପର ସହ ଧକ୍କା ଦେଉଥିବା ଦେଖିବାକୁ ମିଳିଛି। ବରଫ ଝଡ ଲାଗି ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଛନ୍ତି। ଗାଡିଗୁଡିକ ଧକ୍କା ହେବା ପରେ ଜୀବନ ବିକଳରେ ଲୋକେ ଗାଡିରୁ ବାହାରି ଦୌଡୁଥିବା ମଧ୍ୟ ନଜର ଆସିଛନ୍ତି।

Advertisment

ପୁଲିସ ସୂଚନା ମୁତାବକ, ଉକ୍ତ ଅଞ୍ଚଳରେ ବରଫ ଝଡ ଯୋଗୁଁ ଭିଜିବିଲିଟି ପୂରାପୂରି ଶୂନ୍‌ ଥିଲା। ଏହି କାରଣ ଯୋଗୁଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା। ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। କୁହାଯାଉଛି ଯେ, ସୁଇଲକିଲ୍‌ ରାଜ୍ୟରେ ଚଳିତ ମାସର ଏହା ଦ୍ୱିତୀୟ ସବୁଠାରୁ ବଡ ଦୁର୍ଘଟଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe