Advertisment

ପ୍ରାର୍ଥନା ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ

କାବୁଲ: ପୁଣିଥରେ ମସଜିଦକୁ ଟାର୍ଗେଟ କରି ବଡ଼ଧରଣର ବିସ୍ଫୋରଣ ହୋଇଛି। ଆଫଗାନିସ୍ତାନର କୁଣ୍ଡଉଜ ପ୍ରଦେଶରେ ଥିବା ଗୋଟିଏ ମସଜିଦରେ ଆଜି ପବିତ୍ର ଶୁକ୍ରବାର ଯୋଗୁ ସମୂହ ନମାଜ ପାଠ ଚାଲିଥିବା ବେଳେ ଏପରି ବିସ୍ଫୋରଣ ହୋଇଛି। ସଂଖ୍ୟାଲଘୁ ଶିହା ମୁସଲିମଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି। ଏଥିରେ ୫୦ ଜଣଙ୍କ ଜୀବନ ଯାଇଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।  […]

ପ୍ରାର୍ଥନା ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ

Blast

Advertisment

କାବୁଲ: ପୁଣିଥରେ ମସଜିଦକୁ ଟାର୍ଗେଟ କରି ବଡ଼ଧରଣର ବିସ୍ଫୋରଣ ହୋଇଛି। ଆଫଗାନିସ୍ତାନର କୁଣ୍ଡଉଜ ପ୍ରଦେଶରେ ଥିବା ଗୋଟିଏ ମସଜିଦରେ ଆଜି ପବିତ୍ର ଶୁକ୍ରବାର ଯୋଗୁ ସମୂହ ନମାଜ ପାଠ ଚାଲିଥିବା ବେଳେ ଏପରି ବିସ୍ଫୋରଣ ହୋଇଛି। ସଂଖ୍ୟାଲଘୁ ଶିହା ମୁସଲିମଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି।

Advertisment

ଏଥିରେ ୫୦ ଜଣଙ୍କ ଜୀବନ ଯାଇଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।  ବିସ୍ଫୋରଣ ସମ୍ପର୍କରେ ଆଫଗାନକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ଓ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ଶୁକ୍ରବାର ଥିବା ଶିହା ସଂପ୍ରଦାୟର ଲୋକମାନେ ପ୍ରଦେଶର ଗୋଜାର-ଇ-ସୟଦ ଅବାଦ ମସଜିଦରେ ଏକାଠି ହୋଇଥିଲେ। ସମସ୍ତେ ସମୂହ ନମାଜ ପଢ଼ୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଘଟଣା ସ୍ଥଳରେ ଥିବା ଅଲୀ ରେଜା କହିଛନ୍ତି, “ଆମେ ପ୍ରାର୍ଥନା କରୁଥିବା ବେଳେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଅନେକ ଲୋକ ରକ୍ତାକ୍ତ ଅବସ୍ଥାରେ ଏଣେତେଣ ପଡ଼ିଥିଲେ। ମୁଁ ପ୍ରାୟ ୪୦ ଜଣଙ୍କ ମୃତଦେହ ଦେଖିଛି।”

Advertisment

ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋ ଅନୁଯାୟୀ ଲୋକମାନେ ମସଜିଦ ଭିତରେ ଖୋଜାଖୋଜି କରୁଛନ୍ତି। ସେହିପରି କିଛି ଲୋକଙ୍କୁ ଆମ୍ବୁଲାନ୍ସରେ ମଧ୍ୟ ଭର୍ତ୍ତି କରାଯାଉଛି।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଶିହାମାନଙ୍କ ମସଜିଦକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଲିବାନ ସ୍ପେଶାଲ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଘଟଣା ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ପୂର୍ବରୁ ଆଇଏସ୍‌ ଶିହା ମୁସଲିମଙ୍କୁ ଟାର୍ଗେଟ କରି ହମଲା କରିବାର ନଜିର ରହିଛି। ତେଣୁ ଏହା ପଛରେ ମଧ୍ୟ ଆଇଏସ ରହିଥାଇ ପାରେ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe