Advertisment

ଇମ୍ରାନଙ୍କୁ ବଡ ଝଟ୍‌କା, ଶକ୍ତି ପ୍ରଦର୍ଶନ ପୂର୍ବରୁ ୫୦ ମନ୍ତ୍ରୀ ଗାଏବ୍‌

ଇସଲାମାବାଦ: ପାକିସ୍ତାନରେ ସରକାର ପରିବର୍ତ୍ତନ ପାଇଁ ଆରମ୍ଭ ହୋଇଗଲାଣି ବଳ କଷାକଷି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଅନ୍ୟପଟେ ବିରୋଧୀ ଦଳ। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଆଉ ବିରୋଧୀଙ୍କୁ ଚେକ୍‌ ଦେବାକୁ ଆଜି ଶକ୍ତି ପ୍ରଦର୍ଶନ କରିବେ କ୍ରିକେଟରୁ ପ୍ରଧାନମନ୍ତ୍ରୀ ବନିଥିବା ଇମ୍ରାନ ଖାନ। ୧୦ ଲକ୍ଷରୁ ଅଧିକ ସମର୍ଥକଙ୍କୁ ନେଇ ଦମ୍‌ ଦେଖାଇବେ ବୋଲି ଦାବି କରିଛନ୍ତି ଇମ୍ରାନ୍‌। ତେବେ ଏହା ପୂର୍ବରୁ ଲାଗିଛି ତାଙ୍କୁ ଜୋରଦାର ଝଟ୍‌କା। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଇମ୍ରାନଙ୍କୁ ବଡ ଝଟ୍‌କା, ଶକ୍ତି ପ୍ରଦର୍ଶନ ପୂର୍ବରୁ ୫୦ ମନ୍ତ୍ରୀ ଗାଏବ୍‌

Imran Khan

ଇସଲାମାବାଦ: ପାକିସ୍ତାନରେ ସରକାର ପରିବର୍ତ୍ତନ ପାଇଁ ଆରମ୍ଭ ହୋଇଗଲାଣି ବଳ କଷାକଷି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଅନ୍ୟପଟେ ବିରୋଧୀ ଦଳ। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଆଉ ବିରୋଧୀଙ୍କୁ ଚେକ୍‌ ଦେବାକୁ ଆଜି ଶକ୍ତି ପ୍ରଦର୍ଶନ କରିବେ କ୍ରିକେଟରୁ ପ୍ରଧାନମନ୍ତ୍ରୀ ବନିଥିବା ଇମ୍ରାନ ଖାନ। ୧୦ ଲକ୍ଷରୁ ଅଧିକ ସମର୍ଥକଙ୍କୁ ନେଇ ଦମ୍‌ ଦେଖାଇବେ ବୋଲି ଦାବି କରିଛନ୍ତି ଇମ୍ରାନ୍‌। ତେବେ ଏହା ପୂର୍ବରୁ ଲାଗିଛି ତାଙ୍କୁ ଜୋରଦାର ଝଟ୍‌କା।

Advertisment

ଇମ୍ରାନ ବାରମ୍ବାର କହି ଆସିଛନ୍ତି ଯେତେ ଚାପ ପଡିଲେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ। ତେବେ ଏହାରି ଭିତରେ ତାଙ୍କ ଅସୁବିଧା ଆହୁରି ବଢ଼ିଛି। ନିଜ ଦଳ ତେହରିକ-ଏ-ଇନ୍‌ସାଫର ପ୍ରାୟ ୫୦ରୁ ଅଧିକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ ଗାଏବ ହୋଇଯାଇଛନ୍ତି। ଇମ୍ରାନଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଅଣାଯିବା ପ୍ରସଙ୍ଗ ଉଠିବା ପରେ ଏହି ମନ୍ତ୍ରୀଙ୍କର ଆଉ ଦେଖାନାହିଁ।

ସେମାନଙ୍କ ମଧ୍ୟରୁ ୨୫ ଜଣ ଇମ୍ରାନଙ୍କ କ୍ୟାବିନେଟର ମନ୍ତ୍ରୀ ହୋଇଥିଲା ବେଳେ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟ ୨୩ ଜଣ ପ୍ରାଦେଶିକ ମନ୍ତ୍ରୀ ଅଛନ୍ତି। ଚର୍ଚ୍ଚା ହେଉଛି କି ଏମାନେ ବିରୋଧୀ ଦଳ ସହ ମିଶି ଇମ୍ରାନଙ୍କ ବିରୋଧରେ ଭୋଟ ଦେଇପାରନ୍ତି। ସେପଟେ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି, ଶାସକ ଦଳର ମନ୍ତ୍ରୀ କିମ୍ବା ସାଂସଦମାନେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇପାରିବେ। ଏଭଳି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ।

Advertisment

ରବିବାର ଇସ୍‌ଲାମାବାଦରେ ପିଟିଆଇର ଏକ ବିଶାଳ ରାଲି ଆୟୋଜିତ ହେଉଛି। ଏହି ରାଲିକୁ ସମ୍ବୋଧନ କରିବା ଅବସରରେ ଇମ୍ରାନ ଇସ୍ତଫା ବିଷୟ ଘୋଷଣା କରିବାର ସମ୍ଭାବନା ରହିଛି। ଏଭଳି ସଙ୍କେତ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଶେଖ ରସିଦ। ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରଠାରୁ ତାଙ୍କ ଲୋକପ୍ରିୟତା ବଢ଼ିଛି ବୋଲି କହିଛନ୍ତି ଶେଖ ରସିଦ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହଟାଇବା ଲାଗି ତାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ତାଙ୍କ ଦଳ ପିଟିଆଇର ବହୁ ସାଂସଦ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେପଟେ ନିଜର ଗାଦି ଟଳମଳ ହେଉଥିବା ବେଳେ ଇମ୍ରାନ ରବିବାର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, ଇମ୍ରାନଙ୍କ ବିରୋଧରେ ଗତକାଲି (ଶୁକ୍ରବାର) ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିବାର ଥିଲା। କିନ୍ତୁ ତାଙ୍କ ଦଳ ପିଟିଆଇର ଜଣେ ସାଂସଦଙ୍କ ଅକାଳ ମୃତ୍ୟୁ ଯୋଗୁ ସଂସଦକୁ ମୁଲତବୀ ରଖିବାକୁ ପଡିଥିଲା। ଆସନ୍ତାକାଲି ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ। ଏହି ପ୍ରସ୍ତାବ ଉପରେ ଆସନ୍ତା ୩ କିମ୍ବା ୪ ଏପ୍ରିଲରେ ମତଦାନ ହେବ।