Advertisment

ଧକ୍କା ଦେବା ପରେ ଜଳିଗଲା ଦ୍ରୁତଗାମୀ ମର୍ସିଡିଜ, ଚାଲିଗଲା ଗର୍ଭବତୀଙ୍କ ସହ ୬ ଜଣଙ୍କ ଜୀବନ

ୱାଶିଂଟନ: ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି। ଗୋଟିଏ ଦ୍ରୁତଗାମୀ ମର୍ସିଡିଜ୍‌ କାର ନାଲି ଲାଇଟ ଅତିକ୍ରମ କରି ଏକାଧିକ କାର୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମର୍ସିଡିଜ ସମେତ ୩ଟି କାର୍‌ରେ ନିଆଁ ଲାଗି ଯାଇଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେବା ପରେ ମର୍ସିଡିଜ୍‌ ସହ ଅନ୍ୟ କାର୍‌ ଗୁଡ଼ିକ ଦକ୍ଷିଣ ଲା ବ୍ରେଆ […]

ଧକ୍କା ଦେବା ପରେ ଜଳିଗଲା ଦ୍ରୁତଗାମୀ ମର୍ସିଡିଜ, ଚାଲିଗଲା ଗର୍ଭବତୀଙ୍କ ସହ ୬ ଜଣଙ୍କ ଜୀବନ

accident

Advertisment

ୱାଶିଂଟନ: ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି। ଗୋଟିଏ ଦ୍ରୁତଗାମୀ ମର୍ସିଡିଜ୍‌ କାର ନାଲି ଲାଇଟ ଅତିକ୍ରମ କରି ଏକାଧିକ କାର୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମର୍ସିଡିଜ ସମେତ ୩ଟି କାର୍‌ରେ ନିଆଁ ଲାଗି ଯାଇଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଧକ୍କା ଦେବା ପରେ ମର୍ସିଡିଜ୍‌ ସହ ଅନ୍ୟ କାର୍‌ ଗୁଡ଼ିକ ଦକ୍ଷିଣ ଲା ବ୍ରେଆ ଓ ସାଲଉସନ ଆଭିନ୍ୟୁରେ ଥିବା ଗୋଟିଏ ଗ୍ୟାସ ଷ୍ଟେସନରେ ମାଡ଼ ହୋଇଛି। ଗାଡ଼ି ଗୁଡ଼ିକରେ ନିଆଁ ଲାଗିଥିଲେ ମଧ୍ୟ ଗ୍ୟାସ ଷ୍ଟେସନରେ କୌଣସି ଅଘଟଣ ଘଟିନି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସ୍ଥାନୀୟ ସମୟ ଦିନ ୧.୪୦ରେ ଏହି ଘଟଣା ଘଟିଛି। ଗୋଟିଏ ମର୍ସିଡିଜ୍‌ ଦ୍ରୁତଗତିରେ ଆସିବା ସହ ନାଲି ଲାଇଟ ସତ୍ତ୍ୱେ ଟ୍ରାଫିକରେ ଅଟକି ନଥିଲା। ଟ୍ରାଫିକ ଡେଇଁ ରାସ୍ତା ଅତିକ୍ରମ କରୁଥିବା ଆଉ ଦୁଇଟି କାର୍‌କୁ ଧକ୍କା ଦେଇଥିଲା। ଏହା ଏତେ କ୍ଷୀପ୍ର ଥିଲା ଯେ ୩ଟି ଯାକ କାରରେ ନିଆଁ ଲାଗି ଯାଇଥିଲା। ଏଥିସହ କାର ଗୁଡ଼ିକ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ନିକଟସ୍ଥ ଗ୍ୟାସ ଷ୍ଟେସନରେ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଜଣେ ଗର୍ଭବତୀ, ଜଣେ ଛୋଟ ପିଲା ଓ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପେଟରେ ଥିବା ପିଲାଟି ମଧ୍ୟ ଦୁର୍ଘଟଣାରେ ଆଖି ବୁଜିଛି।

Advertisment


ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ କାରଗୁଡ଼ିକ ଖଣ୍ଡବିଖଣ୍ଡତ ହୋଇ ଯାଇଛି। ସେହିପରି ୨ଟି କାର ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି କାର ଭିତରେ ଥିବା ଗୋଟିଏ ଛୋଟ ପିଲା ଛିଟିକି ପଡ଼ି ଗ୍ୟାସ ଷ୍ଟେସନର ଚଟାଣରେ ପଡ଼ିଥିଲା। ପିଲାଟିର ଜୀବନ ରକ୍ଷାକୁ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେତେବେଳେକୁ ତା’ର ମୃତ୍ୟୁ ହୋଇ ସାରିଥିବା ପ୍ରତ୍ୟେକ୍ଷଦର୍ଶୀ ଜଣଙ୍କ କହିଛନ୍ତି। ବାକି ୫ ଜଣ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ପ୍ରଶାସନ କହିଛି ଯେ ଦୁର୍ଘଟଣାରେ ୭ଟି କାର କ୍ଷତିଗ୍ରସ୍ତ ହୋଇଛି। ୩ଟି କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ବାକି ଗାଡ଼ିଗୁଡ଼ିକ ଖଣ୍ଡବିଖଣ୍ଡତ ହୋଇଯାଇଛି।

ଦୁର୍ଘଟଣା ଘଟାଇଥିବା ମର୍ସିଡିଜ ଚାଳକ ଜଣେ ମହିଳା। ତାଙ୍କ ବୟସ ୪୦। ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ସେ ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ଟ୍ରାଫିକରେ ଏହାକୁ ନିୟନ୍ତ୍ରଣ କରିପାରି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe