Advertisment

ଯୁଦ୍ଧ ଭୟ: ୬ ଦିନରେ ୟୁକ୍ରେନ ଛାଡ଼ିଲେଣି ୬,୬୦,୦୦୦ ଲୋକ

ଜେନେଭା: ରୁଷର ହମଲା ୟୁକ୍ରେନ ଉପରେ ଜାରି ରହିଛି। ବିଶେଷ କରି କିଭ୍‌ ଓ ଖାରକିଭ୍‌ରେ ରୁଷ ମିସାଇଲ ଓ ରକେଟ ମାଡ଼ କରି ସ୍ଥିତିକୁ ବେହାଲ କରିଦେଇଛି। ବିଭିନ୍ନ ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ ହେଉଥିବାରୁ ଲୋକମାନେ ଭୟରେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି। ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଇତି ମଧ୍ୟରେ ୬,୬୦,୦୦୦ରୁ ଅଧିକ ଶରଣାର୍ଥୀ ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶକୁ ଛାଲି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା […]

ଯୁଦ୍ଧ ଭୟ: ୬ ଦିନରେ  ୟୁକ୍ରେନ ଛାଡ଼ିଲେଣି ୬,୬୦,୦୦୦ ଲୋକ

UN

Advertisment

ଜେନେଭା: ରୁଷର ହମଲା ୟୁକ୍ରେନ ଉପରେ ଜାରି ରହିଛି। ବିଶେଷ କରି କିଭ୍‌ ଓ ଖାରକିଭ୍‌ରେ ରୁଷ ମିସାଇଲ ଓ ରକେଟ ମାଡ଼ କରି ସ୍ଥିତିକୁ ବେହାଲ କରିଦେଇଛି। ବିଭିନ୍ନ ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ ହେଉଥିବାରୁ ଲୋକମାନେ ଭୟରେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି।

Advertisment

ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଇତି ମଧ୍ୟରେ ୬,୬୦,୦୦୦ରୁ ଅଧିକ ଶରଣାର୍ଥୀ ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶକୁ ଛାଲି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଓ ଛୋଟ ପିଲା ରହିଥିବା ଆଜି ଜାତିସଂଘର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

ଜେନେଭାରେ ଏଜେନ୍ସିର ମୁଖପାତ୍ର ଶାବିୟା ମଣ୍ଟୋ କହିଛନ୍ତି, ମାତ୍ର ୬ ଦିନ ମଧ୍ୟରେ ୟୁକ୍ରେନରୁ ୬,୬୦,୦୦୦ରୁ ଅଧିକ ଶରଣାର୍ଥୀ ପଡ଼ୋଶୀ ଦେଶଗୁଡ଼ିକୁ ଚାଲି ଯାଇଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯଦି ଏଭଳି ସ୍ଥିତି ଜାରି ରହିବ, ତା’ହେଲେ ଶତାବ୍ଦୀ ମଧ୍ୟରେ ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ ୟୁରୋପରେ ଦେଖିବାକୁ ମିଳିବ ବୋଲି ସେ ଆଶଙ୍କା କରିଛନ୍ତି।

Advertisment

୬ ଦିନ ମଧ୍ୟରେ ୬,୬୦,୦୦୦ ଲୋକ ଦେଶ ଛାଡ଼ିଥିବା ବେଳେ ଏବେ ବି ହଜାର ହଜାର ଲୋକ ୟୁକ୍ରେନ ସୀମାନ୍ତରେ ଅନ୍ୟତ୍ର ଯିବାକୁ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି। ବିଶେଷ କରି ପୋଲାଣ୍ଡ ସୀମାରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳିଛି। ୟୁକ୍ରେନ ନାଗରିକଙ୍କ ସମେତ ଭାରତୀୟ ଶିକ୍ଷାର୍ଥୀ ଓ ଅନ୍ୟ ଦେଶର ଲୋକମାନେ ମଧ୍ୟ ପୋଲାଣ୍ଡ ଏବଂ ରୋମାନିଆ ଭଳି ଦେଶକୁ ଯିବା ପାଇଁ ସୀମାରେ ଭିଡ଼ ଜମାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe