Advertisment

୭.୧ ତୀବ୍ରତାର ଭୂକମ୍ପ ଝଟକା, ଜାରି ହେଲା ସୁନାମି ଆଲର୍ଟ

ଟୋକିଓ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। National Center for Seismology(ଭାରତ) ଅନୁଯାୟୀ, ବୁଧବାର ରାତି ୮.୦୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗ ଠାରୁ ୨୯୭ କିମି […]

୭.୧ ତୀବ୍ରତାର ଭୂକମ୍ପ ଝଟକା, ଜାରି ହେଲା ସୁନାମି ଆଲର୍ଟ

Japan

Advertisment

ଟୋକିଓ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି।

Advertisment

National Center for Seismology(ଭାରତ) ଅନୁଯାୟୀ, ବୁଧବାର ରାତି ୮.୦୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗ ଠାରୁ ୨୯୭ କିମି ଦୂରରେ ରହିଛି। ଭୂପୃଷ୍ଠରୁ ୮୧ କିମି ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା।

ଫଳରେ ଟୋକିଓ, କାନଜୱା, ୟୋକୋହାମା, ନିଗାଟ, ସେନଡାଇ ଭଳି ଅଞ୍ଚଳରେ ବଡ଼ଧରଣର ଝଟକା ଅନୁଭୂତ ହୋଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳି ନଥିଲେ ହେଁ ଲୋକମାନେ ଝଟକା ପରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

Advertisment

ସେହିପରି ଏକାଧିକ ଘରରେ ଫାଟ ଚିହ୍ନ ସୃଷ୍ଟି ହୋଇଛି। ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ସୁନାମି ଆଲର୍ଟ ଜାରି କରାଯାଇଛି। ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe