Advertisment

ଆଉ ୨ଟି ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ, ରୁଷ ଏଯାଏ କ’ଣ ସବୁ ହରାଇଲାଣି ଜାଣନ୍ତୁ

କିଭ୍‌: ଗୁରୁବାର ସକାଳୁ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରାତି ତମାମ ଦେଖିବାକୁ ମିଳିଛି। ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ରୁଷ ସେନା ଆଗଭର ହେଉଛନ୍ତି। ୟୁକ୍ରେନ ମଧ୍ୟ ଏହାର କଡ଼ା ମୁକାବିଲା କରିବାକୁ ପଣ କରିଛି। ଏସବୁ ଭିତରେ କିଭ୍‌ ଆକାଶରେ ଉଡ଼ୁଥିବା ରୁଷର ଦୁଇଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ଖସାଇ ଦେଇଥିବା ଦାବି କରିଛି। ଏ ସମ୍ପର୍କରେ ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। […]

ଆଉ ୨ଟି ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ, ରୁଷ ଏଯାଏ କ’ଣ ସବୁ ହରାଇଲାଣି ଜାଣନ୍ତୁ

War

Advertisment

କିଭ୍‌: ଗୁରୁବାର ସକାଳୁ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରାତି ତମାମ ଦେଖିବାକୁ ମିଳିଛି। ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ରୁଷ ସେନା ଆଗଭର ହେଉଛନ୍ତି। ୟୁକ୍ରେନ ମଧ୍ୟ ଏହାର କଡ଼ା ମୁକାବିଲା କରିବାକୁ ପଣ କରିଛି। ଏସବୁ ଭିତରେ କିଭ୍‌ ଆକାଶରେ ଉଡ଼ୁଥିବା ରୁଷର ଦୁଇଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ଖସାଇ ଦେଇଥିବା ଦାବି କରିଛି।

Advertisment

ଏ ସମ୍ପର୍କରେ ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଗୁଳିମାଡ଼ ପରେ ନଷ୍ଟ ହୋଇଯାଇଥିବା କୌଣସି ବିମାନ କିମ୍ବା ହେଲିକପ୍ଟର ନିଆଁ ପିଣ୍ଡୁଳା ଆକାରରେ ଆକାଶରୁ ଖସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହାର ଶୁଟିଂ ମୋବାଇଲରେ କରିଛନ୍ତି।

Advertisment


ଅନ୍ୟପକ୍ଷରେ ଯୁଦ୍ଧଖୋର ରୁଷ ଏଯାଏ କ’ଣ ସବୁ ହରାଇଛି, ତା’ର ହିସାବ ୟୁକ୍ରେନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲୟାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଫେବୃଆରୀ ୨୫ ତାରିଖ ଭୋର ୩ଟା ସୁଦ୍ଧା ଶତ୍ରୁପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ ସେନା ୭ଟି ରୁଷିଆନ ଯୁଦ୍ଧ ବିମାନ ସମେତ ୩୦ରୁ ଅଧିକ ଟ୍ୟାଙ୍କରକୁ ଧ୍ୱଂସ କରି ଦେଇଛନ୍ତି। ସେହିପରି ୬ଟି ହେଲିକପ୍ଟର ଓ ୧୩୦ ୟୁନିଟ ବିବିଏମ ମଧ୍ୟ ରୁଷ ହରାଇଛି।

ଆକ୍ରମଣରେ ଶତ୍ରୁପକ୍ଷ ପ୍ରାୟ ୮୦୦ ସୈନ୍ୟଙ୍କୁ ହରାଇଛି। ୟୁକ୍ରେନ ନିକଟରେ କିଛି ରୁଷ ସୈନ୍ୟ ଆତ୍ମସମର୍ପଣ କରିଥିବା ବେଳେ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ରୁଷ ସହ ଚାଲିଥିବା ଯୁଦ୍ଧର ପ୍ରଥମ ଦିନରେ କିଭ୍‌ ୧୩୭ ଜଣଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଓ ସୈନ୍ୟ ରହିଛନ୍ତି। ସେହିପରି ୩୧୬ ଜଣ ଆହତ ମଧ୍ୟ ହୋଇଥିବା ସେ ସୂଚନା ଦେଇଥିଲେ।

ରୁଷ କହିଛି ଯେ ଆକ୍ରମଣରେ ୟୁକ୍ରେନର ୧୧ଟି ଏୟାର ବେସ, ୩ଟି କମାଣ୍ଡ ପୋଷ୍ଟ, ଏସ-୩୦୦ର ୧୮ଟି ରାଡାର ଷ୍ଟେସନ ଓ ସମସ୍ତ ଆଣ୍ଟି ଏୟାର କ୍ରାଫ୍ଟ ମିଶାଇଲ ସିଷ୍ଟମକୁ ଧ୍ୱଂସ କରି ଦିଆଯାଇଛି। ୟୁକ୍ରେନ୍‌ର ଏକାଧିକ ସାମରିକ ହେଲିକପ୍ଟର ଓ ୪ଟି ଡ୍ରୋନ୍‌କୁ ମଧ୍ୟ ରୁଷ ସେନା ଖସାଇ ଦେଇଥିବା କୁହାଯାଉଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe