Advertisment

ୟୁକ୍ରେନ୍‌ର ଏୟାରବେସ୍‌ ଓ ମିଲିଟାରୀ ଟ୍ରେନିଂ ବେସ୍‌କୁ ଉଡାଇଲା ରୁଷ

କିଭ୍‌: ଜାରି ରହିଛି ରୁଷ ୟୁକ୍ରେନ୍‌ ଯୁଦ୍ଧ। କିଭ୍‌କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷ। ଏଥିପାଇଁ ଲଗାତର ମସାଇଲ୍‌ ମାଡ କରିଚାଲିଛି। କିଭ୍‌କୁ ତିନି ପଟୁ ଘେରି ରହି ରୁଷ ସେନା ରକେଟ୍‌ ମାଡ କରୁଛନ୍ତି। ରକେଟ୍‌ ମାଡ କରି ଏବେ ୟୁକ୍ରେନ୍‌ର ଏୟାର ବେସ୍‌କୁ ଉଡାଇ ଦେଇଥିବା ନେଇ ରୁଷ ଦାବି କରିଛି। ୟୁକ୍ରେନ୍‌ର ଭସିଲ୍‌କିଭ୍‌ରେ ଥିବା ଏୟାର୍‌ବେସ ଉପରେ ରୁଷ ସେନା ବଡ ଆକ୍ରମଣ କରିଛନ୍ତି। ଏହାପରେ ଏୟାରବେସ୍‌ରେ ବିସ୍ଫୋରଣ ହେବା […]

ୟୁକ୍ରେନ୍‌ର ଏୟାରବେସ୍‌ ଓ ମିଲିଟାରୀ ଟ୍ରେନିଂ ବେସ୍‌କୁ ଉଡାଇଲା ରୁଷ

military training base

Advertisment

କିଭ୍‌: ଜାରି ରହିଛି ରୁଷ ୟୁକ୍ରେନ୍‌ ଯୁଦ୍ଧ। କିଭ୍‌କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷ। ଏଥିପାଇଁ ଲଗାତର ମସାଇଲ୍‌ ମାଡ କରିଚାଲିଛି। କିଭ୍‌କୁ ତିନି ପଟୁ ଘେରି ରହି ରୁଷ ସେନା ରକେଟ୍‌ ମାଡ କରୁଛନ୍ତି। ରକେଟ୍‌ ମାଡ କରି ଏବେ ୟୁକ୍ରେନ୍‌ର ଏୟାର ବେସ୍‌କୁ ଉଡାଇ ଦେଇଥିବା ନେଇ ରୁଷ ଦାବି କରିଛି।

Advertisment

ୟୁକ୍ରେନ୍‌ର ଭସିଲ୍‌କିଭ୍‌ରେ ଥିବା ଏୟାର୍‌ବେସ ଉପରେ ରୁଷ ସେନା ବଡ ଆକ୍ରମଣ କରିଛନ୍ତି। ଏହାପରେ ଏୟାରବେସ୍‌ରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୁହାଯାଉଛି ଯେ, ଏଠାରେ ୟୁକ୍ରେନ୍‌ ସେନାର ଗୋଳା ବାରୁଦ ରଖାଯାଇଥିଲା।

ସେପଟେ ମିଲାଟାରୀ ଟ୍ରେନିଂ ବେସ୍‌ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ। ରୁଷ ସେନା ପକ୍ଷରୁ ଏଠାରେ ୮ଟି ମିସାଇଲ ମାଡ କରାଯାଇଛି। ୟୁକ୍ରେନ୍‌ର ଲଭିଭ୍‌ ଓବ୍ଲାଷ୍ଟ ଅଞ୍ଚଳରେ ଥିବା ଏହି ଟ୍ରେନିଂ ବେସ୍‌ ଉପରେ ଆକ୍ରମଣ ହୋଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।  ସେହିପରି କିଭ୍ ନିକଟ ଲିବିୟାଙ୍କାରେ ରୁଷ ସେନା ଏକାଠି ହୋଇଛନ୍ତି । କିଭ୍ କବଜା କରିବାକୁ ଚାହୁଁଛି ରୁଷ ।

Advertisment

ଗୋଟିଏ ପଟେ ରୁଷ, କିଭ୍କୁ ଦଖଲ କରିବାକୁ ବ୍ୟାକୁଳ ହେଉଥିବା ବେଳେ ୟୁକ୍ରେନ ସେନା ବି ଦେଉଛନ୍ତି ମୁହଁତୋଡ ଜବାବ । କିଭ୍ ଆଖପାଖରେ ୟୁକ୍ରେନ ସେନା ରୁଷକୁ କଡା ଟକ୍କର ଦେଉଛନ୍ତି । ୫ ଟ୍ୟାଙ୍କ ସହ ରୁଷର ଏକ ରେଜିମେଣ୍ଟ କମାଣ୍ଡରଙ୍କୁ ମାରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ୟୁକ୍ରେନରେ ବିଧ୍ୱଂସକ ଯୁଦ୍ଧ ଭିତରେ ରୁଷ- ଆମେରିକା ମୁହାଁମୁହିଁ । ଆମେରିକା ଓ ସହଯୋଗୀ ଦେଶମାନେ ଗୋଟିଏ ପରେ ଗୋଟିଏ ଆର୍ଥିକ ପ୍ରତିବନ୍ଧକ ଲଗାଉଥିବା ବେଳେ, କଡ଼ା ଚେତାବନୀ ଦେଇଛି ରୁଷ । ଆର୍ଥିକ ପ୍ରତିବନ୍ଧକ ଜାରି ରହିଲେ ଅକାମି ହେବ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବୋଲି ରୁଷ ଧମକ ଦେଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe