Advertisment

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ଚାଲିଗଲା ୮୨ ଜୀବନ

ବାଗଦାଦ: କୋଭିଡ୍ ହସ୍ପିଟାଲେର ଅଗ୍ନିକାଣ୍ଡ। ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ କରିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଶନିବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ୮୨ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ୧୦୦ରୁ ଅଧିକ ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଇରାକର ରାଜଧାନୀ ବାଗଦାଦରେ ଥିବା କୋଭିଡ ହସ୍ପିଟାଲରେ ଏହି ଅଘଟଣ ଘଟିଛି। ଇରାକର ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ଇବନ ଅଲ-ଖତିବ (Ibn al-Khatib)  ହସ୍ପିଟାଲ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ଚାଲିଗଲା ୮୨ ଜୀବନ

Iraq covid-hospital

ବାଗଦାଦ: କୋଭିଡ୍ ହସ୍ପିଟାଲେର ଅଗ୍ନିକାଣ୍ଡ। ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ କରିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଶନିବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ୮୨ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ୧୦୦ରୁ ଅଧିକ ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଇରାକର ରାଜଧାନୀ ବାଗଦାଦରେ ଥିବା କୋଭିଡ ହସ୍ପିଟାଲରେ ଏହି ଅଘଟଣ ଘଟିଛି।

Advertisment

ଇରାକର ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ଇବନ ଅଲ-ଖତିବ (Ibn al-Khatib)  ହସ୍ପିଟାଲ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଆଉ ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର କରୋନା ଆକ୍ରାନ୍ତଙ୍କ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବିଳମ୍ୱିତ ରାତିରେ ନିଆଁ ଲାଗିବାରୁ ଏକାଧିକ ମହଲାରେ ଏହି ଅଗ୍ନିକାଣ୍ଡ ଚାହୁଁ ଚାହୁଁ ବ୍ୟାପି ଯାଇଥିଲା। ହସ୍ପିଟାୱରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ଏବଂ ସିଲିଂ ଗୁଡ଼ିକ ଯେଉଁଭଳି ତିଆରି ହୋଇଥିଲା ତାହାକୁ ନିଆଁ ଶୀଘ୍ର ଧରିନେବାରୁ ଏଭଲି ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦେମି ସ୍ୱାସ୍ଥ୍ୟମନ୍ତ୍ରୀ ହାସନ ଅଲ-ତମିମିଙ୍କୁ ଏଭଳି ଅଭାବନୀୟ ଘଟଣା ପାଇଁ ନିଲମ୍ବନ କରିଛନ୍ତି। କାଦେମି ମଧ୍ୟ ଏହି ଘଟଣାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ଏଥିସହ ସୋମବାର ସଂସଦରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହେବ ବୋଲି କହିଛନ୍ତି।

Advertisment

କାଦେମି ଦୁର୍ଘଟଣାର କାରଣ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଇରାକରେ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଜେନିନ୍ ହେନିସ୍ ପ୍ଲେସକାର୍ଟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ହସ୍ପିଟାଲରେ ଅତି କମରେ ଗୋଟିଏ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ କରିବାରୁ ଏହି ନିଆଁ ଲାଗିଯାଇଥିଲା। ଇରାକରେ ପ୍ରତିଦିନ 8,000 ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହେଉଛନ୍ତି। ସରକାର ଲୋକଙ୍କୁ ଟିକାକରଣରେ ସାମିଲ୍ ହେବାକୁ ନିବେଦନ କରିଛନ୍ତି, କିନ୍ତୁ ଦେଶର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଟିକାକରଣ ଉପରେ ବିଶ୍ୱାସ ନ ଥିବାରୁ ଲୋକମାନେ ଟିକା ନେଉ ନଥିବା ସୂଚନା ରହିଛି।