Advertisment

ରୁଷର ଘନଘନ ବୋମା ମାଡ଼ରେ ୯ ମୃତ, ଲାଗୁ ହେଲା କର୍ଫ୍ୟୁ

ଜାପୋରଜିଆ: ୟୁକ୍ରେନରେ ଉପରେ ରୁଷର ହମଲା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଜି ୨୩ତମ ଦିନରେ ପହଞ୍ଚିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି। ରୁଷ ଦିନକୁ ଦିନ ଆକ୍ରମଣର ଗତି ବଢ଼ାଉ ଥିବାରୁ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ୱଂସସ୍ତୁପ ପାଲଟିବାରେ ଲାଗିଛି। ଏହିକ୍ରମରେ ଆଜି ରୁଷ ପକ୍ଷରୁ ୟୁକ୍ରେନର ଦକ୍ଷିଣପୂର୍ବ ସହର ଜାପୋରଜିଆ ଉପରେ ଘନଘନ ବୋମା ମାଡ଼ ହୋଇଛି। ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା […]

author-image
Hemant Lenka
ରୁଷର ଘନଘନ ବୋମା ମାଡ଼ରେ ୯ ମୃତ, ଲାଗୁ ହେଲା କର୍ଫ୍ୟୁ

attack

ଜାପୋରଜିଆ: ୟୁକ୍ରେନରେ ଉପରେ ରୁଷର ହମଲା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଜି ୨୩ତମ ଦିନରେ ପହଞ୍ଚିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି। ରୁଷ ଦିନକୁ ଦିନ ଆକ୍ରମଣର ଗତି ବଢ଼ାଉ ଥିବାରୁ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ୱଂସସ୍ତୁପ ପାଲଟିବାରେ ଲାଗିଛି।

Advertisment

ଏହିକ୍ରମରେ ଆଜି ରୁଷ ପକ୍ଷରୁ ୟୁକ୍ରେନର ଦକ୍ଷିଣପୂର୍ବ ସହର ଜାପୋରଜିଆ ଉପରେ ଘନଘନ ବୋମା ମାଡ଼ ହୋଇଛି। ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଥିସହ ଏଠାରେ ଥିବା ଅନେକ ବହୁତଳ ବିଶିଷ୍ଟ କୋଠା ମାଟିରେ ମିଶି ଯାଇଥିବା ସହରର ଡେପୁଟି ମେୟର ଆଣ୍ଟୋଲିୟ କୁରଟିଭ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସ୍ଥିତିକୁ ଦେଖି ଜାପୋରଜିଆରେ ୩୮ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ସମୟରେ ରୁଷ ମୋର୍ଟାର, ଟ୍ୟାଙ୍କ, ହେଲିକପ୍ଟର ଓ ରେକଟ ମାଡ଼ କରିଛି। ଅନେକ ରକେଟ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ମାଡ଼ କରାଯାଉଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସାଧାରଣ ଲୋକଙ୍କୁ ରୁଷ ଟାର୍ଗେଟ କରିବା ଆଦୌ ଠିକ ନୁହେଁ ବୋଲି ସେ କହିଛନ୍ତି।

Advertisment

କେବଳ ଜାପୋରଜିଆ ନୁହେଁ, ରୁଷ ସେନା ପୂର୍ବଭଳି ମାରିୟୁପୋଲ, ଲଭିଭ, କିଭ, ଖାରକିଭ ଭଳି ବଡ଼ ବଡ଼ ସହରରେ ବୋମା ମାଡ଼ କରି ଚାଲିଛନ୍ତି। ଏକଦା ନିଜର ସୌନ୍ଦର୍ଯ୍ୟ ପାଇଁ ପରିଚିତ ହାସଲ କରିଥିବା ୟୁକ୍ରେନର ସହରର ଗୁଡ଼ିକ ଏବେ ଭୂତ ସହରରେ ପରିଣତ ହୋଇଗଲାଣି। ଚାରିଆଡ଼େ କେବଳ ‌ଆତଙ୍କର ପ୍ରତିଛବି ଦେଖିବାକୁ ମିଳୁଛି।

Russia-Ukraine War