Advertisment

୧୨ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କେଉଁଠି ଏହି ସୁବିଧା ଦିଆଯାଉଛି

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆଧୁନିକ ଯୁଗରେ କେମିତି ମାତ୍ର ୧୨ ଟଙ୍କାରେ ରହିବାକୁ ଘର ମିଳୁଛି? ହେଲେ ଏମିତି ସୁବିଧା ଉତ୍ତର କ୍ରୋଏସିଆରେ ଉପଲବ୍ଧ ହେଉଛି। ଏଠାରେ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏହି କାରଣରୁ ଖାଲି ପଡ଼ିଥିବା ପରିତ୍ୟକ୍ତ ଘରଗୁଡ଼ିକୁ ପ୍ରଶାସନ ପକ୍ଷରୁ ଗୋଟିଏ କୁନା ବା ୧୧.୮୩ ଟଙ୍କାରେ ବିକ୍ରି କରାଯାଉଛି। କ୍ରୋଏସିଆର ଲେଗ୍ରାଡ ସହରରେ ୧୨ ଟଙ୍କାରେ ଘର ବିକ୍ରି କରାଯାଉଛି। ଏକଦା ଦେଶର […]

୧୨ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କେଉଁଠି ଏହି ସୁବିଧା ଦିଆଯାଉଛି

House

Advertisment

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆଧୁନିକ ଯୁଗରେ କେମିତି ମାତ୍ର ୧୨ ଟଙ୍କାରେ ରହିବାକୁ ଘର ମିଳୁଛି? ହେଲେ ଏମିତି ସୁବିଧା ଉତ୍ତର କ୍ରୋଏସିଆରେ ଉପଲବ୍ଧ ହେଉଛି।

Advertisment

ଏଠାରେ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏହି କାରଣରୁ ଖାଲି ପଡ଼ିଥିବା ପରିତ୍ୟକ୍ତ ଘରଗୁଡ଼ିକୁ ପ୍ରଶାସନ ପକ୍ଷରୁ ଗୋଟିଏ କୁନା ବା ୧୧.୮୩ ଟଙ୍କାରେ ବିକ୍ରି କରାଯାଉଛି।

କ୍ରୋଏସିଆର ଲେଗ୍ରାଡ ସହରରେ ୧୨ ଟଙ୍କାରେ ଘର ବିକ୍ରି କରାଯାଉଛି। ଏକଦା ଦେଶର ଦ୍ୱିତୀୟ ଜସଂଖ୍ୟା ବହୁଳ ଅଞ୍ଚଳ ଭାବେ ଏହାକୁ ପରିଗଣିତ କରାଯାଉଥିଲା। ହେଲେ ଅଷ୍ଟ୍ରୋ-ହଙ୍ଗେରିଆନ ସାମ୍ରାଜ୍ୟର ପତନ ପରେ ଏହାର ଆୟତନ ହ୍ରାସ ପାଇବାରେ ଲାଗିଛି।

Advertisment

ଲେଗ୍ରାଡ ସହରର ମେୟର ଇଭାନ ସାବୋଲିକ କହିଛନ୍ତି, ଆମେ ବର୍ତ୍ତମାନ ସୀମାନ୍ତ ସହରରେ ପରିଣତ ହୋଇଯାଉଛି। ଏଠାକୁ ଠିକ ଭାବେ ଯୋଗାଯୋଗର ବ୍ୟବସ୍ଥା ନାହିଁ। ଏହି କାରଣରୁ ଏଠାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଚାରିପଟେ ସବୁଜ ପଡ଼ିଆ ଓ ଘଞ୍ଚ ଜଙ୍ଗଲର ଆସ୍ତରଣ ମଧ୍ୟରେ ଥିବା ଏହି ସହରର ସୀମା ହଙ୍ଗେରୀକୁ ଲାଗିଛି।

ଏବେ ଏଠାରେ ୨୨୫୦ ଜଣ ଲୋକ ରହୁଛନ୍ତି। ୭୦ ବର୍ଷ ତଳେ ଏଠାରେ ଅଧିକ ଦୁଇ ଗୁଣା ଲୋକ ରହୁଥିଲେ। ଏଠାକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଛି।

ପ୍ରଥମ ପର୍ଯ୍ୟାୟରେ ସହରରେ ଥିବା ୧୯ଟି ପରିତ୍ୟକ୍ତ ଘର ଓ ନିର୍ମାଣ କାମ ଠାବ କରାଯାଇଛି। ଏହାକୁ ବିକ୍ରି କରାଯାଉଛି। ଘର ପିଛା ଦାମ ୧୧.୮୩ ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ୧୭ଟି ଘର ବିକ୍ରି ହୋଇସାରିଲାଣି। ଏହି ପରିତ୍ୟକ୍ତ ଘର ଗୁଡ଼ିକ ମଧ୍ୟରୁ କିଛିର ଝରକା ନାହିଁ, କିଛି ଘରର କାନ୍ଥ ମାଟିରେ ଭର୍ତ୍ତି ହୋଇଥିବା ବେଳେ କିଛି ଘର ଭାଙ୍ଗିବାକୁ ବସିଲାଣି। ତେଣୁ ପ୍ରଶାସନ ପକ୍ଷରୁ ଏହାକୁ ବିକ୍ରି କରାଯାଉଛି। ଏହାର ମରାମତି ପାଇଁ ଯଦି କେହି ଖର୍ଚ୍ଚ ଆବଶ୍ୟକ କରେ, ତା’ହେଲେ ତା’କୁ ମଧ୍ୟ ଯୋଗାଇ ଦିଆଯିବ।

ତେବେ ସହରରେ ରହିବାକୁ ଚାହୁଁଥିବା ଲୋକ କିମ୍ବା ଦମ୍ପତିଙ୍କ ପାଇଁ କିଛି ସର୍ତ୍ତ ଲାଗୁ କରାଯାଇଛି। ଆର୍ଥିକ ସ୍ଥରରେ ମଜଭୂତ ଓ ସେମାନଙ୍କ ବୟସ ୪୦ ବର୍ଷରୁ କମ ହୋଇଥିବା ଦରକାର। ସେମାନେ ଏଠାରେ ଅତିକମରେ ୧୫ ବର୍ଷ ଯାଏ ରହିବାକୁ ଚୁକ୍ତି କରିବେ। କେବଳ କ୍ରୋଏସିଆ ନୁହେଁ, ଏଠାରେ ଘର ନେବାକୁ ରୁଷ, ୟୁକ୍ରେନ, ତୁର୍କୀ, ଆର୍ଜେଣ୍ଟିନା ଓ କଲୋମ୍ବିଆରୁ ଲୋକମାନେ ଆଗ୍ରହ ଦେଖାଉଛନ୍ତି।

ଏଠାରେ ରହିବାକୁ ଥିବା ଲୋକଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା ମଧ୍ୟ କରାଯାଉଛି। ନିଯୁକ୍ତି ଠାରୁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲେଗ୍ରାଡ ମେୟର ପ୍ରୟାସ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe