Advertisment

ତାଲିବାନ ସରକାରରେ ଫାଟ, କାବୁଲ ଛାଡ଼ିଲା ବରାଦର!

କାବୁଲ: ତାଲିବାନ ସରକାର ଗଠନ ହେବାର ଦିନ କେଇଟା ପରେ ସୃଷ୍ଟି ହୋଇଛି ଫାଟ। ଆରମ୍ଭ ହୋଇଯାଇଛି ମତଭେଦ। ହକ୍କାନୀ ନେଟ୍‌ୱର୍କଙ୍କ ସହ ଲାଗିଛି ତୁ ତୁ ମେଁ ମେଁ। ତାଲିବାନ ସରକାରରେ ଡେପୁଟି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ମୁଲ୍ଲା ଅବଦୁଲ ଘନି ବରାଦର ହକ୍କାନୀ ନେଟୱାର୍କର ଜଣେ ବରିଷ୍ଠ ନେତାଙ୍କ ସହ ମତଭେଦ ପରେ କାବୁଲ ଛାଡି ଦେଇଥିବା ସୂଚନା ମିଳିଛି। କ୍ଷମତା ବାଣ୍ଟିବା ନେଇ ବାରାଦର ଏବଂ ଖଲିଲ-ଉର-ରେହମାନ ହକ୍କାନୀଙ୍କ ମଧ୍ୟରେ ବିବାଦ ଲାଗି […]

ଅଦ୍ୟତନ ହୋଇଛି
ତାଲିବାନ ସରକାରରେ ଫାଟ, କାବୁଲ ଛାଡ଼ିଲା ବରାଦର!

Baradar

Advertisment

କାବୁଲ: ତାଲିବାନ ସରକାର ଗଠନ ହେବାର ଦିନ କେଇଟା ପରେ ସୃଷ୍ଟି ହୋଇଛି ଫାଟ। ଆରମ୍ଭ ହୋଇଯାଇଛି ମତଭେଦ। ହକ୍କାନୀ ନେଟ୍‌ୱର୍କଙ୍କ ସହ ଲାଗିଛି ତୁ ତୁ ମେଁ ମେଁ। ତାଲିବାନ ସରକାରରେ ଡେପୁଟି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ମୁଲ୍ଲା ଅବଦୁଲ ଘନି ବରାଦର ହକ୍କାନୀ ନେଟୱାର୍କର ଜଣେ ବରିଷ୍ଠ ନେତାଙ୍କ ସହ ମତଭେଦ ପରେ କାବୁଲ ଛାଡି ଦେଇଥିବା ସୂଚନା ମିଳିଛି।

Advertisment

କ୍ଷମତା ବାଣ୍ଟିବା ନେଇ ବାରାଦର ଏବଂ ଖଲିଲ-ଉର-ରେହମାନ ହକ୍କାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏନେଇ ତାଲିବାନର ଜଣେ ବରିଷ୍ଠ ନେତା ବିସିସିକୁ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ ଗତ ସପ୍ତାହରେ କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା। ଏହାବରେ ବରାଦର କାବୁଲ ଛାଡି ଦେଇଥିବା ଜଣାପଡିଛି।

ଅଗଷ୍ଟ ୧୫ରେ ତାଲିବାନ ଦ୍ୱାରା କାବୁଲକୁ କାବୁ କରାଯିବା ପରଠାରୁ ନେତୃତ୍ୱ ଏବଂ ସରକାର ଗଠନକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନରେ ବରାଦର ଅସନ୍ତୁଷ୍ଟ ଥିଲେ।

Advertisment

ତାଲିବାନର ରଜନୈତିକ ୱିଙ୍ଗ୍ ସରକାରରେ ହକ୍କାନୀ ନେଟୱାର୍କକୁ ପ୍ରମୁଖତା ଦେବାକୁ ନେଇ ବିରୋଧ ଜାରି ରହିଛି। ହକ୍କାନୀ ନେଟୱାର୍କ ନିଜକୁ ତାଲିବାନର ସବୁଠାରୁ ବଡ ଯୁଦ୍ଧ ୟୁନିଟ୍ ବୋଲି କହୁଛି। ବାରଦରଙ୍କ ଦଳ ବିଶ୍ୱାସ କରୁଛି ଯେ, ତା'ର କୂଟନୈତିକ ନୀତି ଯୋଗୁଁ  ଆଫଗାନିସ୍ତାନରେ ତାଲିବାନକୁ ସତ୍ତା ମିଳିଛି। କିନ୍ତୁ ହକ୍କାନୀ ନେଟୱାର୍କ ବିଶ୍ୱାସ କରୁଛି ଯେ, ଯୁଦ୍ଧ ମାଧ୍ୟମରେ ସେ ଆଫଗାନିସ୍ତକୁ ହାସଲ କରିଛି।

ବିଭିନ୍ନ ସ୍ତରକୁ ନେଇ ମଧ୍ୟ ତାଲିବାନରେ ମତଭେଦ ଲାଗିରହିଛି। କାନ୍ଦାହାର ପ୍ରଦେଶରୁ ଆସୁଥିବା ତାଲିବାନ ନେତା ଏବଂ ଉତ୍ତର ପୂର୍ବ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କ ମଧ୍ୟରେ ମତଭେଦ ରହିଛି। କାନ୍ଦାହାରକୁ ତାଲିବାନର ଗଡ଼ ବୋଲି ବିଶ୍ୱାସ କରାଯାଉଛି। ଏପରି ସ୍ଥିତିରେ, ସେଠାରେ ଥିବା ନେତାମାନେ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଡିମାଣ୍ଡ କରୁଛନ୍ତି।

ଗତ କିଛି ଦିନ ହେବ ବରାଦର ସର୍ବସାଧାରଣକୁ ଆସୁନଥିଲା। ଏହାପରେ ଗୁଳି ବିନିମୟରେ ସେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପରେ ସେ ମୃତ୍ୟୁବରଣ କରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏହାରି ଭିତରେ ସୋମବାର ଏକ ଅଡିଓ ରିଲିଜ୍ କରି ବରାଦର ଜୀବିତ ଥିବା ଏବଂ ସୁରକ୍ଷିତ ଥିବା ଜଣାଇଥିଲା।

Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe