Advertisment

ଦଳୀୟ ସାଂସଦଙ୍କୁ ଇମ୍ରାନ ଖାନଙ୍କ ତାଗିଦ, ଅନାସ୍ଥା ଭୋଟ ବେଳେ ସଂସଦ ନ ଆସିବାକୁ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୩୧ ତାରିଖରେ ପ୍ରଥମେ ବିତର୍କ ଓ ତା’ ପରେ ଭୋଟିଂ ହେବ। ତେଣୁ ଶାସନ ଗାଦିକୁ ବଞ୍ଚାଇବା ପାଇଁ ସେ ତାଙ୍କ ଦଳର ସାଂସଦମାନଙ୍କ ପାଇଁ ଆଜି ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ସମୟରେ କୌଣସି ଦଳୀୟ […]

ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ପ୍ରତି ବଢ଼ିଲା ବିପଦ, ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର !

Imran-khan

Advertisment

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୩୧ ତାରିଖରେ ପ୍ରଥମେ ବିତର୍କ ଓ ତା’ ପରେ ଭୋଟିଂ ହେବ। ତେଣୁ ଶାସନ ଗାଦିକୁ ବଞ୍ଚାଇବା ପାଇଁ ସେ ତାଙ୍କ ଦଳର ସାଂସଦମାନଙ୍କ ପାଇଁ ଆଜି ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ସମୟରେ କୌଣସି ଦଳୀୟ ସାଂସଦ ଗୃହରେ ଉପସ୍ଥିତ ରହିବେ ନାହିଁ। ସେହିପରି ଭୋଟ ଦିନ କେହି ବି ଗୃହକୁ ଆସିବେ ନାହିଁ। ଯଦି ନିର୍ଦ୍ଦେଶନାମାକୁ କେହି ଅଣଦେଖା କରନ୍ତି କିମ୍ବା ଗୃହକୁ ଆସି ଅନାସ୍ଥା ସପକ୍ଷରେ ଭୋଟ ଦିଅନ୍ତି, ତା’ହେଲେ ଦଳ ପକ୍ଷରୁ ସେଭଳି ସଦସ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନିର୍ଦ୍ଦେଶନାମାରେ ଇମ୍ରାନ ଖାନ ନିଜେ ଦସ୍ତଖତ କରିଛନ୍ତି। କାରଣ ସେ ପିଟିଆଇର ମୁଖ୍ୟ। ତାଙ୍କୁ ସଂସଦୀୟ ଦଳର ନେତା ଭାବେ ମଧ୍ୟ ଚୟନ କରାଯାଇଛି। ତେଣୁ ସେ ନିଜେ ହିଁ ଏପରି ହ୍ୱିପ ଜାରି କରିଛନ୍ତି।

Advertisment

ଏଥିରେ କୁହାଯାଇଛି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆର)ର ସମସ୍ତ ସଂସଦୀୟ ସଦସ୍ୟ ଜାତୀୟ ସଂସଦରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିବେ। ସେମାନେ ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟଦାନରୁ ଦୂରେଇ ରହିବେ କିମ୍ବା ସଂସଦକୁ ଆସିବେ ନାହିଁ। ତେବେ ଦାୟିତ୍ୱ ପାଇଥିବା ସାଂସଦମାନେ ହିଁ କେବଳ ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେବେ।

ସମସ୍ତେ ନିୟମ ପାଳନ କରିବାକୁ ବାଧ୍ୟ। ସମସ୍ତେ ପାକିସ୍ତାନର ସମ୍ବିଧାନ ୧୯୭୩ର ଧାରା ୬୩-ଏ ମନେପକାଇବା ଉଚିତ ବୋଲି ଚିଠିରେ କୁହାଯାଇଛି। ସମ୍ବିଧାନର ୬୩-ଏ ଅନୁଯାୟୀ ଦଳବଦଳ କରୁଥିବା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ପ୍ରାବଧାନ ରହିଛି।


ସୂଚନାଯୋଗ୍ୟ, ପାକିସ୍ତାନ ସଂସଦର ମୋଟ ସଦସ୍ୟଙ୍କ ସଂଖ୍ୟା ୩୪୨। ଅନାସ୍ଥା ପ୍ରସ୍ତାବକୁ ମାତ ଦେବାକୁ ହେଲେ ଇମ୍ରାନ ଖାନଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନ ଦରକାର। ଇମ୍ରାନ ଖାନଙ୍କ ଦଳ ପାଖରେ ୧୫୫ ଜଣ ସାଂସଦ ରହିଛନ୍ତି। ତାଙ୍କ ସରକାରଙ୍କୁ କିଛି ଛୋଟ ଛୋଟ ଦଳ ସମର୍ଥନ କରୁଛନ୍ତି। ତେବେ ଏହି ଛୋଟ ଛୋଟ ଦଳଗୁଡ଼ିକ ସରକାରଙ୍କ ହାତ ଛାଡ଼ୁଥିବାରୁ ଇମ୍ରାନଙ୍କ ଗାଦି ଟଳମଳ ହେବା ଆରମ୍ଭ ହୋଇଛି। ତେଣୁ ସେ ନିଜର ସାଂସଦମାନଙ୍କୁ ଭୋଟ ଦାନରୁ ବିରତ ରହିବାକୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe