ଜଣେ ଅସହାୟ ଆଫଗାନ୍‌ ଅଧିକାରୀଙ୍କ କରୁଣ କାହାଣୀ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପ୍ରତିଦିନ ବିଚଳିତ କରିବା ଭଳି ଘଟଣାମାନ ସାମ୍ନାକୁ ଆସୁଛି। ନିଷ୍ଠୁର ତଥା ରେଡ୍‌ ସ୍କ୍ୱାଡ ଭାବେ ପରିଚିତ ତାଲିବାନୀ ସରକାରୀ ଅଧିକାରୀମାନଙ୍କୁ ଏବେ ଘରଘର ବୁଲି ଖୋଜୁଛନ୍ତି। ସେମାନଙ୍କୁ ପୂର୍ବରୁ ବିରୋଧ କରିଥିବା ଲୋକମାନଙ୍କୁ ସର୍ବସମ୍ମୁଖରେ ହତ୍ୟା ବି କରୁଛନ୍ତି। ନିଜ ଜୀବନ ବଞ୍ଚାଇବା ପାଇଁ ଏବେ ସରକାରୀ ଅଧିକାରୀମାନେ ନିୟମିତ ଭାବେ ନିଜର ଠିକଣା ବଦଳାଇବାରେ ଲାଗିଛନ୍ତି। ହେଲେ ଏହା କେତେ ଦିନ ଧରି ସମ୍ଭବ, ସେକଥା […]

terror

Hemant Lenka
  • Published: Friday, 20 August 2021
  • , Updated: 20 August 2021, 09:36 PM IST

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପ୍ରତିଦିନ ବିଚଳିତ କରିବା ଭଳି ଘଟଣାମାନ ସାମ୍ନାକୁ ଆସୁଛି। ନିଷ୍ଠୁର ତଥା ରେଡ୍‌ ସ୍କ୍ୱାଡ ଭାବେ ପରିଚିତ ତାଲିବାନୀ ସରକାରୀ ଅଧିକାରୀମାନଙ୍କୁ ଏବେ ଘରଘର ବୁଲି ଖୋଜୁଛନ୍ତି। ସେମାନଙ୍କୁ ପୂର୍ବରୁ ବିରୋଧ କରିଥିବା ଲୋକମାନଙ୍କୁ ସର୍ବସମ୍ମୁଖରେ ହତ୍ୟା ବି କରୁଛନ୍ତି।

ନିଜ ଜୀବନ ବଞ୍ଚାଇବା ପାଇଁ ଏବେ ସରକାରୀ ଅଧିକାରୀମାନେ ନିୟମିତ ଭାବେ ନିଜର ଠିକଣା ବଦଳାଇବାରେ ଲାଗିଛନ୍ତି। ହେଲେ ଏହା କେତେ ଦିନ ଧରି ସମ୍ଭବ, ସେକଥା ସେମାନେ ନିଜେ ମଧ୍ୟ ଜାଣିନାହାନ୍ତି। ଆଫଗାନିସ୍ତାନରେ ସରକାର ଭୁଶୁଡ଼ିବା ପରେ ଏହି ଅଧିକାରୀମାନେ ଚାକିରି ହରାଇଛନ୍ତି। ହେଲେ ସେମାନଙ୍କ ଉପରୁ ମୃତ୍ୟୁର ଭୟ ସରିନାହିଁ। ଏମିତି ଜଣେ ଅସହାୟ ସରକାରୀ କର୍ମଚାରୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

ସେ ତାଲିବାନୀଙ୍କ ଭୟରେ ନିଜର ପରିଚୟ ଓ ଠିକଣା ଗୋପନ ରଖି ବର୍ତ୍ତମାନ ଆଫଗାନରେ ତାଙ୍କ ସ୍ଥିତି କ’ଣ ସେ ବିଷୟରେ ଭାରତ ତଥା ସାରା ବିଶ୍ୱକୁ ଜଣାଇଛନ୍ତି। ଆଫଗାନରେ ଗଣତାନ୍ତ୍ରିକ ସରକାର ଥିବା ବେଳେ ଏହି ଅଧିକାରୀ ଜଣଙ୍କ ସଚିବ ପାହ୍ୟାର ଅଫିସର ଭାବେ କାମ କରୁଥିଲେ।

ଶିକ୍ଷା ବିଭାଗର ଦେଖାଣୁଣା କରିବା ଦାୟିତ୍ୱ ତାଙ୍କ କାନ୍ଧରେ ଥିଲା। ସେ ଏବେ ଜୀବନ ବଞ୍ଚାଇବାକୁ ଏଣେତେଣେ ବୁଲୁଛନ୍ତି। ସେ କହିଛନ୍ତି, “ତାଲିବାନ ପୂରା ଆଫଗାନରେ ଶରିଆ ଆଇନ ଲାଗୁ କରିଛି। ଯେଉଁମାନେ ଶିକ୍ଷା କ୍ଷେତ୍ରରେ କାମ କରୁଥିଲେ ସେମାନଙ୍କ ଜୀବନ ଏବେ ବିପଦରେ।

ତାଲିବାନ ଆମ ପିଲା ପାଠ ପଢ଼ନ୍ତୁ ବୋଲି ଚାହାନ୍ତି ନାହିଁ। ତେଣୁ ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଆମ ଭଳି ଲୋକ ଏବେ ସେମାନଙ୍କ ଟାର୍ଗେଟରେ। ମୁଁ ମୋ ପରିବାର ସହ ଲୁଚି ରହିଛି ଓ ରାତିରେ ଠିକଣା ବଦଳାଇ ଚାଲିଛି। ପୂର୍ବ ଗଣତାନ୍ତ୍ରିକ ସରକାରରେ ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଅଧିକାଂଶ ଲୋକଙ୍କୁ ତାଲିବାନୀମାନେ ଅପହରଣ କରିନେଇଛନ୍ତି। ଅପହରଣର ଶିକାର ହୋଇଥିବା ଲୋକଙ୍କ ଅବସ୍ଥା ସମ୍ପର୍କରେ କାହା ପାଖରେ ସୂଚନା ନାହିଁ। ଯଦି କେହି ମୋ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିନେବେ, ତା’ହେଲେ ମୁଁ ସେମାନଙ୍କ ପାଖରେ କୃତଜ୍ଞ ରହିବି।”

ଏହି ପୂର୍ବତନ ସରକାରୀ କର୍ମଚାରୀଙ୍କ ଜୀବନ ସବୁଠାରୁ ଅଧିକ ବିପଦରେ ରହିଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇଛି। ଅନେକ ଅଧିକାରୀ ଗୁପ୍ତ ସ୍ଥାନରେ ଲୁଚି ରହିଥିବା ବେଳେ ଆଉ କିଛି ଦେଶ ଛାଡ଼ି ଚାଲି ଯାଇଛନ୍ତି। ସେହିପରି ଆଉ କିଛି ତାଲିବାନୀଙ୍କ ସହ ହାତ ମିଳାଇ ସେମାନଙ୍କ କଥାରେ ଅନ୍ୟ ଅଧିକାରୀଙ୍କ ଗୁପ୍ତ ଠିକଣା ବିଷୟରେ ସୂଚନା ଦେଉଛନ୍ତି।

ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି, ଏପରି ପରିସ୍ଥିତିରେ ଆମକୁ ଉଦ୍ଧାର କରିବା ପାଇଁ ମୁଁ କେବଳ ମୋର ଭାରତୀୟ ବନ୍ଧୁମାନଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ନିବେଦନ କରୁଛି। ଭାରତୀୟ ସଂସ୍କୃତି, ବିଶେଷ କରି ବଲିଉଡର ପ୍ରଭାବ ଆଫଗାନବାସୀଙ୍କ ଉପରେ ଯଥେଷ୍ଟ ରହିଛି।ଆମ ଦେଶରେ କୌଣସି ବଡ଼ ସିନେମା ଶିଳ୍ପ ନଥିବାରୁ ଆମେ ସମସ୍ତେ ଅଧିକାଂଶ ସମୟ ବଲିଉଡ ସିନେମା ଦେଖୁ। ତାଲିବାନ କବଜା ପୂର୍ବରୁ ଆମେ ବଲିଉଡ ସିନେମା ହିଁ ଦେଖୁଥିଲୁ।

ମୋର ସବୁଠାରୁ ପ୍ରିୟ ଅଭିନେତା ହେଉଛନ୍ତି ହ୍ରିତିକ ରୋଶନ। ଯଦି ମୁଁ ଏହି ମରଣଯନ୍ତାରୁ ବର୍ତ୍ତି ଯିବି ଓ ଭାରତରେ ପହଞ୍ଚିବି, ତା’ହେଲେ ନିଶ୍ଚିତ ହ୍ରିତିକ ରୋଶନଙ୍କୁ ଭେଟିବି। ତାଲିବାନ ଯୋଗୁ ଆଫଗାନ ୧୦୦ ବର୍ଷ ପଛକୁ ପୁଣି ଚାଲି ଯାଇଛି। ଲୋକମାନେ ଇଣ୍ଟରନେଟ, ବିଜୁଳି ଓ ପାଣି ପାଇଁ ହଇରାଣ ହରକତ ହେବେ ବୋଲି ସେ କହିଛନ୍ତି।

Related story