Advertisment

ଆମେରିକା ସେନାର ଖବରୀର ଗଳା କାଟି ପ୍ରତିଶୋଧ ନେଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଯୁଦ୍ଧକାଳୀନ ପରିସ୍ଥିତି। ଗୋଟିଏ ପଟେ ଆମେରିକା ଏବଂ ଆଫଗାନିସ୍ତାନ ତ ଅନ୍ୟପଟେ ତାଲିବାନ। ଗତକାଲି ଆମେରିକା ସେନା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରି ବିପୁଳ କ୍ଷତି ପହଞ୍ଚାଇଥିଲା। ଏବେ ପ୍ରତିଶୋଧ ନେବାକୁ ଯାଇ ଜଣେ ଆମେରିକା ସେନାର ଖବରୀର ଗଳା କାଟିଛି ତାଲିବାନୀ। ସିଏନଏନର ରିପୋର୍ଟ ଅନୁଯାୟୀ, କାବୁଲରେ ରହୁଥିବା ଆମେରିକା ସେନାର ଖବରୀ ସୋହେଲ ପାର୍ଦିସ ଇଦ୍ ଅବସରରେ ସୋହେଲ ଭଉଣୀ ସହ କାରରେ ମସଜିଦ ଯାଉଥିଲେ। ରାସ୍ତାରେ ତାଲିବାନ ତାଙ୍କୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆମେରିକା ସେନାର ଖବରୀର ଗଳା କାଟି ପ୍ରତିଶୋଧ ନେଲା ତାଲିବାନ

Afghan-interpreter-for-US-A

କାବୁଲ: ଆଫଗାନିସ୍ତାନରେ ଯୁଦ୍ଧକାଳୀନ ପରିସ୍ଥିତି। ଗୋଟିଏ ପଟେ ଆମେରିକା ଏବଂ ଆଫଗାନିସ୍ତାନ ତ ଅନ୍ୟପଟେ ତାଲିବାନ। ଗତକାଲି ଆମେରିକା ସେନା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରି ବିପୁଳ କ୍ଷତି ପହଞ୍ଚାଇଥିଲା। ଏବେ ପ୍ରତିଶୋଧ ନେବାକୁ ଯାଇ ଜଣେ ଆମେରିକା ସେନାର ଖବରୀର ଗଳା କାଟିଛି ତାଲିବାନୀ।

Advertisment

ସିଏନଏନର ରିପୋର୍ଟ ଅନୁଯାୟୀ, କାବୁଲରେ ରହୁଥିବା ଆମେରିକା ସେନାର ଖବରୀ ସୋହେଲ ପାର୍ଦିସ ଇଦ୍ ଅବସରରେ ସୋହେଲ ଭଉଣୀ ସହ କାରରେ ମସଜିଦ ଯାଉଥିଲେ। ରାସ୍ତାରେ ତାଲିବାନ ତାଙ୍କୁ ଘେରିଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା।  ପରେ ତାଲିବାନୀ କାର ଭିତରୁ ବାହାରକୁ ପାର୍ଦିସଙ୍କୁ ଟାଣି ଆଣିଥିଲେ। ଏହାପରେ ପାର୍ଦିସଙ୍କ ଶରୀରରୁ ଗଳାକୁ ଅଲଗା କରିଦେଇଥିଲେ ବୋଲି ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୋହେଲଙ୍କୁ ତାଲିବାନ ଧମକ ଦେଉଥିଲେ ବୋଲି ଜଣାପଡ଼ିଛି। ସୋହେଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ୧୬ ମାସ ହେବ ଆମେରିକାକୁ ତାଲିବାନଙ୍କୁ ବାର୍ତ୍ତାର ଅନୁବାଦ କରି କହୁଥିଲେ। ସୋହେଲଙ୍କ ବନ୍ଧୁ ଆୟୁବ ସିଏନଏନକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ସୋହେଲ ଆଫଗାନିସ୍ତାନର ବାସିନ୍ଦା। ହେଲେ ସେ ଆମେରିକାକୁ ଆଖି, କାନ ଭାବରେ ନିଯୁକ୍ତ ଥିଲେ। ସମସ୍ତ ଘଟଣାର ଟିଟ୍ ବିଟ୍ ଖବକ ଆମେରିକାକୁ ଦେଉଥିଲେ ସୋହେଲ। ଏଭଳି କହି ସୋଏବଙ୍କୁ ତାଲିବାନ ମୃତ୍ୟୁର ଧମକ ଦେଉଥିଲେ ବୋଲି ଆୟୁବ କହିଛନ୍ତି। ଜୁନରେ ତାଲିବାନ ଏକ ବିବୃତ୍ତି ଜାରି କରିଥିଲା। ଯେଉଁମାନେ ବିଦେଶୀ ଶକ୍ତିକୁ ସହଯୋଗ କରୁଥିବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ତାଲିବାନ ଧମକ ଦେଇଥିଲା। ହେଲେ ତାଲିବାନ ଏଭଳି କରିବ ବୋଲି କେହି ଭାବିନଥିଲେ ବୋଲି ଆୟୁବ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଆମେରିକା ସେନା ପ୍ରତ୍ୟାହାର କରିବା ଦେଖି ଆଫଗାନିସ୍ତାନରେ ତାଲିବାନ ପୁଣିଥରେ ସକ୍ରିୟ ହୋଇଯାଇଛି। ଅନେକ ସହରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଲିବାନ ଚେଷ୍ଟା କରୁଛି। ଏହାରି ଭିତରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ଯାଉଥିବା ବେଳେ ଆମେରିକା ହଠାତ୍ ୟୁଟର୍ଣ୍ଣ ନେଇ ତାଲିବାନ ଉପରେ ବଡ଼ ପ୍ରହାର କରିଛି। ଏଥିରେ ଅନେକ ତାଲିବାନ କ୍ୟାମ୍ପ ନଷ୍ଟ କରି ହୋଇଛି। ଏହି ଆକ୍ରମଣରେ ତାଲିବାନର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।