Advertisment

ତାଲିବାନର ପଞ୍ଜଶିର ଆକ୍ରମଣ ପଛରେ ପାକିସ୍ତାନ! ମାସୁଦ ପୁଣିଦେଲେ ଯୁଦ୍ଧ ଡାକରା

କାବୁଲ: ପଞ୍ଜଶିରରେ ତାଲିବାନକୁ କଡ଼ା ଟକ୍କର ଦେଉଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ(ଏନଆରଏଫ୍)ର ମୁଖ୍ୟ ଅହମଦ ମାସୁଦ ଆଜି ଆଫଗାନିସ୍ତାନବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ତାଲିବାନ ଏବେ ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ମାସୁଦ ଖଣ୍ଡ କରିଛନ୍ତି। ଏଥିସହ ପାକିସ୍ତାନ ଓ ତାଲିବାନ ମିଳିତ ଭାବେ ପଞ୍ଜଶିର ଉପରେ ହମଲା କରିଥିବା ସେ କହିଛନ୍ତି। ସେ ନିଜ ଫେସବୁକ ଫେଜରେ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଏବେ ବି […]

ତାଲିବାନର ପଞ୍ଜଶିର ଆକ୍ରମଣ ପଛରେ ପାକିସ୍ତାନ! ମାସୁଦ ପୁଣିଦେଲେ ଯୁଦ୍ଧ ଡାକରା

Massoud

Advertisment

କାବୁଲ: ପଞ୍ଜଶିରରେ ତାଲିବାନକୁ କଡ଼ା ଟକ୍କର ଦେଉଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ(ଏନଆରଏଫ୍)ର ମୁଖ୍ୟ ଅହମଦ ମାସୁଦ ଆଜି ଆଫଗାନିସ୍ତାନବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ତାଲିବାନ ଏବେ ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ମାସୁଦ ଖଣ୍ଡ କରିଛନ୍ତି।

Advertisment

ଏଥିସହ ପାକିସ୍ତାନ ଓ ତାଲିବାନ ମିଳିତ ଭାବେ ପଞ୍ଜଶିର ଉପରେ ହମଲା କରିଥିବା ସେ କହିଛନ୍ତି। ସେ ନିଜ ଫେସବୁକ ଫେଜରେ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଏବେ ବି ପଞ୍ଜଶିରରେ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ  ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଓ ସେମାନେ ତାଲିବାନ ବିରୋଧରେ ଲଢ଼େଇ କରୁଛନ୍ତି।

ପାକିସ୍ତାନ ଓ ତାଲିବାନର ବୋମା ମାଡ଼ରେ ଏନଆରଏଫର ମୁଖପାତ୍ର ଫୈମ ଦାସ୍ତୀ ଓ ଆମ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପଞ୍ଜଶିରରେ ଥିବା ଆଫଗାନଙ୍କ ଉପରେ ପାକିସ୍ତାନ ସିଧାସଳଖ ହମଲା କରିଛି। କିନ୍ତୁ ପୂରା ବିଶ୍ୱ ଚୂପଚାପ ସବୁ କିଛି ଦେଖୁଛି। ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଆମେ ଲଢ଼େଇ କରିବୁ।

Advertisment

ପାକିସ୍ତାନ ସହାୟତାରେ ତାଲିବାନ ଯେତେ ଆକ୍ରମଣ କଲେ ମଧ୍ୟ ଆମେ ପଛକୁ ହଟିବୁ ନାହିଁ। ଆମେ କେବଳ ତାଲିବାନ ସହ ଲଢ଼ୁନୁ, ବରଂ ପାକିସ୍ତାନ ସହ ମଧ୍ୟ ଲଢ଼େଇ କରୁଛୁ। ଏବେ ପଞ୍ଜଶିରର ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଛି। ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ। ଆପଣମାନେ ବାହାରେ ଥାଆନ୍ତୁ କି ଦେଶ ଭିତରେ, ସମସ୍ତେ ଏକାଠି ହୋଇ ନିଜର ସମ୍ମାନ, ସ୍ୱାଧୀନତା ଓ ଦେଶର ଅଖଣ୍ଡତା ପାଇଁ ଜାତୀୟ ସ୍ତରରେ ସ୍ୱର ଉଠାନ୍ତୁ ବୋଲି ସେ କହିଛନ୍ତି।


ମାସୁଦ ଟ୍ୱିଟ କରି ମଧ୍ୟ ନିଜ ଅଡିଓ ଜାରି କରିଛନ୍ତି। ସେ କହିଛନ୍ତି, ଆପଣମାନେ ସମସ୍ତେ ନିଜର ଧର୍ମ, ନିଜର ସମ୍ମାନ ଓ ନିଜର ଦେଶ ପାଇଁ ଲଢ଼େଇ କରନ୍ତୁ। ଏହାଠାରୁ ବଡ଼ କିଛି ନାହିଁ। ବଲାଖରୁ ପଞ୍ଜଶିର ଯାଏ ମୋ ପରିବାର ଲଢ଼େଇ କରୁଛନ୍ତି। ତାଲିବାନ ଆମ ପରିବାରକୁ ହତ୍ୟା କରିବାକୁ ବାହାରିଛି। ସେମାନେ ଘର ଘର ବୁଲି କିମ୍ବା ପଞ୍ଜଶିରକୁ ଦଖଲ କରି ହତ୍ୟା କରିବେ। ଏହାକୁ ଆମେ ସମସ୍ତେ ଏକାଠି ହୋଇ ବିରୋଧ କରିବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ ଦ୍ୱାରା ପଞ୍ଜଶିରରେ ବୋମା ମାଡ଼ କରାଯାଇଥିଲା। ଏଥିରେ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫୈମଙ୍କ ଅନେକ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe