Advertisment

ଏଣିକି କୌଣସି ଖେଳରେ ଭାଗନେଇ ପାରିବେନି ଆଫଗାନ ମହିଳା

କାବୁଲ: ସରକାର ଗଠନ କରିବା କ୍ଷଣି ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇଛି ତାଲିବାନ। ଏଣିକି ଆଫଗାନିସ୍ତାନର ମହିଳାମାନେ କ୍ରିକେଟ ସମେତ ଆଉ କୌଣସି ଖେଳରେ ଭାଗ ନେଇପାରିବେ ନାହିଁ ବୋଲି ତାଲିବାନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଖେଳ ଦ୍ୱାରା ମହିଳାଙ୍କ ଶରୀର ମିଡିଆ ଆଗରେ ଦୃଶ୍ୟମାନ ହେବ। ତେଣୁ ସେମାନଙ୍କ ଖେଳକୁଦ ଉପରେ ତାଲିବାନ ରୋକ ଲଗାଇଛି। ତାଲିବାନର ସାଂସ୍କୃତି କମିଶନର ଡେପୁଟି ଅହମଦୁଲ୍ଲା ୱାସିକ୍‌ କହିଛନ୍ତି, କ୍ରିକେଟ ସମେତ କୌଣସି ଖେଳରେ ମହିଳାମାନେ […]

ଏଣିକି କୌଣସି ଖେଳରେ ଭାଗନେଇ ପାରିବେନି ଆଫଗାନ ମହିଳା

Afghan

Advertisment

କାବୁଲ: ସରକାର ଗଠନ କରିବା କ୍ଷଣି ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇଛି ତାଲିବାନ। ଏଣିକି ଆଫଗାନିସ୍ତାନର ମହିଳାମାନେ କ୍ରିକେଟ ସମେତ ଆଉ କୌଣସି ଖେଳରେ ଭାଗ ନେଇପାରିବେ ନାହିଁ ବୋଲି ତାଲିବାନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଖେଳ ଦ୍ୱାରା ମହିଳାଙ୍କ ଶରୀର ମିଡିଆ ଆଗରେ ଦୃଶ୍ୟମାନ ହେବ। ତେଣୁ ସେମାନଙ୍କ ଖେଳକୁଦ ଉପରେ ତାଲିବାନ ରୋକ ଲଗାଇଛି।

Advertisment

ତାଲିବାନର ସାଂସ୍କୃତି କମିଶନର ଡେପୁଟି ଅହମଦୁଲ୍ଲା ୱାସିକ୍‌ କହିଛନ୍ତି, କ୍ରିକେଟ ସମେତ କୌଣସି ଖେଳରେ ମହିଳାମାନେ ଭାଗ ନେଇପାରିବେ ନାହିଁ। ଖେଳକୁଦ ମହିଳାମାନଙ୍କ ଆଦୌ ଜରୁରୀ ନୁହେଁ। ମହିଳମାନେ ଖେଳିଳେ ମିଡିଆ ଆଗରେ ସେମାନଙ୍କ ଶରୀର ଅନାବୃତ ହୋଇଯିବ। ତେଣୁ ସେମାନଙ୍କୁ ଖେଳକୁଦ ପାଇଁ କୌଣସି ସୁଯୋଗ ମିଳିବ ନାହିଁ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମହିଳା ଟିମ୍‌ ପାଇଁ ଏକାଧିକ ସିରିଜ୍‌ ଯୋଜନା କରୁଥିବା ବେଳେ ତାଲିବାନର ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା। ସମସ୍ତେ ଆଶା କରିଥିଲେ ଯେ ତାଲିବାନ ମହିଳାଙ୍କ କ୍ରୀଡ଼ାକୁ ଅନୁମତି ଦେବ। ହେଲେ ସଂଗଠନ ମହିଳାଙ୍କ ସବୁ ଖେଳକୁଦ ଉପରେ ଆଜି ରୋକ ଲଗାଇ ଦେଇଛି।

Advertisment

କ୍ରିକେଟ ବ୍ୟବତୀତ ଆଫଗାନରେ ମହିଳାମାନେ ବକ୍ସିଂ ମଧ୍ୟ କରନ୍ତି। ଜଣେ ମହିଳା ବକ୍ସର ଅଲିମ୍ପିକ୍ସ ଖେଳିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ କହିଥିଲେ। ସେହିପରି ଆଫଗାନର ମହିଳାମାନେ ଫୁଟବଲ, ବାସ୍କେଟବଲ ଓ ଅନ୍ୟାନ୍ୟ ଖେଳଳରେ ମଧ୍ୟ ଟ୍ରଫି ଜିତିଥିଲେ। ହେଲେ ଏବେ କ୍ରୀଡ଼ା ପ୍ରତୀ ରୁଚି ରଖିଥିବା ମହିଳାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି।

ଅନ୍ୟପକ୍ଷରେ ଆନ୍ଦୋଳନ ଉପରେ ତାଲିବାନ ରୋକ ଲଗାଇବା ସହ ବିକ୍ଷୋଭକାରୀଙ୍କୁ ଗୁଳି କରିଦେବାକୁ କହିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ସର୍ତ୍ତମୂଳକ ବିକ୍ଷୋଭ ପାଇଁ ସଂଗଠନ ଅନୁମତି ଦେଇଛି। ତାଲିବାନ ମୁଖପାତ୍ର ସୁହେଲ ଶାହୀନ କହିଛନ୍ତି, ନିର୍ଦ୍ଦିଷ୍ଟ ସ୍ଥାନ ଓ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେଇ ବିକ୍ଷୋଭକାରୀମାନେ ନିଜର ଆନ୍ଦୋଳନ କରିପାରିବେ। ଏବେ ଯେଉଁଭଳି ଆନ୍ଦୋଳନ ହେଉଛି, ତା’କୁ କେବେ ହେଲେ ଅନୁମତି ମିଳିବନି।

ଆନ୍ଦୋଳନକାରୀମାନେ ଆଇଇଏ ନେତାଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିପାରିବେ ନାହିଁ। କିଛି ଆନ୍ଦୋଳନକାରୀ ସୁରକ୍ଷାକାମରେ ନିୟୋଜିତ ଲୋକଙ୍କୁ ଜାଣିଶୁଣି ଉସକାଉଛନ୍ତି। ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଏହାକୁ ଶୁଟିଂ କରି ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe