Advertisment

ତାଲିବାନକୁ ଚେକ୍‌, ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଚାଲିବ ଆଫଗାନ ସରକାର

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନକୁ ଚେକ୍‌ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଫଗାନକୁ ଦଖଲ କରିବା ପରେ ତାଲିବାନ ସରକାର ଗଠନ କରିଛି। ହେଲେ ଏହାକୁ ଅବୈଧ ଘୋଷଣା କରିଛନ୍ତି ପୂର୍ବରୁ କ୍ଷମତାରେ ଥିବା ଆଫଗାନିସ୍ତାନର ସରକାରୀ। ସେମାନେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଆଫଗାନରେ ନିର୍ବାସିତ ସରକାର ଗଠନ କରାଯାଇଥିବା ଘୋଷଣା କରିଛନ୍ତି। ଏହାର ଅର୍ଥ ସାଲେହଙ୍କ ନେତୃତ୍ୱରେ ଆଫଗାନ ସରକାର କାର୍ଯ୍ୟ କରିବ। ବିଭିନ୍ନ ରାଷ୍ଟ୍ରରେ ଥିବା […]

ଅଦ୍ୟତନ ହୋଇଛି
ତାଲିବାନକୁ ଚେକ୍‌, ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଚାଲିବ ଆଫଗାନ ସରକାର

Amrullah-Saleh

Advertisment

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନକୁ ଚେକ୍‌ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଫଗାନକୁ ଦଖଲ କରିବା ପରେ ତାଲିବାନ ସରକାର ଗଠନ କରିଛି। ହେଲେ ଏହାକୁ ଅବୈଧ ଘୋଷଣା କରିଛନ୍ତି ପୂର୍ବରୁ କ୍ଷମତାରେ ଥିବା ଆଫଗାନିସ୍ତାନର ସରକାରୀ।

Advertisment

ସେମାନେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ ଆଫଗାନରେ ନିର୍ବାସିତ ସରକାର ଗଠନ କରାଯାଇଥିବା ଘୋଷଣା କରିଛନ୍ତି। ଏହାର ଅର୍ଥ ସାଲେହଙ୍କ ନେତୃତ୍ୱରେ ଆଫଗାନ ସରକାର କାର୍ଯ୍ୟ କରିବ। ବିଭିନ୍ନ ରାଷ୍ଟ୍ରରେ ଥିବା ଦୂତାବାସଗୁଡ଼ିକ ମଧ୍ୟ ପୁଣି କାର୍ଯ୍ୟକ୍ଷମ ହେବ। ଏ ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡରେ ଅବସ୍ଥାପିତ ଆଫଗାନ ଦୂତାବାସ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଦେଇଥିଲେ। କିନ୍ତୁ ଅମରୁଲ୍ଲା ସାଲେହ ପଞ୍ଜଶିରରେ ରହି ତାଲିବାନୀଙ୍କ ମୁକାବିଲା କରିଥିଲେ। ଏଥିସହ ସେ ନିଜକୁ ଆଫଗାନର କାମଚଳା ରାଷ୍ଟ୍ରପତି ମଧ୍ୟ ଘୋଷଣା କରିଥିଲେ। ଏବେ ଆଫଗାନ ଦୂତାବାସଗୁଡ଼ିକ ପକ୍ଷରୁ ତାଙ୍କ ନେତୃତ୍ୱରେ ଆଫଗାନର ନିର୍ବାସିତ ସରକାର ଗଠନ ଚାଲିବ ବୋଲି କୁହାଯାଇଛି।

Advertisment

ସ୍ୱିଜରଲ୍ୟାଣ୍ଡରେ ଅବସ୍ଥାପିତ ଆଫଗାନ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଲୋକଙ୍କ ଭୋଟ ଦ୍ୱାରା ଚୟନ ହୋଇଥିବା ସରକାର ହିଁ ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନରେ ବୈଧ। ଆଉ କୌଣସି ସରକାର ଆଇନଗତ ସିଦ୍ଧ ନୁହେଁ। ବୈଧ ସରକାରର ସ୍ଥାନ କେହି ବି ବଳପୂର୍ବକ ନେଇ ପାରିବେ ନାହିଁ।

ଅଶରଫ ଘନିଙ୍କ ପଳାୟନ ଓ ଆଫଗାନ ରାଜନୀତିକୁ ସେ ଅଲବିଦା କହିବା ପରେ ତାଙ୍କର ପ୍ରଥମ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶର ନେତୃତ୍ୱ ନେବେ। ଏବେ ଆଫଗାନ ଉପରେ ବାହ୍ୟ ଶତ୍ରୁର କବଜା ରହିଛି। ଦେଶର ବରିଷ୍ଠ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରାଯିବା ପରେ ନିର୍ବାସିତ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଉଛି।

କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଆଇନ ପ୍ରଣୟନକାରୀ ସଂସ୍ଥା ଏହି ନିର୍ବାସିତ ସରକାର ଦ୍ୱାରା କାର୍ଯ୍ୟ କରିବ। ଆଫଗାନିସ୍ତାନର ସମସ୍ତ ଦୂତାବାସ ଓ ବାଣିଜ୍ୟିକ ଦୂତାବାସ ପୂର୍ବଭଳି କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି।

ତେବେ ଏହି ବିବୃତିରେ ଅମରୁଲ୍ଲା ସାଲେହଙ୍କ ବ୍ୟତୀତ ନିର୍ବାସିତ ସରକାରର ଅନ୍ୟ ସଦସ୍ୟମାନଙ୍କ ନାଁ ଘୋଷଣା କରାଯାଇ ନାହିଁ।

Afganistan Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe