Advertisment

କାବୁଲକୁ ଫେରିଲେ ବରାଦର, ଆଣିଲେ ନିଜର ବଡିଗାର୍ଡ

କାବୁଲ: ଫେରିଲେ ବରାଦର। କାବୁଲକୁ ରିଟର୍ଣ୍ଣ କଲେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ। କିଛି ଦିନ ତଳେ କାବୁଲ ଛାଡି ଚାଲିଯାଇଥିବା ମୁଲ୍ଲା ଅବଦୁଲ ଘନି ବରାଦର ଏବେ ପୁଣି ଫେରିଛନ୍ତି। ହେଲେ ସେ ଏକା ଆସିନାହାନ୍ତି। ନିଜ ସହ ତାଙ୍କର ନୂଆ ବଡିଗାର୍ଡଙ୍କୁ ନେଇ ମଧ୍ୟ ଆସିଛନ୍ତି। ଏଥିସହ ସେ ନିଜର କାର୍ଯ୍ୟଭାର ମଧ୍ୟ ଗ୍ରହଣ କରିଛନ୍ତି। ଏଥିସହ ବରାଦର ନୂଆ ସରକାରଙ୍କ ଗୃହମନ୍ତ୍ରାଳୟ ଠାରୁ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ଆଫଗାନିସ୍ତାନର ନୂଆ ସରକାରରେ ସିରାଜୁଦ୍ଦିନ […]

ଅଦ୍ୟତନ ହୋଇଛି
କାବୁଲକୁ ଫେରିଲେ ବରାଦର, ଆଣିଲେ ନିଜର ବଡିଗାର୍ଡ

Mullah Baradar

Advertisment

କାବୁଲ: ଫେରିଲେ ବରାଦର। କାବୁଲକୁ ରିଟର୍ଣ୍ଣ କଲେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ। କିଛି ଦିନ ତଳେ କାବୁଲ ଛାଡି ଚାଲିଯାଇଥିବା ମୁଲ୍ଲା ଅବଦୁଲ ଘନି ବରାଦର ଏବେ ପୁଣି ଫେରିଛନ୍ତି। ହେଲେ ସେ ଏକା ଆସିନାହାନ୍ତି। ନିଜ ସହ ତାଙ୍କର ନୂଆ ବଡିଗାର୍ଡଙ୍କୁ ନେଇ ମଧ୍ୟ ଆସିଛନ୍ତି। ଏଥିସହ ସେ ନିଜର କାର୍ଯ୍ୟଭାର ମଧ୍ୟ ଗ୍ରହଣ କରିଛନ୍ତି।

Advertisment

ଏଥିସହ ବରାଦର ନୂଆ ସରକାରଙ୍କ ଗୃହମନ୍ତ୍ରାଳୟ ଠାରୁ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ଆଫଗାନିସ୍ତାନର ନୂଆ ସରକାରରେ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୃହ ମନ୍ତ୍ରାଳୟ ମିଳିଛି। ଯାହାକୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ଆତଙ୍କବାଦୀ ଘୋଷିତ କରିଛି। ତା' ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

ଅତୀତରେ ହକକାନି ନେଟୱାର୍କ ସହ ସଂଘର୍ଷରେ ବରାଦର ଆହତ ହୋଇ କାନ୍ଦାହାର ଚାଲି ଯାଇଥିଲେ । ତାଲିବାନର ଦୋହା ଶାନ୍ତି ପ୍ରକ୍ରିୟାର ମୁଖ୍ୟ ବରାଦର ମଙ୍ଗଳବାର ଦିନ କାନ୍ଦାହାରରୁ କାବୁଲକୁ ଫେରିଛନ୍ତି । ତାଲିବାନ ନେତା ବରାଦର ୧୩ ସେପ୍ଟେମ୍ବରରେ ହକ୍କାନୀଙ୍କ ସହ ଯୁଦ୍ଧେ ମୃତ୍ୟୁ ବରଣ କରିଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ବରାଦର ଏକ ଓଡିଓ ବିବୃତ୍ତି ଜାରି କରି ଜୀବିତ ଥିବା କହିଥିଲେ।

Advertisment

ବରାଦର କାନ୍ଦାହାରରୁ ନିଜ ସହ ବଡିଗାର୍ଡ ତଥା ସୁରକ୍ଷାକର୍ମୀ ନେଇ ଆଣିଥିବା ଜଣାପଡିଛି। ସେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରୁ ସରକାରୀ ସୁରକ୍ଷା ନେବାକୁ ମନା କରିଦେଇଥିବା କୁହାଯାଉଛି। ତାଲିବାନ ନେତା ବରାଦର ବର୍ତ୍ତମାନ କାବୁଲ ପ୍ୟାଲେସରେ ଅଛନ୍ତି। ତାଙ୍କ ସମର୍ଥକ ମଲ୍ଲିକା ଓମାରଙ୍କ ପୁଅ ପ୍ରତିରକ୍ଷା ମନ୍ତ୍ରୀ ମଲ୍ଲିକ ୟାକୁବ ଏବେ ମଧ୍ୟ କାନ୍ଦାହାରରେ ଅଛନ୍ତି।

କାବୁଲ ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ବରାଦରଙ୍କ ଆଗମନ, ସରକାରରେ ପୁଣି ତିକ୍ତତା ବଢାଇପାରେ। କାରଣ ୟାକୁବ ଦଳ ଆଇଏସଆଇ ସମର୍ଥିତ ହକ୍କାନୀ ଦଳ ପାଇଁ ପ୍ରତିଦ୍ୱନ୍ଦ୍ୱୀ । ତାଲିବାନକୁ ଆଫଗାନିସ୍ତାନ ବିରୋଧୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା, ଯେଉଁଥିରେ ପ୍ରତ୍ୟେକ ନେତା ଏକକ ସର୍ବୋଚ୍ଚତା ଚାହାଁନ୍ତି ଏବଂ କାହା ସହ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି।

Taliban Recapture Afghanistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe