Advertisment

ମହିଳାଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ

କାବୁଲ: ଆଫାଗାନିସ୍ଥାନରେ ତାଲିବାନଙ୍କ ପୁଣି ଏକ ନୂଆ ତୋଗଲକି ଫତୁୱା।  ମହିଳାଙ୍କ ପାଇଁ ଜାରି ହେଲା ନୂଆ କଟକଣା। ଏଥର  ତାଲିବାନୀଙ୍କ  ଟାର୍ଗେଟରେ  ଟିଭି ସମ୍ବାଦିକା ଓ ମହିଳା କଳାକାର।  ଟିଭି ଚ୍ୟାନେଲଗୁଡିକ ଉପରେ ତାଲିବାନୀ ଲଗାଇଛନ୍ତି  ଲଗାମ୍। ମହିଳା ଅଭିନେତ୍ରୀ ଏବଂ ମହିଳା ରିପୋର୍ଟରଙ୍କ ପାଇଁ ରିଲିଜିଅସ୍ ଗାଇଡ୍ ଲାଇନ୍ ଜାରି କରିଛି ତାଲିବାନ। ଆଫାଗାନିସ୍ଥାନ ଟିଭିରେ କେଉଁ ପ୍ରୋଗ୍ରାମ  ପ୍ରସାରଣ ହେବ, ଆଉ କ’ଣ ହେବ ନାହିଁ । ଏଣିକି ସେଠାରେ ଶାସନ କ୍ଷମତାରେ […]

author-image
Madhupriya Mistry
ମହିଳାଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ

afganistan Woman

କାବୁଲ: ଆଫାଗାନିସ୍ଥାନରେ ତାଲିବାନଙ୍କ ପୁଣି ଏକ ନୂଆ ତୋଗଲକି ଫତୁୱା।  ମହିଳାଙ୍କ ପାଇଁ ଜାରି ହେଲା ନୂଆ କଟକଣା। ଏଥର  ତାଲିବାନୀଙ୍କ  ଟାର୍ଗେଟରେ  ଟିଭି ସମ୍ବାଦିକା ଓ ମହିଳା କଳାକାର।  ଟିଭି ଚ୍ୟାନେଲଗୁଡିକ ଉପରେ ତାଲିବାନୀ ଲଗାଇଛନ୍ତି  ଲଗାମ୍। ମହିଳା ଅଭିନେତ୍ରୀ ଏବଂ ମହିଳା ରିପୋର୍ଟରଙ୍କ ପାଇଁ ରିଲିଜିଅସ୍ ଗାଇଡ୍ ଲାଇନ୍ ଜାରି କରିଛି ତାଲିବାନ।

Advertisment

ଆଫାଗାନିସ୍ଥାନ ଟିଭିରେ କେଉଁ ପ୍ରୋଗ୍ରାମ  ପ୍ରସାରଣ ହେବ, ଆଉ କ'ଣ ହେବ ନାହିଁ । ଏଣିକି ସେଠାରେ ଶାସନ କ୍ଷମତାରେ ଥିବା ଉଗ୍ର ତାଲିବାନି ହିଁ ସ୍ଥିର କରିବେ। ଯେଉଁ ଟିଭି ସିରିଏଲ୍‌ରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଆଫଗାନିସ୍ତାନର ଟିଭି ଚ୍ୟାନେଲକୁ କୁହାଯାଇଛି।

ଖାଲି ସେତିକି ନୁହେଁ ମହିଳା ରିପୋର୍ଟରଙ୍କ ପାଇଁ ମଧ୍ୟ ତାଲିବାନ ପକ୍ଷରୁ ଜାରି ହୋଇଛି କଟକଣା। ରିପୋର୍ଟିଂ କଲାବେଳେ ବା ନ୍ୟୁଜ୍ ପଢ଼ିବା ବେଳେ ହିଜାବ ପିନ୍ଧିବା ମହିଳା ରିପୋର୍ଟରଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି।

Advertisment

ସେହିପରି ଯେଉଁ ସିରିଏଲରେ ଇସ୍‌ଲାମୀୟ ଧର୍ମଗୁରୁ ପ୍ରୋଫେଟ୍ ମହମ୍ମଦ ଓ ଅନ୍ୟ ସମ୍ମାନନୀୟ ବ୍ୟକ୍ତିଙ୍କୁ ନେଇ କିଛି ବି ଦର୍ଶାଯାଇଛି ତାକୁ ମଧ୍ୟ ପ୍ରସାରଣ ବନ୍ଦ କରିବା ଲାଗି ଟିଭି ଚ୍ୟାନେଲକଗୁଡ଼ିକୁ କୁହାଯାଇଛି। ଇସ୍‌ଲାମ୍ ଏବଂ ଆଫଗାନ୍‌ ବିରୋଧରେ ପ୍ରଦର୍ଶିତ ହେଉଥିବା ସମସ୍ତ ଫିଲ୍ମ ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଗାଇଡ୍‌ଲାଇନରେ କୁହାଯାଇଛି। ତେବେ ଏହା ନିୟମ ନୁହେଁ ଏହା ଧାର୍ମିକ ଗାଇଡ୍ଲାଇନ୍ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।

ସୂଚନା  ଥାଉ  କି , ବିଗତ  ଦୁଇ ଦଶନ୍ଧି ଧରି  ଆମେରିକା ଓ ପଶ୍ଟିମ ଦେଶ ଗୁଡିକରେ ସହଯୋଗରେ ଏକ  ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ବେଶ ବିକାଶ କରିଥିଲା  ଆଫାଗାନିସ୍ଥାନ।   କିନ୍ତୁ ୧୫ ଅଗଷ୍ଟ ୨୦୨୧ ଠାରୁ  ପୁଣି ଥରେ ଆଫାଗାନିନସ୍ଥାନରେ  ଆରମ୍ଭ ହୋଇ ଯାଇଛି ତାଲିବାନୀ ଶାସନ । ଆଫାଗାନିନସ୍ଥାନ ମିଡିଆ ମଧ୍ଯ ବେଶ ପ୍ରଗତି କରିଥିଲା । ଏକ ଡର୍ଜନରୁ ଅଧିକ  ଟିଭି ଚ୍ୟାନେଲ , ରେଡିଓ ଷ୍ଟେସନ୍ ସ୍ଥାପନ କରାଯାଇଥିଲା ।

ଭାରତ ଭଳି ଆଫାଗାନିନସ୍ଥାନରେ ମଧ୍ୟ ଆମେରିକାର ସହଯୋଗରେ “ ଆମେରିକାନ ଆଇଡଲ” ଭଳି ଏକ ସଂଗୀତ ପ୍ରତିଯୋଗୀତା ପ୍ରସାରଣ କରାଯାଉଥିଲା । ଯେଉଁଥିଲେ ମହିଳାମାନେ ମଧ୍ୟ ଭାଗ ନେଉଥିଲେ। କିନ୍ତୁ ତାଲିବାନ କ୍ଷମତାକୁ ଆସିବା ପରେ ଦେଶ ପୁଣିଥରେ ପଛକୁ ଚାଲିଯାଇଛି। କ୍ଷମତାକୁ ଆସିବା ପରେ ତାଲିବାନ କହିଥିଲା, ସେ ନୂଆ ବିଚାର ସହ ଆସିଛି ମାତ୍ର ମହିଳାଙ୍କ ପ୍ରତି ତାଲିବାନର ଏ କଟକଣା ପୁଣି ଥରେ ତା'ର ଅସଲ ଚେହେରାକୁ ପଦାରେ ପକାଇଛି।