Advertisment

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନକୁ ତାଲିବାନର ନା'

କାବୁଲ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇନପାରେ। କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର। ତାଲିବାନ ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିବ ଏବଂ ନୂତନ ସରକାରଙ୍କ ଢ଼ାଞ୍ଚାରେ କାର୍ଯ୍ୟ କରିବ। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ସର୍ବୋଚ୍ଚ ତାବିଲାନ କମାଣ୍ଡର ୱାହିଦୁଲ୍ଲା ହାସିମୀ। କାଉନସିଲ ଦ୍ୱାରା ଚୟନ ହେବେ ବିଭିନ୍ନ ବିଭାଗର ମନ୍ତ୍ରୀ। ଏପଟେ ତାଲିବାନର ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ଶାସନ ମୁଖ୍ୟ ରହିବା ନେଇ […]

author-image
Madhupriya Mistry
ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନକୁ ତାଲିବାନର ନା'

Taliban

କାବୁଲ: ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇନପାରେ। କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର। ତାଲିବାନ ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିବ ଏବଂ ନୂତନ ସରକାରଙ୍କ ଢ଼ାଞ୍ଚାରେ କାର୍ଯ୍ୟ କରିବ। ଏନେଇ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ସର୍ବୋଚ୍ଚ ତାବିଲାନ କମାଣ୍ଡର ୱାହିଦୁଲ୍ଲା ହାସିମୀ। କାଉନସିଲ ଦ୍ୱାରା ଚୟନ ହେବେ ବିଭିନ୍ନ ବିଭାଗର ମନ୍ତ୍ରୀ।

Advertisment

ଏପଟେ ତାଲିବାନର ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ଶାସନ ମୁଖ୍ୟ ରହିବା ନେଇ ସେ ସୂଚନା ଦେଇଛନ୍ତି।  ଅନ୍ୟପଟେ କାବୁଲରେ ପହଞ୍ଚିଛନ୍ତି ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ବରାଦର। ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବା ନେଇ ଜଣାପଡିଛି।

ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡ଼ି ପଳାୟନ କରିଥିବା ରାଷ୍ଟ୍ରପତି ଅସ୍ରଫ୍ ଘନି ୟୁଏଇର ଶରଣ ପଶିଛନ୍ତି। ତାଙ୍କୁ ୟୁନାଇଟେଡ୍ ଆରବ ଏମିରେଟସ ତଥା ୟୁଏଇ ପକ୍ଷରୁ ଆଶ୍ରୟ ଦିଆଯାଇଛି। ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ମନ୍ତ୍ରାଳୟ କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଆସ୍ରଫ୍ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ବର୍ତ୍ତମାନ ପରିବାର ସହ ଆସ୍ରଫ୍ ଘନି ଆବୁଧାବିରେ ଅଛନ୍ତି। ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହିତ ଘନି ଦେଶ ଛାଡ଼ି ପଳାଇଥିବା ନେଇ ଖବର ମିଳିଥିଲା।

ତେବେ ରକ୍ତପାତ ଏଡାଇବା ପାଇଁ ପଦ ଛାଡିଥିବା ନେଇ ପୁଣି ଦୋହରାଇଛନ୍ତି ଘନି।  ସେହିପରି ସେ ବିପୁଳ ପରିମାଣର ଟଙ୍କା ନେଇ ଦେଶ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ସେ ଖଣ୍ଡନ କରିଛନ୍ତି।