Advertisment

୬ ମାସ ପୂର୍ବରୁ ସେ ଅର୍ଥମନ୍ତ୍ରୀ ଥିଲେ, ଏବେ ଆମେରିକାରେ ଉବେର ଚଳାଉଛନ୍ତି

ନୂଆଦିଲ୍ଲୀ: ମାତ୍ର ୬ ମାସ ପୂର୍ବରୁ ସେ ମନ୍ତ୍ରୀ ହୋଇ ରାଜକୀୟ ଜୀବନ ବିତାଉଥିଲେ। ହେଲେ ସମୟ ତାଙ୍କର ସବୁ ସୁଖ ଶାନ୍ତିକୁ ଛଡ଼ାଇ ଏକ ଭିନ୍ନ ଯାତ୍ରାରେ ପଥିକ କରିଦେଇଛି। ଆମେ କହୁଛୁ ଖଲିଦ୍ ପାୟେନ୍ଦାଙ୍କ କଥା। ୬ ମାସ ପୂର୍ବରୁ ଆଫଗାନିସ୍ତାନର ସେ ଅର୍ଥମନ୍ତ୍ରୀ ଥିଲେ। ଏବେ ସେ ଆମେରିକାରେ ଉବେର ଚଲାଉଛନ୍ତି। ଖଲିଦଙ୍କୁ ଏବେ ୪୦ ବର୍ଷ। ଆମେରିକାର ୱାସିଂଟନ୍‌ ଡିସିରେ ଉବେର ଡ୍ରାଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ […]

author-image
Tapas Behera
ଅଦ୍ୟତନ ହୋଇଛି
୬ ମାସ ପୂର୍ବରୁ ସେ ଅର୍ଥମନ୍ତ୍ରୀ ଥିଲେ, ଏବେ ଆମେରିକାରେ ଉବେର ଚଳାଉଛନ୍ତି

khalid

ନୂଆଦିଲ୍ଲୀ: ମାତ୍ର ୬ ମାସ ପୂର୍ବରୁ ସେ ମନ୍ତ୍ରୀ ହୋଇ ରାଜକୀୟ ଜୀବନ ବିତାଉଥିଲେ। ହେଲେ ସମୟ ତାଙ୍କର ସବୁ ସୁଖ ଶାନ୍ତିକୁ ଛଡ଼ାଇ ଏକ ଭିନ୍ନ ଯାତ୍ରାରେ ପଥିକ କରିଦେଇଛି। ଆମେ କହୁଛୁ ଖଲିଦ୍ ପାୟେନ୍ଦାଙ୍କ କଥା। ୬ ମାସ ପୂର୍ବରୁ ଆଫଗାନିସ୍ତାନର ସେ ଅର୍ଥମନ୍ତ୍ରୀ ଥିଲେ।

Advertisment

ଏବେ ସେ ଆମେରିକାରେ ଉବେର ଚଲାଉଛନ୍ତି। ଖଲିଦଙ୍କୁ ଏବେ ୪୦ ବର୍ଷ। ଆମେରିକାର ୱାସିଂଟନ୍‌ ଡିସିରେ ଉବେର ଡ୍ରାଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଖଲିଦ୍‌। ୬ ମାସ ପୂର୍ବରୁ ତାଲିବାନୀ ଆତଙ୍କବାଦୀମାନେ ବର୍ବର ଆକ୍ରମଣ କରି ଆଫଗାନିସ୍ତାନ ଶାସନ କ୍ଷମତାକୁ ଅକ୍ତିଆର କରିଥିଲେ।

ସେହି ସମୟରେ ଆଫଗାନିସ୍ତାନରେ ଖଲିଦ ଅର୍ଥମନ୍ତ୍ରୀ ଥିଲେ। ରାଷ୍ଟ୍ରପତି ଅସରଫ ଘନିଙ୍କ ମନ୍ତ୍ରୀମଣ୍ଡଳରେ ଖଲିଦଙ୍କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ପଦବୀ। ହେଲେ ଯୁଦ୍ଧ ଯୋଗୁ ସେ ମନ୍ତ୍ରୀପଦ ଛାଡ଼ିଥିଲେ। ପରେ ସେ ନିଜକୁ ଅସୁରକ୍ଷିତ ମନେ କରି ଆମେରିକା ପଳାଇ ଯାଇଥିଲେ ଖଲିଦ୍‌। ସେ ଏବେ ୱାସିଂଟନ୍‌ ଡିସିରେ ଉବେର ଚଳାଇ ପେଟ ପୋଷୁଛନ୍ତି। ୬ ଘଣ୍ଟା କାମ କଲେ ତାଙ୍କୁ ଆମରିକୀୟ ୧୫୦ ଡଲାର ମିଳୁଛି। ୱାସିଂଟନ୍‌ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ଖଲିଦ୍‌ କହିଛନ୍ତି ଯେ, ଏକ ସମୟରେ ସେ ଆଫଗାନିସ୍ତାନର ମନ୍ତ୍ରୀ ଥିବା ବେଳେ ଆମେରିକା ସମର୍ଥନରେ  ୬ ବିଲିଅନ୍‌ ଡଲାରର ବଜେଟ୍‌ ଉପସ୍ଥାପନ କରୁଥିଲେ।

Advertisment

ଏବେ ସେ ଉବେର ଡ୍ରାଭର ଭାବେ କାମ କରୁଛନ୍ତି। ନିଜ ପରିବାର ସହ ଖଲିଦ ଆମେରିକାରେ ରହୁଛନ୍ତି।  ରାତିରେ ଉବେର ଚଳାଉଥିବା ବେଳେ ଦିନ ବେଳା ଜର୍ଜ ଟାଉନ୍‌ ବିଶ୍ୱବିଦ୍ୟାଳୟର ଫରେନ୍‌ ସର୍ଭିସରେ ଅଧ୍ୟାପକ ଭାବେ କାମ କରୁଛନ୍ତି। ଆଫଗାନିସ୍ତାନ ବର୍ତ୍ତମାନ ଏକ ବିରାଟ ମାନବିକ ଏବଂ ଆର୍ଥିକ  ସଙ୍କଟ ଦେଇ ଗତି କରୁଛି।  ଆଫଗାନିସ୍ତାନକୁ ମଧ୍ୟ ଆନ୍ତର୍ଜାତିକ ଆର୍ଥିକ ସହୟତା ମିଳୁନି।   ଖଲିଦ କହିଛନ୍ତି ଯେ ତାଙ୍କ ଜୀବନରେ ଅନେକ କିଛ ଅନିତି ଓ ଭ୍ରଷ୍ଟ କାର୍ଯ ଦେଖିଛନ୍ତି।  ତାକୁ ମୁକାବିଲା କରିବାରେ ସେ ବିଫଳ ହୋଇଛନ୍ତି।  କିନ୍ତୁ ସେଇ ଲୋକମାନଙ୍କର ଦୁଃଖ ଯନ୍ତ୍ରଣା ଦେଖିଲେ ନିଜକୁ ଦୋଷୀ ମନେ ହୁଏ ବୋଲି ସେ କହିଛନ୍ତି।

ଗଣତନ୍ତ୍ରର ପ୍ରତଶ୍ରୁତିଦେଇ ଆମେରିକା ଆଫଗାନନିସ୍ତାନକୁ ପ୍ରତାରଣା କରିଛି। ଯଦିଓ ଆରମ୍ଭରୁ  ଆମେରିକାର ଉଦ୍ଦେଶ୍ୟ ଭଲ  ଥିଲା  କିନ୍ତୁ ପରେ ନିଜ ଲକ୍ଷ୍ୟରୁ ଓହରି ଯାଇଥିଲା। ଅମେ ୨୦ ବର୍ଷ ଧରି ବିଭିନ୍ନ ପ୍ରକାର ଦୁର୍ଦ୍ଦଶାକୁ ଯୁଝିଲୁ। ସମଗ୍ର ବିଶ୍ୱ ଆମକୁ ସାହାଯ୍ୟ କରିବେ ବୋଲି ଆଶ୍ୱସନା ଦେଇଥିଲେ। କିନ୍ତୁ ସେମତି କିଛି ଘଟିଲା ନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି। ତେବେ ଜୀବନ ନାଟକରେ ଚରିତ୍ର କେମିତି ବଦଳିଯାଏ ତାର ଉଦାହରଣ ହେଉଛନ୍ତି ଖଲିଦ୍ ।