Advertisment

ବ୍ରାଜିଲ ପରେ ପେରୁରେ ହିଂସା, ୧୩ ମୃତ

ନୂଆଦିଲ୍ଲୀ: ବ୍ରାଜିଲ ପରେ ପେରୁରେ ଘଟିଛି ହିଂସାକାଣ୍ଡ। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୩ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ଜୁଲିଆକା ଏୟାରପୋର୍ଟରେ ଘଟିଛି। ପେରୁ ରାଷ୍ଟ୍ରପତି ଦିନା ବେଲୁଆଟୋଙ୍କୁ ହଟାଇବାକୁ ଲୋକେ ଦାବି କରୁଛନ୍ତି। ଏଥିପାଇଁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ବିମାନବନ୍ଦରକୁ କବଜାକୁ ନେବାକୁ ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୨ […]

ଅଦ୍ୟତନ ହୋଇଛି
ବ୍ରାଜିଲ ପରେ ପେରୁରେ ହିଂସା, ୧୩ ମୃତ

violence-erupts-in-peru

Advertisment

ନୂଆଦିଲ୍ଲୀ: ବ୍ରାଜିଲ ପରେ ପେରୁରେ ଘଟିଛି ହିଂସାକାଣ୍ଡ। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୩ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ଜୁଲିଆକା ଏୟାରପୋର୍ଟରେ ଘଟିଛି।

Advertisment

ପେରୁ ରାଷ୍ଟ୍ରପତି ଦିନା ବେଲୁଆଟୋଙ୍କୁ ହଟାଇବାକୁ ଲୋକେ ଦାବି କରୁଛନ୍ତି। ଏଥିପାଇଁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ବିମାନବନ୍ଦରକୁ କବଜାକୁ ନେବାକୁ ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି।

ଏଏଫପିର ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ଏହି ସଂଘର୍ଷ ଜୁଲିଆକା ସହରର ଦକ୍ଷିଣ-ପୂର୍ବରେ ଥିବା ପୁନୋ ଅଞ୍ଚଳରେ ହୋଇଛି। ଆନ୍ଦୋଳନକାରୀ ଦେଶର ରାଷ୍ଟ୍ରପତି ଦିନା ବୋଲୁଆଟୋଙ୍କୁ ହଟାଇବାକୁ ଦାବି କରୁଥିଲେ।

Advertisment

ସୂଚନାଯୋଗ୍ୟ, ୭ ଡିସେମ୍ବର ୨୦୨୨ରେ ପେରୁର ତତ୍କାଳୀନ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲୋଙ୍କୁ ହଟାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ବୋଲୁଆଟୋ ଦେଶର ରାଷ୍ଟ୍ରପତି ଗାଦିରେ ବସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe