Advertisment

ସାଇରନ୍‌ ଶବ୍ଦରେ କମ୍ପିଲା ସମ୍ପୂର୍ଣ୍ଣ ୟୁକ୍ରେନ୍‌, ଯାତ୍ରୀଙ୍କ ବସ୍‌କୁ ଅଟକାଇଲା ରୁଷ ସେନା

କିଭ୍‌: ୟୁକ୍ରେନ ଓ ରୁଷ ଭିତରେ ଜାରି ରହିଛି ସଙ୍ଘର୍ଷ। ଯୁଦ୍ଧକୁ ଦୀର୍ଘ ୨୫ ଦିନ ବିତି ଯାଇଥିଲେ ବି ଶାନ୍ତ ପଡିବାର ନାଁ ଧରୁନି। କିଭ୍‌ ଦଖଲ କରିବା ଜିଦ୍‌ରେ ଅଡି ବସିଛି ରୁଷ। ଏହାରି ଭିତରେ ସମ୍ପୂର୍ଣ୍ଣ ୟୁକ୍ରେନ୍‌ରେ ବାଜିଛି ସତର୍କ ଘଣ୍ଟି। ସାଇରନ୍‌ ଶବ୍ଦରେ କମ୍ପି ଉଠିଛି ପୂରା ୟୁକ୍ରେନ୍‌। ଚାରିଆଡେ ଯୁଦ୍ଧ ଆଲର୍ଟ ଜାରି କରାଯାଇଛି। ୟୁକ୍ରେନ୍‌ ସରକାର ସୁମି, ମାଇକୋଲାଇଭ୍‌, ଟର୍ନୋପିଲ, ପୋଲଟାଭା, କିରୋଭୋରାଡ, ଖାର୍‌କିଭ, ଜାପୋରିଜିଆ, କିଭ୍‌, ଲଭିଭ, […]

ସାଇରନ୍‌ ଶବ୍ଦରେ କମ୍ପିଲା ସମ୍ପୂର୍ଣ୍ଣ ୟୁକ୍ରେନ୍‌, ଯାତ୍ରୀଙ୍କ ବସ୍‌କୁ ଅଟକାଇଲା ରୁଷ ସେନା

Air raid alerts

Advertisment

କିଭ୍‌: ୟୁକ୍ରେନ ଓ ରୁଷ ଭିତରେ ଜାରି ରହିଛି ସଙ୍ଘର୍ଷ। ଯୁଦ୍ଧକୁ ଦୀର୍ଘ ୨୫ ଦିନ ବିତି ଯାଇଥିଲେ ବି ଶାନ୍ତ ପଡିବାର ନାଁ ଧରୁନି। କିଭ୍‌ ଦଖଲ କରିବା ଜିଦ୍‌ରେ ଅଡି ବସିଛି ରୁଷ। ଏହାରି ଭିତରେ ସମ୍ପୂର୍ଣ୍ଣ ୟୁକ୍ରେନ୍‌ରେ ବାଜିଛି ସତର୍କ ଘଣ୍ଟି। ସାଇରନ୍‌ ଶବ୍ଦରେ କମ୍ପି ଉଠିଛି ପୂରା ୟୁକ୍ରେନ୍‌। ଚାରିଆଡେ ଯୁଦ୍ଧ ଆଲର୍ଟ ଜାରି କରାଯାଇଛି।

Advertisment

ୟୁକ୍ରେନ୍‌ ସରକାର ସୁମି, ମାଇକୋଲାଇଭ୍‌, ଟର୍ନୋପିଲ, ପୋଲଟାଭା, କିରୋଭୋରାଡ, ଖାର୍‌କିଭ, ଜାପୋରିଜିଆ, କିଭ୍‌, ଲଭିଭ, ଇଭାନୋ-ଫ୍ରାଙ୍କିଭସ୍କ, ନିପ୍ରୋପେଟ୍ରୋଭସ୍କ, ରିଭନେ, ଭୋଲିନ, ଚେରକାସି, ଜାଇଟୋମିର୍‌, ଭିନ୍ନିତ୍ସିଆ, ଓଡେସା ଓ ଓବ୍ଲାଷ୍ଟ ପାଇଁ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରି ସାଇରନ୍‌ ବଜାଇଛନ୍ତି। ସେପଟେ ରୁଷ ସୈନ୍ୟ ୟୁକ୍ରେନ୍‌ ଯାତ୍ରୀଙ୍କ ଏକ ବସ୍‌କୁ ଅଟକାଇଛନ୍ତି।

ରୁଷ ୟୁକ୍ରେନ୍ ଯୁଦ୍ଧ ଭିତରେ ହ୍ୟୁମନ୍‌ କରିଡର ଜରିଆରେ ଶନିବାର ଦିନ ୬.୬୨୩ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ରୁଷ-ୟୁକ୍ରେନ୍‌ ମଧ୍ୟରେ ୧୦ଟି ହ୍ୟୁମନ କରିଡର ପାଇଁ ଚୁକ୍ତିନାମା ହୋଇଛି। ଏଥିମଧ୍ୟରୁ ଲୋକମାନଙ୍କୁ ୮ଟି କରିଡର ଦେଇ ସ୍ଥାନାନ୍ତର କରାଯିବା ଆରମ୍ଭ ହୋଇଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକଙ୍କ ମଧ୍ୟରୁ ୪,୧୨୮ କେବଳ ମାରିଅପୋଲ ସହରର ବାସିନ୍ଦା। ସମସ୍ତଙ୍କୁ ଉତ୍ତର-ପଶ୍ଚିମରେ ଜାପୋରିଜିଆକୁ ସ୍ଥାନାନ୍ତର କରାଯାଇଛି।

Advertisment

୨୫ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ। ଆଜି ବି ରାଜଧାନୀ କିଭ୍ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଇଛି। ମିକୋଲେବରେ ଥିବା ଏକ ମିଲିଟାରୀ ବେସ୍ ଉପରେ ରୁଷ ସେନା ପକ୍ଷରୁ ରକେଟ୍ ମାଡ଼ କରାଯାଇଛି। ଏଥିରେ ୫୦ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ଏୟାରବେସରେ ୨୦୦ ଜଣ ସୈନିକ ଥିଲେ। ଏହି ସମୟରେ ରୁଷ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ୫୦ ଜଣ ସୈନିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ମିଲିଟାରୀ ବେସରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷର ୩ଟି ଯୁଦ୍ଧ ହେଲିକପ୍ଟର ଖସାଇ ଦେଇଥିବା ଦାବି କରିଛି। ରୁଷ ସେନାର ଆକ୍ରମଣରେ ରାଜଧାନୀ କିଭରେ ବର୍ତମାନ ସୁଦ୍ଧା ୨୨୮ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe