Advertisment

ସାଇରନ୍‌ ଶବ୍ଦରେ କମ୍ପିଲା ୟୁକ୍ରେନ୍‌, ସବୁ ପ୍ରାନ୍ତରେ ରୁଷ କରିବ ଏୟାର ଷ୍ଟ୍ରାଇକ୍‌

କିଭ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ଆହୁରି ଜଟିଳ ହେବାରେ ଲାଗିଛି। ୟୁକ୍ରେନ୍‌ର ରାଜଧାନୀ କିଭ୍ ଦଖଲ କରିବା ପାଇଁ ରୁଷ ସେନା ଆଗକୁ ବଢ଼ି ଚାଲିଛନ୍ତି। ଏହାରି ଭିତରେ ସାଇରନ୍‌ ଶବ୍ଦରେ କମ୍ପି ଉଠିଛି ୟୁକ୍ରେନ୍‌। ୟୁକ୍ରେନ୍‌ର ସବୁ ପ୍ରାପ୍ତରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି। ଆକଶମାର୍ଗରୁ ରୁଷ ଆହୁରି ବୋମା ବର୍ଷା କରିବ ବୋଲି ଚେତାବନୀ ମିଳିଛି। ୟୁକ୍ରେନର ଉମାନ, ଖାରକିଭ୍‌, କ୍ରାମଷ୍ଟୋର୍କ, ସ୍ଲୋବିୟନସ୍କ, ବିନିସିୟା, କିଭ୍‌, […]

ଅଦ୍ୟତନ ହୋଇଛି
ସାଇରନ୍‌ ଶବ୍ଦରେ କମ୍ପିଲା ୟୁକ୍ରେନ୍‌, ସବୁ ପ୍ରାନ୍ତରେ ରୁଷ କରିବ ଏୟାର ଷ୍ଟ୍ରାଇକ୍‌

Air raid alerts

Advertisment

କିଭ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ଆହୁରି ଜଟିଳ ହେବାରେ ଲାଗିଛି। ୟୁକ୍ରେନ୍‌ର ରାଜଧାନୀ କିଭ୍ ଦଖଲ କରିବା ପାଇଁ ରୁଷ ସେନା ଆଗକୁ ବଢ଼ି ଚାଲିଛନ୍ତି। ଏହାରି ଭିତରେ ସାଇରନ୍‌ ଶବ୍ଦରେ କମ୍ପି ଉଠିଛି ୟୁକ୍ରେନ୍‌। ୟୁକ୍ରେନ୍‌ର ସବୁ ପ୍ରାପ୍ତରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି। ଆକଶମାର୍ଗରୁ ରୁଷ ଆହୁରି ବୋମା ବର୍ଷା କରିବ ବୋଲି ଚେତାବନୀ ମିଳିଛି।

Advertisment

ୟୁକ୍ରେନର ଉମାନ, ଖାରକିଭ୍‌, କ୍ରାମଷ୍ଟୋର୍କ, ସ୍ଲୋବିୟନସ୍କ, ବିନିସିୟା, କିଭ୍‌, ପୋଲ୍ଟାୱା, ଜାୟିଟମିର, ଖମେଲନିତସ୍କି, ଲ୍ୱିବ୍, ଓଡେଶା, ୟୁଜନେ, ଚେର୍ଣ୍ଣୋମର୍ସ୍କ, ଷବାଲିନ୍, ଜାପୋରିଜିୟା, ବେରେଜିକ୍ୱା, ଇଜମେଲ, କିଲିୟା, ୟୁଜନେ, ଚେର୍ନୋମୋର୍ସ୍କ, ଲ୍ୱିଭ୍‌, ବିଲାଇବକା, ଓ ଅବଦିବକା ଆଦି ସହର ରେଡ୍‌ ସାଇରନ୍ ଶବ୍ଦରେ କମ୍ପି ଉଠିଛି।

ଏଥିସହିତ କିଭ୍‌, ରିବ୍ରେ, ଚର୍ନିହିବମ୍‌, ଟେରନୋପିଲ୍‌, ଡିନିପ୍ରୋ, ଚର୍କାସି ଏବଂ ସୁମିର ୱଲାଷ୍ଟରେ ଫସିରହିଥିବା ଲୋକଙ୍କୁ ତୁରନ୍ତ ମେଟ୍ରୋ ସେଲ୍ଟରକୁ ପଳାଇବାକୁ ଚେତାବନୀ ଦିଆଯାଇଛି । ସେପଟେ ୟୁକ୍ରେନ୍‌ ବାୟୁସେନା ଅତିକମ୍‌ରେ ରୁଷର ୬ଟି ବିମାନ ନଷ୍ଟ କରିଦେଇଥିବା ନେଇ ଦାବି କରିଛି। ଦୁଇଟି କେଏ-୫୨ ହେଲିକପ୍ଟର, ଗୋଟିଏ ସୁ-୩୪, ଅଉ ଏକ ଅଜ୍ଞାତ ଫାଇଟର ଜେଟ୍‌ ଓ ଦୁଇଟି ଡ୍ରୋନ୍‌କୁ ମାର୍ଚ୍ଚ ୧୨ ତାରିଖରେ ନଷ୍ଟ କରାଯାଇଥିବା ନେଇ ୟୁକ୍ରେନ୍‌ ସେନା ଦାବି କରିଛି।

Advertisment

ଋଷ –ୟୁକ୍ରେନ ଯୁଦ୍ଧକୁ ୧୮ ଦିନ ହେଲାଣି । ଯୁଦ୍ଧ ବନ୍ଦ ହେବାର କୌଣସି ସୂଚନା ମିଳୁନାହିଁ । ଏଭଳି ସ୍ଥଳେ ଦିନକୁ ଦିନ ସ୍ଥିତି ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି   ଖେରସାନରେ ଦୁଇଟି ଋଷୀୟ ଯୁଦ୍ଧ ହେଲିକପ୍ଟରକୁ ଧ୍ୱଂସ କରିଥିବା ୟୁକ୍ରେନ ଦାବି କରିଥିବାବେଳେ ଋଷ ସେନା କିଭ୍‌ ଓବ୍ଲାଷ୍ଟ ଉପରେ ଲଗାତାର ବୋମା ବର୍ଷାଇବାରେ ଲାଗିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe