Advertisment

ଆଫଗାନ ବେସ୍‌ରୁ ଆମେରିକା ଉପରେ ଆଟାକ କରିବ ଅଲକାଏଦା!

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଅଲକାଏଦା ବିପଦ ଆମେରିକା ଉପରେ ଘନେଇଛି। ତାଲିବାନ ସହାୟତାରେ ଅଲକାଏଦା ପୁଣିଥରେ ଆଫଗାନରେ ନିଜ ସଂଗଠନକୁ ସଦୃଢ଼ କରିବ। ଏହାପରେ ଆଫଗାନ ବେସ୍‌ରୁ ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବ। ଏପରି ସତର୍କ ସୂଚନା ଆମେରିକାର ଦୁଇଟି ଗୁଇନ୍ଦା ସଂସ୍ଥା ଜାରି କରିଛନ୍ତି। ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ନିର୍ଦ୍ଦେଶକ ସ୍କଟ ବେରିଅର କହିଛନ୍ତି, ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଅଲକାଏଦା […]

ଆଫଗାନ ବେସ୍‌ରୁ ଆମେରିକା ଉପରେ ଆଟାକ କରିବ ଅଲକାଏଦା!

Strike

Advertisment

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଅଲକାଏଦା ବିପଦ ଆମେରିକା ଉପରେ ଘନେଇଛି। ତାଲିବାନ ସହାୟତାରେ ଅଲକାଏଦା ପୁଣିଥରେ ଆଫଗାନରେ ନିଜ ସଂଗଠନକୁ ସଦୃଢ଼ କରିବ। ଏହାପରେ ଆଫଗାନ ବେସ୍‌ରୁ ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିବ।

Advertisment

ଏପରି ସତର୍କ ସୂଚନା ଆମେରିକାର ଦୁଇଟି ଗୁଇନ୍ଦା ସଂସ୍ଥା ଜାରି କରିଛନ୍ତି। ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ନିର୍ଦ୍ଦେଶକ ସ୍କଟ ବେରିଅର କହିଛନ୍ତି, ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଅଲକାଏଦା ନିଜକୁ ପୁଣିଥରେ ସଶକ୍ତ କରିବା ଆରମ୍ଭ କରିଛି। ଆଫଗାନରେ ନିଜର ସଂଗଠନକୁ ସୁଦୃଢ଼ କରି ଅଲକାଏଦା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେରିକା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

ଆମେ ଏବେ ଆଫଗାନରୁ ସବୁ ପ୍ରକାରର ସୂଚନା ପୁଣିଥରେ ହାସଲ କରିବାକୁ ପ୍ରୟାସ କରୁଛୁ। ପୂର୍ବରୁ ଆମେ ଯେଉଁଭଳି କାମ କରୁଥିଲୁ ଏବେ ସେହି ଆଧାରରେ କାମ କରୁଛୁ। କିନ୍ତୁ ଆମକୁ ସବୁ କିଛି ବେଶ ସତର୍କତାର ସହ କରିବାକୁ ପଡ଼ିବ। କାରଣ ଆମକୁ ତଥ୍ୟ ଦେଉଥିବା ଲୋକଙ୍କ ପ୍ରତି ମଧ୍ୟ ଆଫଗାନରେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି।

Advertisment

ସିଆଇଏ ନିର୍ଦ୍ଦେଶକ ଡାଭିଡ କୋହେନ ମଧ୍ୟ ଆଫଗାନକୁ ତାଲିବାନ ଦଖଲ କରିବା ପରେ ଅଲକାଏଦା ସକ୍ରିୟ ହୋଇ ଉଠିଥିବା କହିଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଆମେରିକା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଲକାଏଦା ପକ୍ଷରୁ ୨୦୦୧ରେ ଆମେରିକା ଉପରେ ବିଶ୍ୱର ସବୁଠାରୁ ବଡ଼ ଆତଙ୍କୀ ହମଲା ହୋଇଥିଲା। ଏଥିରେ ପ୍ରାୟ ୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ଏହାପରେ ଆମେରିକା ଅଲକାଏଦା ବିରୋଧରେ ଯୁଦ୍ଧ ଡାକରା ଦେଇ ଆଫଗାନରେ ପ୍ରବେଶ କରିଥିଲା।

ଶେଷରେ ଅଲକାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ପାକିସ୍ତାନର ଅବୋଟ୍ଟାବାଦରେ ସର୍ଜିକାଲ ଷ୍ଟ୍ରାଇକରେ ଖତମ କରିଥିଲା। ଆମେରିକାର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଅଲକାଏଦା ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଥିଲା। କିନ୍ତୁ ଏବେ ତାଲିବାନ ଆଫଗାନକୁ ଦଖଲ କରିବା ପରେ ଅଲକାଏଦା ମଧ୍ୟ ସକ୍ରିୟ ହୋଇ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe