Advertisment

ଚାଲିଥିଲା ପାକିସ୍ତାନ ବିରୋଧୀ ରାଲି, ଗୁଳି ମାଡ଼ କଲା ତାଲିବାନ

କାବୁଲ: ସୀମା ଟପୁଛି ତାଲିବାନୀଙ୍କ ବର୍ବରତା। ଆଫଗାନବାସୀଙ୍କୁ ପୁଣି ନାଲିଆଖି ଦେଖାଇଛି ତାଲିବାନ। ଭିଡ ଉପରକୁ କରିଛି ଗୁଳିମାଡ଼। ଆଫଗାନର ରାଜଧାନୀ କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ତାଲିବାନୀମାନେ ଗୁଳିମାଡ଼ କରିଛନ୍ତି। ପ୍ରକୃତରେ ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ସେଠାରେ ମଙ୍ଗଳବାର ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା। ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ। କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଏହି ବିକ୍ଷୋଭ ରାଲି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଚାଲିଥିଲା ପାକିସ୍ତାନ ବିରୋଧୀ ରାଲି, ଗୁଳି ମାଡ଼ କଲା ତାଲିବାନ

Taliban

କାବୁଲ: ସୀମା ଟପୁଛି ତାଲିବାନୀଙ୍କ ବର୍ବରତା। ଆଫଗାନବାସୀଙ୍କୁ ପୁଣି ନାଲିଆଖି ଦେଖାଇଛି ତାଲିବାନ। ଭିଡ ଉପରକୁ କରିଛି ଗୁଳିମାଡ଼। ଆଫଗାନର ରାଜଧାନୀ କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ତାଲିବାନୀମାନେ ଗୁଳିମାଡ଼ କରିଛନ୍ତି।

Advertisment

ପ୍ରକୃତରେ ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ସେଠାରେ ମଙ୍ଗଳବାର ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା। ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ। କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଏହି ବିକ୍ଷୋଭ ରାଲି ଚାଲିଥିଲା। ଏତିକି ବେଳେ ଏହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ତାଲିବାନ ଗୁଳିମାଡ କରିଥିଲା। ତେବେ ଏହି ଗୁଳିମାଡରେ କେତେଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।

ରିପୋର୍ଟ ମୁତାବକ, ଏହି ରାଲିରେ ୭୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ବିକ୍ଷୋଭକାରୀମାନେ ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 'ପାକିସ୍ତାନ ମୁର୍ଦ୍ଦାବାଦ, ନର୍ଦ୍ଦନ ରେଜିଷ୍ଟାସ ଫୋର୍ସ ଅମର ରହୁ' ବୋଲି ନାରାବାଜି ଦେଇଥିଲେ।

Advertisment

ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କିନ୍ତୁ ପ୍ରଥମ ଥର କାବୁଲରେ ଗୁଞ୍ଜରିତ ହେଉଛି ପାକ୍ ବିରୋଧୀ ନାରା। ରାତିରେ ମହିଳାମାନେ ରାସ୍ତାକୁ ଲହ୍ଲାଇବା ସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ​​ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା।

ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି। ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି।

https://twitter.com/savepanjshir/status/1435140358220832771?s=20

https://twitter.com/BBCYaldaHakim/status/1435128803521597441?s=20

Afganistan Taliban Recapture Afghanistan Taliban Attack