Advertisment

ଆମେରିକାରେ ବିମାନ ସେବା ଅଚଳ

ନୂଆଦିଲ୍ଲୀ: ଆମେରିକାରେ ବିମାନ ସେବା ସାମୟିକ ଅଚଳ। କମ୍ପ୍ୟୁଟର ତ୍ରୁଟି ଯୋଗୁଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବ୍ୟାଘାତ ହୋଇଛି। ସମସ୍ୟା ପାଇଁ ବିମାନ ସେବା ପ୍ରଭାବିତ ହୋଇଛନ୍ତି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ବୈଷୟିକ ତ୍ରୁଟି ପରେ ସବୁ ବିମାନ ଗ୍ରାଉଣ୍ଡରେ ଅଛନ୍ତି।  ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ଏହା ଏକ ଅଘଟଣ।  ଯାହା ନୋଟିସ୍ ଟୁ ଏୟାର ମିସନ୍ (NOTAMs)ର ଅପଡେଟ୍ ଉପରେ ପ୍ରଭାବ ପକାଇଛି। ତେବେ ବୈଷୟିକ ତ୍ରୁଟି ସୁଧୁରିଲେ ବିମାନ ଚଳାଳ […]

author-image
Tapas Behera
ଅଦ୍ୟତନ ହୋଇଛି
ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍

Flight

ନୂଆଦିଲ୍ଲୀ: ଆମେରିକାରେ ବିମାନ ସେବା ସାମୟିକ ଅଚଳ। କମ୍ପ୍ୟୁଟର ତ୍ରୁଟି ଯୋଗୁଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବ୍ୟାଘାତ ହୋଇଛି। ସମସ୍ୟା ପାଇଁ ବିମାନ ସେବା ପ୍ରଭାବିତ ହୋଇଛନ୍ତି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ବୈଷୟିକ ତ୍ରୁଟି ପରେ ସବୁ ବିମାନ ଗ୍ରାଉଣ୍ଡରେ ଅଛନ୍ତି।  ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ଏହା ଏକ ଅଘଟଣ।  ଯାହା ନୋଟିସ୍ ଟୁ ଏୟାର ମିସନ୍ (NOTAMs)ର ଅପଡେଟ୍ ଉପରେ ପ୍ରଭାବ ପକାଇଛି। ତେବେ ବୈଷୟିକ ତ୍ରୁଟି ସୁଧୁରିଲେ ବିମାନ ଚଳାଳ ନେଇ ଅପଡେଟ କରାଯିବ ବୋଲି କୁହାଯାଇଇଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘ଫ୍ଲାଇଟ୍ ଆୱାର୍’ ଦର୍ଶାଇଛି ଯେ ବୁଧବାର ଆମେରିକାରେ ୪୦୦ ରୁ ଅଧିକ ବିମାନ  ବିଳମ୍ବ ହୋଇଥିଲା।

Advertisment

ବେସାମରିକ ବିମାନ ଚଳାଚଳ ସଂସ୍ଥା କହିଛି ଯେ ନୋଟାମ୍ (ନୋଟିସ ଟୁ ଏୟାର ମିସନ୍ସ) ସିଷ୍ଟମ ‘ବିଫଳ’ ହୋଇଯାଇଛି । ଏହା କେବେ ଠିକ୍ ହେବ ଜଣାପଡ଼ି ନାହିଁ।  । ଏହାକୁ ଶୀଘ୍ର ଠିକ୍ କରିବାକୁ ବିଶେଷଜ୍ଞମାନେ ପ୍ରୟାସ ଚଳାଇଛନ୍ତି ।