Advertisment

ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ବଢ଼ିଲା ବିପଦ, ରୁଷକୁ ଏମିତି ନିବେଦନ କଲେ ବାଇଡେନ

କିଭ୍‌: ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ହମଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିବାରୁ ଏଥିରେ ନିଆଁ ଲାଗି ଯାଇଛି। ଯଦି ଏହାକୁ ଠିକଣା ସମୟରେ ନିୟନ୍ତ୍ରଣ ନ କରାଯିବ, ତା’ହେଲେ ପ୍ଳାଣ୍ଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା ପ୍ରକାଶ ପାଇଛି। ନିଆଁ ଲାଗିଥିଲେ […]

ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ବଢ଼ିଲା ବିପଦ, ରୁଷକୁ ଏମିତି ନିବେଦନ କଲେ ବାଇଡେନ

Power

Advertisment

କିଭ୍‌: ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ହମଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିବାରୁ ଏଥିରେ ନିଆଁ ଲାଗି ଯାଇଛି। ଯଦି ଏହାକୁ ଠିକଣା ସମୟରେ ନିୟନ୍ତ୍ରଣ ନ କରାଯିବ, ତା’ହେଲେ ପ୍ଳାଣ୍ଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା ପ୍ରକାଶ ପାଇଛି।

Advertisment

ନିଆଁ ଲାଗିଥିଲେ ମଧ୍ୟ ରୁଷ ଏହାକୁ ଲିଭାଉ ନାହିଁ କିମ୍ବା ୟୁକ୍ରେନର ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଛାଡ଼ୁନି। ଏପରି ଏକ ବିପଦପୂର୍ଣ୍ଣ ମୁହୂର୍ତ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ସହାୟତା କରିବାକୁ ନିବେଦନ କରିଛନ୍ତି। ୟୁକ୍ରେନର ଏହି ନ୍ୟୁକ୍ଲିୟନ ପ୍ଲାଣ୍ଟ ନିକଟରେ ମିଲିଟାରୀ କାର୍ଯ୍ୟକଳାପ ବନ୍ଦ କରି ରୁଷ ଜରୁରି କାଳୀନ ଟିମ୍‌କୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଅନୁମତି ଦେଉ ବୋଲି  ବାଇଡେନ ଅନୁରୋଧ କରିଛନ୍ତି।

ରୁଷ ଆଣବିକ ପ୍ଲାଣ୍ଟ ଉପରେ ଆକ୍ରମଣ କରିବା କ୍ଷଣି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆତଙ୍କିତ ହୋଇପଡ଼ିଥିଲେ। ଏହାପରେ ସେ ଜୋ ବାଇଡେନଙ୍କୁ ଫୋନ କରି ସବୁ କଥା କହିଥିଲେ। ଏଥିସହ ସେ ମଧ୍ୟ ରୁଷକୁ ଉକ୍ତ ପ୍ଲାଣ୍ଟରେ ଲାଗିଥିବା ନିଆଁକୁ ଲିଭାଇରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

Advertisment

ରୁଷ ଗୁଳିମାଡ଼ କରୁଥିବାରୁ ଅଗ୍ନିଶମ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ ଅଧିକାରୀମାନେ ସେଠାକୁ ଯାଇ ପାରୁ ନାହାନ୍ତି। ଫଳରେ ଆଣବିକ ପ୍ଲାଣ୍ଟରେ ନିଆଁ ବ୍ୟାପୁଛି। ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବାର ଆବଶ୍ୟକ ଥିବାରୁ ଜେଲେନସ୍କି ରୁଷର ସହାୟତା ଲୋଡ଼ିଥିଲେ। ଏବେ ବାଇଡେନ ମଧ୍ୟ ସମାନ କଥା କହିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା ସମସ୍ତଙ୍କୁ ଡରାଇବା ଭଳି କଥା କହିଛନ୍ତି। ସେ କହିଛନ୍ତି, ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ରୁଷ ସେନା ଆକ୍ରମଣ ବନ୍ଦ କରୁ। ରୁଷର ବୋମା ମାଡ଼ରେ ଏହି ପ୍ଲାଣ୍ଟର କିଛି ଅଂଶରେ ନିଆଁ ଲାଗିଛି। ନିଆଁ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି।

ଯଦି ଏହା ବିସ୍ଫୋରଣ ଯୋଗୁ ସଂପୂର୍ଣ୍ଣ ଧ୍ୱଂସ ପାଇଯିବ, ତା’ହେଲେ ଚୋର୍ଣ୍ଣୋବୟଲ ଟ୍ରାଜେଡି ଠାରୁ ୧୦ ଗୁଣ ଅଧିକ ବିପଦ ସୃଷ୍ଟି କରିବ। ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରି ଅଗ୍ନିଶମ କର୍ମଚାରୀଙ୍କୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଅନୁମତି ଦେଉ। ସେଠାରେ ଗୋଟିଏ ସିକ୍ୟୁରିଟି ଜୋନ ତିଆରି କରାଯାଉ। ରୁଷ ବର୍ତ୍ତମାନ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ୪ ପଟୁ ଗୁଳି ମାଡ଼ କରୁଛି ବୋଲି ସେ କହିଛନ୍ତି।

ରୁଷ ସେନା ଏକାଧିକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ହମଲା କରୁଥିବାରୁ ଜାତିସଂଘର International Atomic Energy Agency ମଧ୍ୟ ଚିନ୍ତା ପ୍ରକଟ କରିଛି। ରୁଷ ତୁରନ୍ତ ଆଣିବିକ ପ୍ଲାଣ୍ଟ ଗୁଡ଼ିକ ଉପରେ ହମଲା ବନ୍ଦ କରିବାକୁ ଏଜେନ୍ସି ପରାମର୍ଶ ଦେଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe