Advertisment

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ ଦାବି: ୬ ଦିନରେ ମଲେଣି ରୁଷର ୬୦୦୦ ସୈନ୍ୟ

କିଭ୍‌: ୟୁକ୍ରେନ୍‌ ଓ ରୁଷ ଭିତରେ ଦୀର୍ଘ ୬ ଦିନ ହେବ ଜାରି ରହିଛି ଯୁଦ୍ଧ। ଆଜି ଏହି ସଙ୍ଘର୍ଷର ହେଉଛି ସପ୍ତମ ଦିନ। ସପ୍ତମ ଦିନରେ ବି ରୁଷ ଜାରି ରଖିଛି ତା’ର ଦମନଳୀଳା। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱଂସ କରିଚାଲିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ କିଛି କମ୍‌ ନୁହେଁ। ରୁଷକୁ ଦେଉଛି ମୁହଁତୋଡ ଜବାବ। ଏହାରି ଭିତରେ ଆଜି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନକ୍ସି ଏକ ବଡ ଦାବି କରିଛନ୍ତି। […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ ଦାବି: ୬ ଦିନରେ ମଲେଣି ରୁଷର ୬୦୦୦ ସୈନ୍ୟ

Ukraine Russia War

Advertisment

କିଭ୍‌: ୟୁକ୍ରେନ୍‌ ଓ ରୁଷ ଭିତରେ ଦୀର୍ଘ ୬ ଦିନ ହେବ ଜାରି ରହିଛି ଯୁଦ୍ଧ। ଆଜି ଏହି ସଙ୍ଘର୍ଷର ହେଉଛି ସପ୍ତମ ଦିନ। ସପ୍ତମ ଦିନରେ ବି ରୁଷ ଜାରି ରଖିଛି ତା'ର ଦମନଳୀଳା। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱଂସ କରିଚାଲିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ କିଛି କମ୍‌ ନୁହେଁ। ରୁଷକୁ ଦେଉଛି ମୁହଁତୋଡ ଜବାବ। ଏହାରି ଭିତରେ ଆଜି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନକ୍ସି ଏକ ବଡ ଦାବି କରିଛନ୍ତି। ଗତ ୬ ଦିନ ଭିତରେ ରୁଷର ୬ ହଜାର ସୈନ୍ୟ ମୃତ୍ୟୁ ବରଣ କରିଥିବା ୟୁକ୍ରେନ୍‌ ଦାବି କରିଛି।

Advertisment

ୟୁକ୍ରେନ୍‌ ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୪ ଫେବ୍ରୁଆରୀ ଠାରୁ ମାର୍ଚ୍ଚ ୨ ଯାଏଁ ଗତ ଛଅ ଦିନର ଏହି ଯୁଦ୍ଧ ଭିତରେ ରୁଷର ୨୧୧ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍‌ ସେନା। ସେହିପରି ୮୬୨ ଯୁଦ୍ଧ ବାହାନ, ୮୫ଟି ତୋପ, ୪୦ଏମ୍‌ଏଲ୍‌ଆର୍‌ଏସ୍‌ ନଷ୍ଟ କରାଯାଇଛି। ସେହିପରି ରୁଷର ୩୦ଟି ଯୁଦ୍ଧ ବିମାନ ଏବଂ ୩୧ଟି ହେଲିକପ୍ଟରକୁ ଗୁଳି କରି ଖସାଇଛି ୟୁକ୍ରେନ। ଏହା ବ୍ୟତୀତ, ୩୩୫ ବାହାନ, ୬୦ଟି ଫୁଏଲ ଟ୍ୟାଙ୍କ ଏବଂ ତିନୋଟି ୟୁଏଭିକୁ ମଧ୍ୟ ଖସାଇ ଦିଆଯାଇଛି। ୯ଟି ଆଣ୍ଟି ଏୟାରକ୍ରାଫ୍ଟକୁ ମଧ୍ୟ ନଷ୍ଟ କରାଯାଇଥିବା ଦାବି ହୋଇଛି।

ସେପଟେ ରୁଷ ସେନାକୁ ବଡ ଧରଣର କ୍ଷତି ପହଞ୍ଚାଇଛି ୟୁକ୍ରେନ। ରୁଷର ଯୁଦ୍ଧ ଟ୍ୟାଙ୍କର ସମେତ କ୍ଷତିଗ୍ରସ୍ତ ଯୁଦ୍ଧ ବାହାନଗୁଡିକର ଏକ ବଡ ପାହାଡ ଠିଆ କରିଛି ୟୁକ୍ରେନ୍‌। କିଭ୍‌ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବୁଚା ସହରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ମିଡିଆ ରିପୋର୍ଟରେ ଦାବି କରାଯାଇଛି।

Advertisment

ସେପଟେ ସୁମି ଅଞ୍ଚଳରୁ ରୁଷ ସେନା ପଛକୁ ଫେରୁଥିବା ନେଇ ୟୁକ୍ରେନ୍‌ ଦାବି କରିଛି। ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ରୁଷ ସେନା ୟୁକ୍ରେନ୍‌ର ସୁମି ଅଞ୍ଚଳରୁ ପଛକୁ ହଟିଥିବା କୁହାଯାଉଛି। ଉଭୟ ସେନା ଏହି ଅଞ୍ଚଳରୁ ପଛକୁ ହଟିଛନ୍ତି। ୟୁକ୍ରେନ୍‌ ଫର୍ମର ରିପୋର୍ଟ ମୁତାବକ ସୁମି ଅଞ୍ଚଳର ସୈନ୍ୟ ପ୍ରମୁଖ ଡିମେଟ୍ରୋ ଜେଭିସ୍କି ଏହି ସୂଚନା ଦେଇଛନ୍ତି।

https://twitter.com/nexta_tv/status/1498916471816212480?s=20&t=sWZ0uikYlhXNDQ2ZSvXyIQ

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe