Advertisment

ଚୀନ୍‌ର କରୋନା କଟକଣା ବିରୋଧୀ ନିଆଁରେ ଘିଅ ଢ଼ାଳିଲା ଆମେରିକା

ୱାଶିଂଟନ: ଚୀନ୍‌ରେ ତେଜିବାରେ ଲାଗିଛି କରୋନା କଟକଣାକୁ ନେଇ ବିରୋଧ। ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ କରୁଛନ୍ତି। ଏଥିସହ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରୁଛନ୍ତି। ଏବେ ଏହି କରୋନା କଟକଣା ବିରୋଧୀ ନିଆଁରେ ଆମେରିକା ଘିଅ ଢ଼ାଳିବା ଭଳି କାମ କରିଛି । ଚୀନ୍‌ରେ ଜାରି ରହିଥିବା ଜିରୋ କୋଭିଡ ପଲିସି ନୀତିର ବିରୋଧକୁ ସେ ସମର୍ଥନ କରିଛି। ଚୀନ୍ ଓ ଆମେରିକା। ଉଭୟ ପରସ୍ପରର କେତେ ବଡ […]

ଚୀନ୍‌ର କରୋନା କଟକଣା ବିରୋଧୀ ନିଆଁରେ ଘିଅ ଢ଼ାଳିଲା ଆମେରିକା

protests-in-china

Advertisment

ୱାଶିଂଟନ: ଚୀନ୍‌ରେ ତେଜିବାରେ ଲାଗିଛି କରୋନା କଟକଣାକୁ ନେଇ ବିରୋଧ। ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ କରୁଛନ୍ତି। ଏଥିସହ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରୁଛନ୍ତି। ଏବେ ଏହି କରୋନା କଟକଣା ବିରୋଧୀ ନିଆଁରେ ଆମେରିକା ଘିଅ ଢ଼ାଳିବା ଭଳି କାମ କରିଛି । ଚୀନ୍‌ରେ ଜାରି ରହିଥିବା ଜିରୋ କୋଭିଡ ପଲିସି ନୀତିର ବିରୋଧକୁ ସେ ସମର୍ଥନ କରିଛି।

Advertisment

ଚୀନ୍ ଓ ଆମେରିକା। ଉଭୟ ପରସ୍ପରର କେତେ ବଡ ଶତ୍ରୁ ତାହା ସାରା ବିଶ୍ୱକୁ ଜଣା। ଇଣ୍ଡୋନେସିଆର ବାଲିରେ ସି ଜିନ୍‌ପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ ଏହାର ଅର୍ଥ ନୁହେଁ ଯେ, ଦୁଇ ଦେଶର ସମ୍ପର୍କରେ ସୁଧର ଆସିଯାଇଛି। ସମୟ ଆସିଲେ ଉଭୟ ଦେଶ ପରସ୍ପରକୁ ଟାର୍ଗେଟ୍ କରିବାକୁ କୌଣସି ମଉକା ଛାଡନ୍ତି ନାହିଁ। ଏହାର ଏକ ତାଜା ଉଦାହରଣ ଏବେ ଦେଖିବାକୁ ମିଳିଛି। ଚୀନ୍‌ରେ କରୋନା କଟକଣାକୁ ନେଇ ସି ଜିନ୍‌ପିଙ୍ଗଙ୍କ ବିରୋଧରେ ଜନଆକ୍ରୋସ ଜାରି ରହିଛି। ଏହାର ମଉକା ନେଇ ଆମେରିକା ଚୀନ୍‌ରେ ଜାରି ରହିଥିବା ଏହି ବିରୋଧକୁ ସମର୍ଥନ କରିଛି।

ଆମେରିକା କହିଛି, ବିଶ୍ୱର ଯେକୌଣସି ଦେଶରେ ଚାଲିଥିବା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ଆମେ ସମର୍ଥନ କରୁଛୁ। ଚୀନ୍‌ରେ ଲାଗୁ କରାଯାଇଥିବା ଜିରୋ କୋଭିଡ ନୀତି କିଛି କାମ ଦେବନି। ଏହା କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ ନାହିଁ। ଚୀନ୍‌ର କିିଛି ଅଞ୍ଚଳରେ ଜିରୋ କୋଭିଡ ନୀତି ଅନୁଯାୟୀ ଲକଡାଉନ୍ ଲାଗୁ କରାଯାଇଛି। କୌଣସି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେଲେ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଉଛି। ଏଥିପାଇଁ ବହୁ ଲୋକେ ଅସୁବିଧାର ସମ୍ପୁଖୀନ ହେଉଛନ୍ତି। ସଂଯୁକ୍ତ ରାଷ୍ଟ୍ର ଆମେରିକା ଚୀନ୍‌ର ଏହି ଘଟଣା ଉପରେ ଅତି ପାଖରୁ ନଜର ରଖିଛି ବୋଲି ହ୍ୱାଇଟ୍ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସମନ୍ୱୟକ ଫର୍ ଷ୍ଟ୍ରାଟେଜିକ କମ୍ୟୁନିକେସନର ଜନ କିର୍ବି ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଚୀନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ପୁଣି ଥରେ ବଢ଼ିବାରେ ଲାଗିଛି। ଫଳରେ ଏଠାରେ ଜିରୋ କୋଭିଡ ପଲିସି ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ କଡା କଟକଣା ଜାରି ରହିଛି। ଏହି କଟକଣାକୁ ବିରୋଧ କରି ସାରା ଦେଶରେ ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe