ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଆସୁଥିଲେ ୨୫ ଜଣ, କିନ୍ତୁ..

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି। ତେବେ ପୂର୍ବ ଥରଗୁଡ଼ିକ ଭଳି ଏଥର ମଧ୍ୟ ହତ୍ୟା ଉଦ୍ୟମ ଫେଲ ମାରିଛି। ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି। ୟୁକ୍ରେନ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନାକୁ କିଭ୍‌ ପୋଷ୍ଟ ରିପୋର୍ଟ କରିଛି। ଏଥିରେ କୁହାଯାଇଛି ଯେ ରୁଷିଆନ ସ୍ପେଶାଲ ଫୋର୍ସ ନେତୃତ୍ୱରେ ୨୫ ଜଣିଆ ଗ୍ରୁପ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା […]

Ukraine

Ukraine

Hemant Lenka
  • Published: Monday, 28 March 2022
  • Updated: 28 March 2022, 06:04 PM IST

Sports

Latest News

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି। ତେବେ ପୂର୍ବ ଥରଗୁଡ଼ିକ ଭଳି ଏଥର ମଧ୍ୟ ହତ୍ୟା ଉଦ୍ୟମ ଫେଲ ମାରିଛି। ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି।

ୟୁକ୍ରେନ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନାକୁ କିଭ୍‌ ପୋଷ୍ଟ ରିପୋର୍ଟ କରିଛି। ଏଥିରେ କୁହାଯାଇଛି ଯେ ରୁଷିଆନ ସ୍ପେଶାଲ ଫୋର୍ସ ନେତୃତ୍ୱରେ ୨୫ ଜଣିଆ ଗ୍ରୁପ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ସେମାନେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଧରାପଡ଼ି ଯାଇଛନ୍ତି।

ସମସ୍ତଙ୍କୁ ୟୁକ୍ରେନ ଅଧିକାରୀମାନେ ସ୍ଲୋଭାକିଆ-ହଙ୍ଗେରୀ ସୀମାନ୍ତରେ କାବୁ କରିଛନ୍ତି। ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ସ୍ୱତନ୍ତ୍ର ତାଲିମ ପାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରି ଚାଲିଛି। ରୁଷର ୧ନଂ ଶତ୍ରୁ ଜେଲେନସ୍କି ବୋଲି ୟୁକ୍ରେନ ସେବେଠାରୁ କହି ଆସୁଛି। ରୁଷର ଆକ୍ରମଣ ପରଠାରୁ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ଉଦ୍ୟମ ହୋଇ ଆସୁଛି। ତେବେ ୟୁକ୍ରେନ ସୁରକ୍ଷାକର୍ମୀ ଏହାକୁ ପଣ୍ଡ କରି ଚାଲିଛନ୍ତି।

ଏହାପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଟାଇମ୍ସ ଅଫ ଲଣ୍ଡନରେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ପ୍ରକାଶ ପାଇଥିଲା। ମାତ୍ର ୭ ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ ଥର ଉଦ୍ୟମ ହୋଇଥିଲା। ହେଲେ ଏଥିରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ସଫଳତା ମିଳି ନଥିବା ଏହି ରିପୋର୍ଟରେ ଦାବି କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ରୁଷ ଆକ୍ରମଣ କରିବା ଦିନ ଠାରୁ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ୟୁକ୍ରେନରେ ସକ୍ରିୟ ହୋଇ ଯାଇଛନ୍ତି। ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ୩ ଥର ଉଦ୍ୟମ ମଧ୍ୟ ହୋଇଥିଲା। ହେଲେ ୟୁକ୍ରେନର ଗୁଇନ୍ଦା ଅଧିକାରୀମାନେ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ କ୍ରେମଲିନ୍ ସମର୍ଥିତ ୱାଗନର୍ ଗ୍ରୁପର ଭଡ଼ାଟିଆ ସଦସ୍ୟ ଓ ଚେଞ୍ଚନ୍ ସ୍ପେଶାଲ୍ ଫୋର୍ସର ସଦସ୍ୟଙ୍କୁ ପଠା ଯାଇଛି। ହେଲେ ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବାରେ ସକ୍ଷମ ହୋଇନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଷ ସଂଘୀୟ ସେବା ମଧ୍ୟରେ ଥିବା ଯୁଦ୍ଧ ବିରୋଧୀ ବ୍ୟକ୍ତିମାନେ ହିଁ ଜେଲେନସ୍କିଙ୍କ ହତ୍ୟା ଉଦ୍ୟମକୁ ପଣ୍ଡ କରିବାରେ ସହଯୋଗ କରିଛନ୍ତି।

ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ରୁଷର କିଛି ଅଧିକାରୀ ଯୁଦ୍ଧ ବିରୋଧରେ ରହିଛନ୍ତି। ସେମାନେ ରୁଷ ସରକାର ୟୁକ୍ରେନ କରିଥିବା ଆକ୍ରମଣକୁ ଆଦୌ ସମର୍ଥନ କରୁନାହାନ୍ତି। ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା ସମ୍ପର୍କରେ ସୂଚନା କିଭକୁ ରୁଷରୁ ହିଁ ଆସିଥିଲା।

ଯେଉଁମାନେ ଯୁଦ୍ଧ ସପକ୍ଷରେ ନାହାନ୍ତି, ସେମାନେ ହିଁ ସୂଚନା ଦେଇଥିଲେ। ସେମାନଙ୍କ ସୂଚନା ବଳରେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଆସିଥିବା ଗ୍ରୁପକୁ ଧ୍ୱଂସ କରି ଦିଆଯାଇଛି। ଏଥିପାଇଁ ୟୁକ୍ରେନ ପକ୍ଷରୁ ରୁଷର ସଂପୃକ୍ତ ଅଧିକାରୀଙ୍କୁ ଧନ୍ୟବାଦ ମଧ୍ୟ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story