Advertisment

ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଲେ, ଆମେରିକାକୁ ଅସ୍ତ୍ରଶସ୍ତ୍ର ମାଗିଲେ ମାସୁଦ

କାବୁଲ: ଆଫଗାନିସ୍ତାନର ସବୁଠାରୁ ପ୍ରଖ୍ୟାତ ତାଲିବାନୀ ବିରୋଧୀ ନେତାଙ୍କ ପୁଅ ଏବେ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତାଲିବାନ ଆଫଗାନିସ୍ତାନର ସବୁ ଅଞ୍ଚଳ ନିଜ କବଜାକୁ ନେଇ ସାରିଥିବା ବେଳେ ଏବେ ବି ପଞ୍ଜଶିର ଅପରାଜେୟ ରହିଛି। ୧୯୯୬ ମସିହାରେ ବି ପଞ୍ଜଶିରକୁ ଦଖଲ କରିପାରି ନଥିଲା ତାଲିବାନ। ଏବେ ସେହି ପଞ୍ଜଶିର ରକ୍ଷାକବଚ ସାଜିଥିବା ଅହମଦ ମାସୁଦ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ […]

ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଲେ, ଆମେରିକାକୁ ଅସ୍ତ୍ରଶସ୍ତ୍ର ମାଗିଲେ ମାସୁଦ

masud

Advertisment

କାବୁଲ: ଆଫଗାନିସ୍ତାନର ସବୁଠାରୁ ପ୍ରଖ୍ୟାତ ତାଲିବାନୀ ବିରୋଧୀ ନେତାଙ୍କ ପୁଅ ଏବେ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତାଲିବାନ ଆଫଗାନିସ୍ତାନର ସବୁ ଅଞ୍ଚଳ ନିଜ କବଜାକୁ ନେଇ ସାରିଥିବା ବେଳେ ଏବେ ବି ପଞ୍ଜଶିର ଅପରାଜେୟ ରହିଛି।

Advertisment

୧୯୯୬ ମସିହାରେ ବି ପଞ୍ଜଶିରକୁ ଦଖଲ କରିପାରି ନଥିଲା ତାଲିବାନ। ଏବେ ସେହି ପଞ୍ଜଶିର ରକ୍ଷାକବଚ ସାଜିଥିବା ଅହମଦ ମାସୁଦ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ୱାଶିଂଟନ ପୋଷ୍ଟରେ ମାସୁଦଙ୍କ ବୟାନ ପ୍ରକାଶ ପାଇଛି। ଏଥିରେ ମାସୁଦ କହିଛନ୍ତି, ଆମେରିକା ଆମ ଯୋଦ୍ଧାମାନଙ୍କୁ ସମର୍ଥନ କରି ଅସ୍ତ୍ରଶସ୍ତ୍ର ପଠାଇ ପାରିବ। ମୁଁ ଆଜି ପଞ୍ଜଶିର ଉପତ୍ୟକାରୁ ସମସ୍ତଙ୍କୁ ତାଲିବାନ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରୁଛି। ମୁଁ ମୋ ବାପାଙ୍କ ପଦା ଅନୁସରଣ କରିବି। ମୋ ସହ ମୁଜାହିଦ୍ଦିନ ଯୋଦ୍ଧା ଅଛନ୍ତି।

Advertisment

ସେମାନେ ପୁଣିଥରେ ତାଲିବାନକୁ ଟକ୍କର ଦେବାକୁ ପ୍ରସ୍ତୁତ। ଆଫଗାନର ପୂର୍ବତନ ସ୍ପେଶାଲ ଫୋର୍ସ କମାଣ୍ଡରମାନେ ମୋ ସହ ରହିଛନ୍ତି। ଆଫଗାନ ଆର୍ମିର କମାଣ୍ଡରମାନେ ଆତ୍ମସମର୍ପଣ କରିଥିଲେ ହେଁ ଯବାନମାନେ ଆମ ସହ ଲଢ଼େଇ କରିବାକୁ ଏକାଠି ହୋଇଛନ୍ତି। କିନ୍ତୁ ଆମକୁ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଦରକାର ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାସୁଦଙ୍କ ସହ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ରହିଛନ୍ତି। ସେ ବି ମାସୁଦଙ୍କ ଭଳି ପଞ୍ଜଶିରରୁ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ମାସୁଦଙ୍କ ବାପା ଅହମଦ ଶାହ ମାସୁଦ ପଞ୍ଜଶିରର ସିଂହ ଭାବେ ବେଶ ପରିଚିତ ଥିଲେ। ୨୦୦୧ରେ ତାଲିବାନୀ ତାଙ୍କୁ ହତ୍ୟା କରିଥିଲେ। ହେଲେ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଲିବାନ ସହ ଲଢ଼େଇ କରି ପଞ୍ଜଶିରର ରକ୍ଷା କବଚ ବନିଥିଲେ। ତାଙ୍କ ବୀରତ୍ୱ ଯୋଗୁ ୧୯୯୦ ସିଭିଲ ୱାର ବେଳେ ଏହି ହିନ୍ଦୁ କୁଶ ପର୍ବତମାଳା ତାଲିବାନ ପଞ୍ଝାରେ ପଡ଼ି ନଥିଲା।

୧୯୮୦ରେ ସୋଭିଏତ ୟୁନିୟନ ମଧ୍ୟ ଏଠାରେ ପ୍ରବେଶ କରି ପାରିନଥିଲା। ଏବେ ମଧ୍ୟ ପଞ୍ଜଶିର ଶେଷ ପ୍ରଦେଶ ଭାବେ ସ୍ୱାଧୀନ ହୋଇ ରହିଛି। ଏହି ପର୍ବତ ମାଳା ଯେତିକି ସୁନ୍ଦର ଶତ୍ରୁ ପାଇଁ ସେତିକି ଭୟଙ୍କର। ତାଲିବାନ ମଧ୍ୟ ଏହି ଘାଟିକୁ ଭୟ କରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe