Advertisment

କିଭ୍‌ର ୯ ତାଲା ଆପାର୍ଟମେଣ୍ଟ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ୍‌। ରାଜଧାନୀ କିଭ୍‌ ଦଖଲ ଏକମାତ୍ର ଉଦ୍ଦେଶ୍ୟ ଥିବାରୁ ଏଠାରେ ଘନଘନ ଭୟଙ୍କର ମିସାଇଇ ମାଡ଼ କରୁଛି ରୁଷ୍‌। ରୁଷ ସୈନ୍ୟଙ୍କ ମିସାଇଇ ମାଡ଼ରେ ଆଜି ଭୋରୁ  କିଭ୍‌ର ଏକ ଆପାଣ୍ଟମେଣ୍ଟ ବ୍ଲକରେ ଭୟଙ୍କର ନିଆଁ ଲାଗିଛି।ଓବଲନର ପଡ଼ୋଶୀରେ ଥିବା ଏକ ୯ ତାଲା ବିଲଡିଂ ଉପରେ ରୁଷ ସେନା କ୍ଷପଣାସ୍ତ୍ର ମାଡ଼ କରିଛି। ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଭୋରୁ ୫ଟାରେ ଏହା […]

ଅଦ୍ୟତନ ହୋଇଛି
କିଭ୍‌ର ୯ ତାଲା ଆପାର୍ଟମେଣ୍ଟ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼

kiv

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ୍‌। ରାଜଧାନୀ କିଭ୍‌ ଦଖଲ ଏକମାତ୍ର ଉଦ୍ଦେଶ୍ୟ ଥିବାରୁ ଏଠାରେ ଘନଘନ ଭୟଙ୍କର ମିସାଇଇ ମାଡ଼ କରୁଛି ରୁଷ୍‌। ରୁଷ ସୈନ୍ୟଙ୍କ ମିସାଇଇ ମାଡ଼ରେ ଆଜି ଭୋରୁ  କିଭ୍‌ର ଏକ ଆପାଣ୍ଟମେଣ୍ଟ ବ୍ଲକରେ ଭୟଙ୍କର ନିଆଁ ଲାଗିଛି।ଓବଲନର ପଡ଼ୋଶୀରେ ଥିବା ଏକ ୯ ତାଲା ବିଲଡିଂ ଉପରେ ରୁଷ ସେନା କ୍ଷପଣାସ୍ତ୍ର ମାଡ଼ କରିଛି। ଫଳରେ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଭୋରୁ ୫ଟାରେ ଏହା ଘଟିଛି। କିଭ୍ ଇଣ୍ଡିପେଡେଣ୍ଟ ପକ୍ଷରୁ  ଏହାହର ଭିଡିଓ ସହ ଟ୍ୱିଟ୍‌ କରାଯାଇଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତର ସୂଚନା ମିଳି ନାହିଁ। ସେପଟେ ୧୮ ଦିନ ହେଲାଣି ଜାରି ରହିଛି ୟୁକ୍ରେନ୍-ରୁଷ ଯୁଦ୍ଧ। ରୁଷ ପକ୍ଷରୁ  ଆକ୍ରମଣକୁ ତୀବ୍ର କରାଯାଇଛି  । ଏହାର ସୈନ୍ୟମାନେ ରାଜଧାନୀ କିଭ୍‌କୁ ଚାରିପଟୁ ଘେରାଉ କରି ରହିଛନ୍ତି  ।

Advertisment

https://twitter.com/KyivIndependent/status/1503242331583094786?s=20&t=_62SoMsgqTN4L1X01ALbzw

ରୁଷର  ଆକ୍ରମଣରୁ ବର୍ତ୍ତ ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।  କିଭ୍ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ ସୈନ୍ୟ ନିହତ ହେଲେଣି  । ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି ।  କେବଳ ମାରିୟୁପୁଲରେ ୨୧ ଶହରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଥିବା କିଭ୍ ପକ୍ଷରୁ କୁହାଯାଇଛି ।  ରୁଷର ଆକ୍ରମଣକୁ ପୋପ୍ ମଧ୍ୟ କଡ଼ା ନିନ୍ଦା କରିଛନ୍ତି । ନିଜର ରବିବାର ସମ୍ବୋଧନରେ ସେ କହିଛନ୍ତି, ଏହି ଗଣହତ୍ୟା ବନ୍ଦ ହେଉ।  ବିଶେଷ କରି ହସ୍ପିଟାଲ ଓ ସିଭିଲିଆନଙ୍କୁ ଟାର୍ଗେଟ ନ କରିବାକୁ ସେ ଅନୁରୋଧ କରିଛନ୍ତି ।

Advertisment

ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତିଙ୍କ ସହିତ ଫୋନ୍‌ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ।  ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ।  ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି । ଅଧିକାଂଶ ଲୋକ ପୋଲାଣ୍ଡରେ ଅଛନ୍ତି । ଯୁଦ୍ଧ ଚାଲିଥିବା ବେଳେ ସତ୍ତ୍ୱେ ଆଜି ମସ୍କୋ  ଓ କିଭ୍ ମଧ୍ୟରେ ପୁଣି ଥରେ ଆଲୋଚନା ହେବ  ଭିଡିଓ କନ୍‌ଫରେନ୍ସିଂରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି  । ସେପଟେ ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ପୁଣି ଥରେ ନାଟୋକୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe