ଆମେ କ’ଣ ତୁମ ମାନଙ୍କ ଗୁଲାମ୍‌? ୨୨ ରାଷ୍ଟ୍ରଦୂତଙ୍କୁ ଟାର୍ଗେଟ କଲେ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ହମଲାର ନିନ୍ଦା କରିବାକୁ ଦାବି କରିଥିଲେ। ବାସ ଏହି ଦାବି ପରେ ଚିହିଁକି ଉଠିଛନ୍ତି ପାକ୍‌ ୱଜିର-ଏ ଆଜମ। କ’ଣ ପାକିସ୍ତାନ ତୁମମାନଙ୍କ ଗୁଲାମ ବା ଚାକର ବୋଲି ମଧ୍ୟ […]

Imran-Khan

Hemant Lenka
  • Published: Monday, 07 March 2022
  • , Updated: 07 March 2022, 03:54 PM IST

ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ହମଲାର ନିନ୍ଦା କରିବାକୁ ଦାବି କରିଥିଲେ। ବାସ ଏହି ଦାବି ପରେ ଚିହିଁକି ଉଠିଛନ୍ତି ପାକ୍‌ ୱଜିର-ଏ ଆଜମ। କ’ଣ ପାକିସ୍ତାନ ତୁମମାନଙ୍କ ଗୁଲାମ ବା ଚାକର ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧ ତାରିଖରେ ୟୁରୋପ ୟୁନିୟନ ସମେତ ୨୨ଟି ଦେଶର ରାଷ୍ଟ୍ରଦୂତମାନେ ମିଳିତ ଭାବେ ଗୋଟିଏ ଚିଠି ଲେଖିଥିଲେ। ଏହାକୁ ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟକୁ ପଠାଇଥିଲେ। ଯେଉଁଥିରେ ସେମାନେ ୟୁକ୍ରେନରେ ଚାଲିଥିବା ୟୁକ୍ରେନର ଦମନଲୀଳାକୁ ନିନ୍ଦା କରିବା ପାଇଁ ଇମ୍ରାନ ଖାନଙ୍କୁ ଅନୁରୋଧ କରିଥିଲେ।

ଏହି ଚିଠି ଉପରେ ଇମ୍ରାନ ଖାନ ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଗୋଟିଏ ରାଜନୀତିକ ରାଲିକୁ ସମ୍ବୋଧନ କରି ସେ କହିଛନ୍ତି, “ତୁମେମାନେ ଆମ ବିଷୟରେ କ’ଣ ଭାବୁଛ? କ’ଣ ଆମେ ତୁମମାନଙ୍କ ଗୁଲାମ? ତୁମମାନେ ଯାହା କହିବ, ଆମେ କ’ଣ ସେଇଆ କରିବୁ? ଆମେ ତୁମମାନଙ୍କ କଥାରେ ଚାଲିବାକୁ ବାଧ୍ୟ କି?”

ସୂଚନାଯୋଗ୍ୟ, ଭାରତ ଭଳି ପାକିସ୍ତାନ ମଧ୍ୟ ରୁଷ ବିରୋଧରେ ପଶ୍ଚିମ ଦେଶଗୁଡ଼ିକ ଜାତିସଂଘର ବିଭିନ୍ନ ଫୋରମରେ ଆଣୁଥିବା ପ୍ରସ୍ତାବ ଉପରେ ଭୋଟ ଦେଉନାହିଁ। ଏହାକୁ ଦୃଷ୍ଟିରେ ରଖି ୨୨ ଜଣ ରାଷ୍ଟ୍ରଦୂତ ଇମ୍ରାନ ଖାନଙ୍କୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ।

Related story