Advertisment

ଏହି ଘରେ ୪୦୦ ଲୋକ ଆଶ୍ରୟ ନେଇଥିଲେ, ମିସାଇଲ ମାଡ଼ କରି ମାଟିରେ ମିସାଇଦେଲା ରୁଷ

ନୂଆଦିଲ୍ଲୀ: ଗୁଳିଗୋଳା, ମିସାଇଲ ଓ ବୋମା ବର୍ଷଣ କରି ୟୁକ୍ରେନ୍‌ରେ ନରସଂହାର ଜାରି ରଖିଛି ରୁଷ । ସବୁଠି ବିଚଳିତ ଓ ବିବ୍ରତ କଲା ଭଳି ଦୃଶ୍ୟ ଆସୁଛି। ଆଜି ମାନବିକତାକୁ ଖିନିଭିନ ହେଲା ଭଳି  ବର୍ବୋଚରିତ ଆକ୍ରମଣ କରିଛି ରୁଷ ସେନା। ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିବା ଏକ ସ୍କୁଲ ଉପରେ ଏକ ସ୍କୁଲରେ ଭୟଙ୍କର ମିସାଇଲ ଆଟାକ୍ କରିଛି ରୁଷ। ୟୁକ୍ରେନ୍‌ର ବନ୍ଦର ସହର  ମାରିୟୁପୁଲରେ ଏକ କଳା ସ୍କୁଲରେ ନିର୍ଦ୍ଦୟ ଭାବେ ଆକ୍ରମଣ […]

author-image
Tapas Behera
ଏହି ଘରେ ୪୦୦ ଲୋକ ଆଶ୍ରୟ ନେଇଥିଲେ, ମିସାଇଲ ମାଡ଼ କରି ମାଟିରେ ମିସାଇଦେଲା ରୁଷ

Untitled-1

ନୂଆଦିଲ୍ଲୀ: ଗୁଳିଗୋଳା, ମିସାଇଲ ଓ ବୋମା ବର୍ଷଣ କରି ୟୁକ୍ରେନ୍‌ରେ ନରସଂହାର ଜାରି ରଖିଛି ରୁଷ । ସବୁଠି ବିଚଳିତ ଓ ବିବ୍ରତ କଲା ଭଳି ଦୃଶ୍ୟ ଆସୁଛି। ଆଜି ମାନବିକତାକୁ ଖିନିଭିନ ହେଲା ଭଳି  ବର୍ବୋଚରିତ ଆକ୍ରମଣ କରିଛି ରୁଷ ସେନା।

Advertisment

ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିବା ଏକ ସ୍କୁଲ ଉପରେ ଏକ ସ୍କୁଲରେ ଭୟଙ୍କର ମିସାଇଲ ଆଟାକ୍ କରିଛି ରୁଷ। ୟୁକ୍ରେନ୍‌ର ବନ୍ଦର ସହର  ମାରିୟୁପୁଲରେ ଏକ କଳା ସ୍କୁଲରେ ନିର୍ଦ୍ଦୟ ଭାବେ ଆକ୍ରମଣ କରିଛି ମସ୍କୋ ସେନା। ଏହି ସ୍କୁଲରେ ୪୦୦ ଲୋକ ଆଶ୍ରୟ ନେଇଥିଲେ।  ମାରିୟୁପୁଲରେ ସହରଳର କାଉନସିଲ ପକ୍ଷରୁ ଏହି ସୂଚନା ଦିଆଯାଛି।  ତେବେ ହଠାତ୍‌ ମୃତାହତଙ୍କ ସୂଚନା ମିଳି ନାହିଁ । କିନ୍ତୁ ବିଲଡିଂଟି  ଧୂଳିସାତ ହୋଇଯାଇଛି। ଲୋକେମାନେ ଏହି ବିଲଡିଂ ତଳେ ଫସିଯାଇଥିବା କୁହାଯାଇଛି।  ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପଟେ

ୟୁକ୍ରେନର ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ୍‌’କୁ ବିଧ୍ୱସ୍ତ କରି ପକାଇଛନ୍ତି । ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ ଟ୍ୱଇଟ୍‌ କରିଛନ୍ତି, ୟୁରୋପ୍‌ର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ୱଂସ ହୋଇଯାଇଛି।

Advertisment

ଏଥିସହ ଶିଳ୍ପାଞ୍ଚଳ ଉପରେ ଓ ପରିସରରେ ବିସ୍ଫୋରଣ ଘଟି ଅଟ୍ଟାଳିକାମାନଙ୍କରୁ ଧୂସର ଓ କଳା ଧୂଆଁର ବଳୟ ଉଠୁଥିବା ଭିଡିଓ ଆସିଛି । ଯୁଦ୍ଧ ଆଜିକୁ ୨୫ ଦିନରେ ପ୍ରବେଶ କରିଥିବା ବେଳେ ବିଜୁଳି, ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନ ଥିବା ମାରିୟୁପୋଲ୍‌ର ରାସ୍ତାଘାଟରେ ଏବେ ଭୀଷଣ ଲଢ଼େଇ ଚାଲିଛି।