Advertisment

ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

ୱାଶିଂଟନ: ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର। ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ପ୍ରଥମ ଏସିଆ ମହାଦେଶର ମୂଳ ମହିଳା ଭାବେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି। ମଙ୍ଗଳବାର ଲକ୍ଷ ଲକ୍ଷ ଆମେରିକୀୟ ଭୋଟର ରାଜ୍ୟପାଳ, ସେକ୍ରେଟାରୀ ଅଫ ଷ୍ଟେଟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟର ପ୍ରମୁଖ ପଦ ଗୁଡ଼ିକ ପାଇଁ ମତଦାନ କରିଥିଲେ। ଆମେରିକା […]

author-image
Hemant Lenka
ଅଦ୍ୟତନ ହୋଇଛି
ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

aruna-miller

ୱାଶିଂଟନ: ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର। ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ପ୍ରଥମ ଏସିଆ ମହାଦେଶର ମୂଳ ମହିଳା ଭାବେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି।

Advertisment

ମଙ୍ଗଳବାର ଲକ୍ଷ ଲକ୍ଷ ଆମେରିକୀୟ ଭୋଟର ରାଜ୍ୟପାଳ, ସେକ୍ରେଟାରୀ ଅଫ ଷ୍ଟେଟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟର ପ୍ରମୁଖ ପଦ ଗୁଡ଼ିକ ପାଇଁ ମତଦାନ କରିଥିଲେ। ଆମେରିକା ବର୍ତ୍ତମାନ ଚାଲିଥିବା ମଧ୍ୟବର୍ତ୍ତୀ ନିର୍ବାଚନରେ ଅରୁଣା ଡେମୋକ୍ରାଟିକ୍ ପାର୍ଟି ଟିକେଟରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦବୀ ପାଇଁ ମେରିଲ୍ୟାଣ୍ଡରୁ ପ୍ରାର୍ଥୀ ହୋଇଥିଲେ।

ନିର୍ବାଚନରେ ମେରିଲ୍ୟାଣ୍ଡ ହାଉସର ପୂର୍ବତନ ପ୍ରତିନିଧି ୫୮ ବର୍ଷୀୟ ଅରୁଣାଙ୍କୁ ବିପୁଳ ଜନସମର୍ଥନ ମିଳିଛି। ତାଙ୍କ ସହ ଡେମୋକ୍ରାଟ ପାର୍ଟିର ୱେସ୍ ମୁର୍ ରାଜ୍ୟପାଳ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ମୁର ମେରିଲ୍ୟାଣ୍ଡର ପ୍ରଥମ କୃଷ୍ଣକାୟ ବ୍ୟକ୍ତି ଭାବେ ରାଜ୍ୟପାଳ ହେବାର ରେକର୍ଡ ବି କରିଛନ୍ତି।

Advertisment

ଆମେରିକାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ରାଜ୍ୟପାଳଙ୍କ ପରେ ରାଜ୍ୟର ସର୍ବୋଚ୍ଚ ଅଧିକାରୀ ଭାବରେ ବିବେଚନା କରାଯାଏ। ଯେତେବେଳେ ରାଜ୍ୟପାଳ ରାଜ୍ୟ ବାହାରେ କିମ୍ବା କୌଣସି କାରଣରୁ ଅନୁପସ୍ଥିତ ରୁହନ୍ତି ସେତେବେଳେ ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସବୁ ଦାୟିତ୍ୱ ସମ୍ପାଦନ କରିଥାଆନ୍ତି। ସେହିପରି ଯଦି ରାଜ୍ୟପାଳଙ୍କ ଅକସ୍ମାତ ବିୟୋଗ ଘଟେ, ସେ ପଦରୁ ଇସ୍ତଫା ଦିଅନ୍ତି କିମ୍ବା କୌଣସି କାରଣରୁ ତାଙ୍କୁ ପଦରୁ ହଟାଇ ଦିଆଯାଏ, ତା’ହେଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପରବର୍ତ୍ତୀ ଅବସ୍ଥାରେ ରାଜ୍ୟପାଳ ମଧ୍ୟ ହୋଇପାରିବେ।

ମଙ୍ଗଳବାର ସନ୍ଧ୍ୟାରେ ମତଦାନ ଶେଷ ହେବାର କିଛି ସମୟରେ ମୁର ଓ ମିଲରଙ୍କୁ ଯଥାକ୍ରମେ ରାଜ୍ୟପାଳ ଓ ଉପ ରାଜ୍ୟପାଳ ଭାବେ ବିଜୟୀ ଘୋଷଣା କରାଯାଇଥିଲା। ନିର୍ବାଚନ ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ ରାଷ୍ଟ୍ରପତି କମଲା ହାରିସ୍ ମୁର୍ ଓ ମିଲରଙ୍କ ସପକ୍ଷରେ ପ୍ରଚାର କରିଥିଲେ।

ଏହି ଐତିହାସିକ ବିଜୟ ପରେ ଅରୁଣା ମିଲର କହିଛନ୍ତି, “ମେରିଲ୍ୟାଣ୍ଡବାସୀ ଆଜି ଆପଣମାନେ ପୂରା ଦେଶକୁ ଦେଖାଇ ଦେଇଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ମତଦାନ ହେବା ଦ୍ୱାରା ଗୋଟିଏ ଛୋଟିଆ କିନ୍ତୁ ଶକ୍ତିଶାଳୀ ରାଜ୍ୟ କ’ଣ କରିପାରେ। ଆପଣମାନେ ବିଭାଜନ ବଦଳରେ ଏକତାକୁ ବାଛିଛନ୍ତି। ଏହି ଅଭିଯାନରେ ଆମ ସମ୍ପ୍ରଦାୟ ମୋତେ ଏହି ଅଭିଯାନରେ ସର୍ବଶ୍ରେଷ୍ଠ ହେବାକୁ ପ୍ରେରଣା ଦେଇଛନ୍ତି। ଆପଣମାନଙ୍କ ପ୍ରତିବଦ୍ଧତା ଓ ସମର୍ଥନକୁ ମୁଁ ଶବ୍ଦ ଦ୍ୱାରା କୃତଜ୍ଞତା ଜଣାଇ ପାରୁନାହିଁ।”

ଅରୁଣା ମିଲର୍ କିଏ?

୫୮ ବର୍ଷୀୟ ଡେମୋକ୍ରାଟ ଦଳର ଅରୁଣା ମିଲର୍ ୧୯୭୨ ମସିହାରେ ତାଙ୍କୁ ଯେତେବେ ସାତ ବର୍ଷ ବୟସ ହୋଇଥିଲା ସେ ପରିବାର ସହ ଆମେରିକା ଚାଲି ଆସିଥିଲେ। କିନ୍ତୁ ତାଙ୍କର ଜନ୍ମ ହାଇଦ୍ରାବାଦରେ ହୋଇଥିଲା।

ଅରୁଣା ମିଲର ୧୯୮୯ ମସିହାରେ ମିସୌରୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଅରୁଣା ମଣ୍ଟଗୋମେରୀ କାଉଣ୍ଟୀରେ ସ୍ଥାନୀୟ ପରିବହନ ବିଭାଗରେ ୨୫ ବର୍ଷ କାର୍ଯ୍ୟ କରିଛନ୍ତି।

୨୦୧୦ରୁ ୨୦୧୮ ପର୍ଯ୍ୟନ୍ତ ସେ ମେରିଲ୍ୟାଣ୍ଡ ହାଉସ୍ ଅଫ୍ ଡେଲିଗେଟ୍ସରେ ୧୫ଟି ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ।

ଅରୁଣା ଡେଭ୍ ମିଲରଙ୍କୁ ବିବାହ କରିଛନ୍ତି। ତାଙ୍କର ତିନି ଝିଅ ରହିଛନ୍ତି। ଅରୁଣାଙ୍କ ପୂରା ପରିବାର ମଣ୍ଟଗୋମେରୀ କାଉଣ୍ଟିରେ ରୁହନ୍ତି।