Advertisment

ତାଲିବାନ ସରକାର ଗଠନ କରିବା ପରେ ପୁଣି ମୁହଁ ଖୋଲିଲେ ଅଶରଫ ଘନି

କାବୁଲ: ତାଲିବାନ ଭୟରେ ଆଫଗାନସ୍ତାନରୁ ଫେରାର ହୋଇ ଯାଇଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଆଜି ପୁଣି ମୁହଁ ଖୋଲିଛନ୍ତି। ମଙ୍ଗଳବାର ତାଲିବାନ ବିଧିବଦ୍ଧ ଆଫଗାନିସ୍ତାନରେ ସରକାର ଗଠନ କରିଛି। ଏହାର ୨୪ ଘଣ୍ଟା ପରେ ଅଶରଫ କାବୁଲ କାହିଁକି ଛାଡ଼ିଥିଲେ, ସେକଥା ଦୋହରାଇଛନ୍ତି। କାବୁଲ ଛାଡ଼ିବା ତାଙ୍କ ଜୀବନର ସବୁ ଠାରୁ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ତାଙ୍କ ପୂର୍ବରୁ ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଯେଉଁଭଳି ଗୋଟିଏ ଦୁଃଖଦ ଘଟଣାକ୍ରମରେ ଶେଷ ହୋଇଥିଲା, […]

ତାଲିବାନ ସରକାର ଗଠନ କରିବା ପରେ ପୁଣି ମୁହଁ ଖୋଲିଲେ ଅଶରଫ ଘନି

ashraf

Advertisment

କାବୁଲ: ତାଲିବାନ ଭୟରେ ଆଫଗାନସ୍ତାନରୁ ଫେରାର ହୋଇ ଯାଇଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଆଜି ପୁଣି ମୁହଁ ଖୋଲିଛନ୍ତି। ମଙ୍ଗଳବାର ତାଲିବାନ ବିଧିବଦ୍ଧ ଆଫଗାନିସ୍ତାନରେ ସରକାର ଗଠନ କରିଛି। ଏହାର ୨୪ ଘଣ୍ଟା ପରେ ଅଶରଫ କାବୁଲ କାହିଁକି ଛାଡ଼ିଥିଲେ, ସେକଥା ଦୋହରାଇଛନ୍ତି।

Advertisment

କାବୁଲ ଛାଡ଼ିବା ତାଙ୍କ ଜୀବନର ସବୁ ଠାରୁ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ତାଙ୍କ ପୂର୍ବରୁ ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଯେଉଁଭଳି ଗୋଟିଏ ଦୁଃଖଦ ଘଟଣାକ୍ରମରେ ଶେଷ ହୋଇଥିଲା, ଠିକ୍‌ ଅନୁରୂପ ଦଶା ମଧ୍ୟ ସେ ଭୋଗିଛନ୍ତି। ଏଥିସହ ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଫେରିବା ପୂର୍ବରୁ ସେ ଦେଶ ଛାଡ଼ି ଦେଇଥିବାରୁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି।

ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଅଶରଫ ଘନି ଓ ତାଙ୍କର ବରିଷ୍ଠ ମନ୍ତ୍ରୀମାନେ ଭୟରେ ଦେଶରୁ ଫେରାର ହୋଇଯାଇଥିଲେ। ରକ୍ତପାତକୁ ବନ୍ଦ କରିବା ପାଇଁ ସେ ଦେଶ ଛାଡ଼ିଥିବା ସଫେଇ ଦେଇଥିଲେ। ଘନି ଓ ତାଙ୍କ ପରିବାର ଲୋକଙ୍କୁ ମାନବିକତା ଦୃଷ୍ଟିକୋଣରୁ ୟୁଏଇ ରାଜନୀତିକ ଆଶ୍ରୟ ଦେଇଛି।

Advertisment

ଏବେ ଘନି ତାଙ୍କ ବିବୃତିରେ କହିଛନ୍ତି, “ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମୋତେ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ମୁଁ ସେଠାରେ ରହିଥିଲେ ୧୯୯୦ ଭଳି ସିଭିଲ ୱାର ସୃଷ୍ଟି ହୋଇଥାଆନ୍ତା ବୋଲି ସେମାନେ କହିଥିଲେ। କାବୁଲ ଛାଡ଼ିବା ମୋ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା। କିନ୍ତୁ ବନ୍ଧୁକ ଶବ୍ଦକୁ ବନ୍ଦ କରିବା, କାବୁଲର ସୁରକ୍ଷା ଓ ୬ ନିୟୁତ ଲୋକଙ୍କ ସୁରକ୍ଷା ପାଇଁ ମୋର ଦେଶ ଛାଡ଼ିବା ଜରୁରୀ ଥିଲା। ଏହା ଛଡ଼ା ମୋ ପାଖରେ କିଛି ଉପାୟ ନଥିଲା।

ମୁଁ ଦୀର୍ଘ ୨୦ ବର୍ଷ ହେଲାଣି ଆଫଗାନ ଲୋକଙ୍କୁ ଗୋଟିଏ ସୁନ୍ଦର ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିବାରେ ସହଯୋଗ କରି ଆସୁଥିଲି। ମୁଁ କେବେ ହେଲେ ଆଫଗାନବାସୀଙ୍କୁ ଏକୁଟିଆ କରି ଚାଲି ଯିବାକୁ ଲକ୍ଷ୍ୟ ରଖି ନଥିଲି। ମୋ ଉଦ୍ଦେଶ୍ୟ କେବେ ଏମିତି ନଥିଲା।”


ବର୍ତ୍ତମାନ ସେ ଆଫଗାନ ସ୍ଥିତି ଉପରେ ନଜର ରଖିଛନ୍ତି। ଆଗାମୀ ଦିନରେ ସେ ପୂରା ବିସ୍ତୃତ ସୂଚନା ଦେବେ ବୋଲି କହିଛନ୍ତି। ଏଥିସହ ସେ ଦେଶ ଛାଡ଼ି ଚାଲିଯିବା ବେଳେ ୪ଟି କାର ଓ ହେଲିକପ୍ଟରରେ ଟଙ୍କା ନେଇଥିବା ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ଜାତିସଂଘର ନିୟମ ଦ୍ୱାରା ତାଙ୍କ ସମ୍ପତ୍ତିର ଯାଞ୍ଚ କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe