Advertisment

ତାଲିବାନ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ଇସ୍ତଫା ଦେଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଲିବାନ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ଏବେ ତାଲିବାନ ଅଧିକାରୀ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଅଫିସ ମୁହାଁ ହୋଇଥିବା ଜଣାପଡ଼ିଛି। ଆମେରିକା ସୈନ୍ୟ ଅଫଗାନିସ୍ତାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବା ବେଳେ ତାଲିବାନ ଏବେ ଆଫଗାନିସ୍ତାନରେ ଶାସନ […]

ଅଦ୍ୟତନ ହୋଇଛି
ତାଲିବାନ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନ ରାଷ୍ଟ୍ରପତି

Taliban

Advertisment

କାବୁଲ: ଇସ୍ତଫା ଦେଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଲିବାନ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ଏବେ ତାଲିବାନ ଅଧିକାରୀ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଅଫିସ ମୁହାଁ ହୋଇଥିବା ଜଣାପଡ଼ିଛି। ଆମେରିକା ସୈନ୍ୟ ଅଫଗାନିସ୍ତାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବା ବେଳେ ତାଲିବାନ ଏବେ ଆଫଗାନିସ୍ତାନରେ ଶାସନ ଗାଦିରେ ବସିବାକୁ ଯାଉଛି।

Advertisment

ନିକଟରେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଆରମ୍ଭ କରିଥିଲା। ଏହାପରେ ଆଫଗାନିସ୍ତାନରେ ଦୀର୍ଘଦୀନ ହେବ ସୁପ୍ତ ହୋଇ ରହିଥିବା ତାଲିବାନ ସକ୍ରିୟ ହୋଇଉଠିଛି। ଇତି ମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୯ଟି ରାଜ୍ୟକୁ ନିଜ ଦଖଲକୁ ନେଇ ସାରିଥିଲା। ଆଜି ଦେଶର ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଛି।

ତାଲିବାନ ଏହାର ଯୁଦ୍ଧବିମାନକୁ କାବୁଲରେ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦେବା ପରେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଅବଦୁଲ ସତ୍ତାର କହିଛନ୍ତି ଯେ ରବିବାର ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବ। ତେବେ ଆଫଗାନିସ୍ତାନର ଲୋକମାନେ ଚିନ୍ତା କରିବା ଆବଶ୍ୟକ ନାହିଁ। ସହର ଉପରେ କୌଣସି ଆକ୍ରମଣ ହେବ ନାହିଁ।

Advertisment

ତାଲିବାନ ଆଗାମୀ ଦିନରେ ଆଫଗାନିସ୍ତାନରେ କ୍ଷମତାରେ ରହିବ। ଏହାକୁ ଦେଖି ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନିଜ ନିଜ ଦେଶକୁ ଫେରୁଥିବା ଦେଖିବାକୁ ମିିଳିଛି। ତେଣୁ ବିମାନ ବନ୍ଦରରେ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି। ସେହିପରି ତାଲିବାନ ପକ୍ଷରୁ କୁହାଯାଉଛି କାବୁଲର ବିଦେଶୀମାନେ ଯଦି ରହିବାକୁ ଚାହୁଁଛନ୍ତି ତେବେ ଆଗାମୀ ଦିନରେ ତାଲିବାନ ପ୍ରଶାସକଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଉଚିତ।

ଆଫଗାନିସ୍ତାନ ଅଧିକାରୀ କହିଛନ୍ତି ଯେ ସୈନ୍ୟମାନେ ବାଗ୍ରାମ ଏୟାର ବେସକୁ ତାଲିବାନ ନିକଟରେ ସମର୍ପଣ କରିଛନ୍ତି। କାବୁଲ ଡାକ୍ତରଖାନା, ଜରୁରୀକାଳୀନ ସାମଗ୍ରୀ ଇତ୍ୟାଦିରେ ସେବା ବନ୍ଦ ହେବ ନାହିଁ ବୋଲି ତାଲିବାନ ଅଧିକାରୀ କହିଛନ୍ତି। ତାଲିବାନ ଯୁଦ୍ଧବିମାନ କାବୁଲକୁ ଘେରି ରହିଛି। ବିମାନବନ୍ଦରକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

ଗତ ସପ୍ତାହରରେ ତାଲିବାନ ଆଫଗାନିସ୍ତାନର ଏକ ବଡ ଅଞ୍ଚଳକୁ ଦଖଲ କରିନେଇଥିଲା। ଫଳରେ ଏହା ଆଫଗାନିସ୍ତାନର କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଦେଇଛି। ସେପଟେ ଆମେରିକା, ବ୍ରିଟେନ ଏବଂ କାନାଡା ସେଠାରେ ଉପସ୍ଥିତ ନିଜ ନିଜର ରାଜନୈତିକ ସଦସ୍ୟଙ୍କ ସହାୟତା ପାଇଁ ଅଧିକ ସେନା ପଠାଇଛନ୍ତି।

ଶନିବାର ଆଫଗାନିସ୍ଥାନର ଚତୁର୍ଥ ସବୁଠାରୁ ବଡ ସହର ମଜାର-ଏ-ସରିଫକୁ ଚାରିପଟୁ ଆକ୍ରମଣ ପରେ ତାଲିବାନ ଏହାକୁ ନିଜ ଅକ୍ତିଆରକୁ ଆଣିଛି। ଏଥିସହ ତାଲିବାନ ଉତ୍ତର ଆଫଗାନିସ୍ତାନକୁ ନିଜ ଅଧିନକୁ ନେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe