Advertisment

ଆଫଗାନିସ୍ତାନରେ ଲାଗୁ ହେବ ଇସଲାମୀୟ ଆଇନ !

କାବୁଲ: ଆଫଗାନିସ୍ତାନରେ ଲାଗୁ ହେବ ଇସଲାମୀୟ ଆଇନ। ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ନିର୍ଦ୍ଦେଶ ଦେଇଛନ୍ତି।  ଦେଶରେ ମାନବାଧିକାର ସ୍ଥିତିକୁ ନେଇ ଚିନ୍ତା ବଢୁଥିବା ବେଳେ ତାଲିବାନ ଏ​‌ବେ ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛି। ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ […]

ମହିଳାଙ୍କ ପ୍ରତି ଆହୁରି କଠୋର ହେଲା ତାଲିବାନ

afganistan Woman

Advertisment

କାବୁଲ: ଆଫଗାନିସ୍ତାନରେ ଲାଗୁ ହେବ ଇସଲାମୀୟ ଆଇନ। ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ନିର୍ଦ୍ଦେଶ ଦେଇଛନ୍ତି।  ଦେଶରେ ମାନବାଧିକାର ସ୍ଥିତିକୁ ନେଇ ଚିନ୍ତା ବଢୁଥିବା ବେଳେ ତାଲିବାନ ଏ​‌ବେ ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛି। ତାଲିବାନର ସର୍ବୋଚ୍ଚ ନେତା ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦା ଦେଶରେ ସମ୍ପୂର୍ଣ୍ଣ ରୂପେ ଇସଲାମୀୟ ଆଇନ ଲାଗୁ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା

Advertisment

ମୁଜାହିଦ କହିଛନ୍ତି ଯେ, ସର୍ବୋଚ୍ଚ ନେତା ବିଚାରପତିମାନଙ୍କ ଏକ ଦଳକୁ ଭେଟିବା ପରେ ହିବତୁଲ୍ଲା ଅଖୁନ୍ଦଜାଦା ଏହି ନିର୍ଦ୍ଦେଶ ଦେଇଛନ୍ତି। ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି ଯେ, ଚୋର, ଅପହରଣକାରୀ ଏବଂ ଦେଶଦ୍ରୋହୀଙ୍କ ବିରୋଧରେ ଇସଲାମୀୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ମୌଲୱି ହିବତୁଲ୍ଲା ଅଖୁନ୍ଦଜାଦାଙ୍କ ଏହି ଆଦେଶ ସାରା ଦେଶରେ କାର୍ଯ୍ୟକାରୀ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

ତାଲିବାନ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନକୁ କବ୍‌ଜା କରି କଠୋର ନୀତି ପ୍ରଣୟନ କରିଥିଲା। ବିଶେଷକରି ମହିଳା ଏବଂ ଝିଅମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe