Advertisment

ହୋଟେଲରେ ପଶି ଲୋକଙ୍କୁ ପଣବନ୍ଦୀ କଲେ ଆତଙ୍କୀ, ଗଲାଣି ୧୨ ଜଣଙ୍କ ଜୀବନ

ମୋଗାଡିଶୁ: ସୋମାଲିଆର ରାଜଧାନୀ ମୋଗାଡିଶୁରେ ଭୟଙ୍କର ଆତଙ୍କୀ ହମଲା ହୋଇଛି। ଅଲକାଏଦା ସହ ଜଡ଼ିତ କିଛି ଆତଙ୍କବାଦୀ ଏଠାରେ ଥିବା ଗୋଟିଏ ହୋଟେଲରେ ପଶି ଏହାକୁ କବଜା କରି ନେଇଛନ୍ତି। ସେମାନେ ହୋଟେଲରେ ଥିବା ଲୋକଙ୍କୁ ପଣବନ୍ଦୀ କରିଛନ୍ତି। ଇତି ମଧ୍ୟରେ ହୋଟଲରେ ଥିବା ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ସୁରକ୍ଷାକର୍ମୀମାନେ ଆତଙ୍କୀ ବିରୋଧୀ ଅପରେସନକୁ ଜୋରଦାର କରିଛନ୍ତି। ତଥାପି ଏଯାଏ ଆତଙ୍କୀଙ୍କ କବଜାରୁ ହୋଟେଲ କିମ୍ବା ଲୋକଙ୍କୁ ମୁକୁଳା ଯାଇପାରିନି। ରୟଟର୍ସରେ ପ୍ରକାଶିତ […]

author-image
Hemant Lenka
ହୋଟେଲରେ ପଶି ଲୋକଙ୍କୁ ପଣବନ୍ଦୀ କଲେ ଆତଙ୍କୀ, ଗଲାଣି ୧୨ ଜଣଙ୍କ ଜୀବନ

Hotel

ମୋଗାଡିଶୁ: ସୋମାଲିଆର ରାଜଧାନୀ ମୋଗାଡିଶୁରେ ଭୟଙ୍କର ଆତଙ୍କୀ ହମଲା ହୋଇଛି। ଅଲକାଏଦା ସହ ଜଡ଼ିତ କିଛି ଆତଙ୍କବାଦୀ ଏଠାରେ ଥିବା ଗୋଟିଏ ହୋଟେଲରେ ପଶି ଏହାକୁ କବଜା କରି ନେଇଛନ୍ତି। ସେମାନେ ହୋଟେଲରେ ଥିବା ଲୋକଙ୍କୁ ପଣବନ୍ଦୀ କରିଛନ୍ତି। ଇତି ମଧ୍ୟରେ ହୋଟଲରେ ଥିବା ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ସୁରକ୍ଷାକର୍ମୀମାନେ ଆତଙ୍କୀ ବିରୋଧୀ ଅପରେସନକୁ ଜୋରଦାର କରିଛନ୍ତି। ତଥାପି ଏଯାଏ ଆତଙ୍କୀଙ୍କ କବଜାରୁ ହୋଟେଲ କିମ୍ବା ଲୋକଙ୍କୁ ମୁକୁଳା ଯାଇପାରିନି।

Advertisment

ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୋଗାଡିଶୁରେ ଥିବା ହାୟାତ ହୋଟେଲକୁ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ଟାର୍ଗେଟ କରିଥିଲେ। ସେମାନେ ପ୍ରଥମେ ଦୁଇଟି କାର ବୋମା ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ଼ କରି ହୋଟେଲ ଭିତରେ ପଶିଥିଲେ। ଏହାପରେ ହୋଟେଲକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇ ସେଠାରେ ଥିବା କର୍ମଚାରୀ ଓ ଲୋକମାନଙ୍କୁ ପଣବନ୍ଦୀ କରିଥିଲେ।

ଖବର ପାଇ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସଫଳତା ମିଳିନି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି। ଏହି ଭୟଙ୍କର ଆତଙ୍କୀ ହମଲା ପାଇଁ ଅଲକାଏଦା ସହ ଲିଙ୍କ ରଖିଥିବା ସୋମାଲିଆର ଅଲ ଶାହବାବ ସଂଗଠନ ନିଜକୁ ଦାୟୀ କରିଛି।

Advertisment

ମହମ୍ମଦ ନାମକ ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, ହୋଟେଲରେ ସୃଷ୍ଟି ହୋଇଥିବା ସିଜ୍‌ ଘଟଣାରେ ଏଯାଏ ୧୨ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ରହିଛନ୍ତି। ଅପରେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି ଗୁଳି ବିନିମୟ ଜାରି ରହିଛି। ପୂରା ଅଞ୍ଚଳ ଗ୍ରେନେଡ ବିସ୍ଫୋରଣ ଯୋଗୁ ଧୂଆଁମୟ ହୋଇଥିବା ବେଳେ ଗୁଳିର ଗର୍ଜନ ଯୋଗୁ ରାଜଧାନୀ ମୋଗାଡିଶୁ ଥରିବାରେ ଲାଗିଥିବା ସେ କହିଛନ୍ତି।


ଗୁଳିମାଡ଼ ଓ ବିସ୍ଫୋରଣ ଯୋଗୁ ହୋଟେଲରେ ଅଧିକାଂଶ ଅଞ୍ଚଳ ଭାଙ୍ଗି ଯାଇଥିବା ଫଟୋ ସାମ୍ନାକୁ ଆସିଛି। ମେ’ ମାସରେ ହାସନ ଶେଖ ମହମ୍ମଦ ସୋମାଲିଆର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଏତେ ବଡ଼ ଘଟଣା ଘଟିଛି।

ଯେଉଁ ହାୟାତ ହୋଟେଲରେ ହମଲା ହୋଇଛି ସେଠାରେ ସାଧାଣତଃ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ରୁହନ୍ତି। ତେବେ ହମଲା ବେଳେ ସରକାରଙ୍କ ସହ ଜଡ଼ିତ କୌଣସି କର୍ମଚାରୀ କିମ୍ବା ପ୍ରତିନିଧି ଥିଲେ କି ନାହିଁ, ସେକଥା ଜଣାପଡ଼ିନି।